ETV Bharat / bharat

କ୍ରିକେଟର ଅଶୋକ ଦିଣ୍ଡାଙ୍କୁ Y+ ସିକ୍ୟୁରିଟି - ଶ୍ଚିମବଙ୍ଗ ନିର୍ବାଚନ 2021 ଖବର

ପଶ୍ଚିମବଙ୍ଗର ମୋୟନା ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇଥିବା କ୍ରିକେଟର ଅଶୋକ ଦିଣ୍ଡାଙ୍କୁ Y+ ସିକ୍ୟୁରିଟି ପ୍ରଦାନ କରାଯାଇଛି । ଗତକାଲି ଅଶୋକ ଦିଣ୍ଡାଙ୍କୁ ଆକ୍ରମଣ କରିଥିଲା ଟିଏମସି । ଅଧିକ ପଢନ୍ତୁ...

CRPF to provide security to former cricketer and BJP candidate from Moyna, Ashok Dinda who has been granted Y+ security.
କ୍ରିକେଟର ଅଶୋକ ଦିଣ୍ଡାଙ୍କୁ Y+ ସିକ୍ୟୁରିଟି
author img

By

Published : Mar 31, 2021, 1:18 PM IST

କୋଲକାତା: କ୍ରିକେଟର ଅଶୋକ ଦିଣ୍ଡାଙ୍କୁ Y+ ସିକ୍ୟୁରିଟି । ପଶ୍ଚିମବଙ୍ଗର ମୋୟନା ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହୋଇଥିବ କ୍ରିକେଟର ଅଶୋକ ଦିଣ୍ଡାଙ୍କୁ Y+ ସିକ୍ୟୁରିଟି ପ୍ରଦାନ କରାଯାଇଛି । ଗତକାଲି ଅଶୋକ ଦିଣ୍ଡାଙ୍କୁ ଆକ୍ରମଣ କରିଥିଲା ଟିଏମସି । ତାଙ୍କ ଗାଡି ଭଙ୍ଗାରୁଜା କରିବା ସହ ତାଙ୍କୁ ଆକ୍ରମଣ କରାଯାଇଥିଲା ।

ପଶ୍ଚିମବଙ୍ଗ ନିର୍ବାଚନର ହିଂସା ଥମିବାର ନା ନେଉନାହିଁ । ପ୍ରତିଦିନ ପଶ୍ଚିମବଙ୍ଗର ରାଜନୈତିକ ହିଂସା ସାମନାକୁ ଆସୁଛି । କ୍ରିକେଟରରୁ ରାଜନେତା ପାଲଟିଥିବା ଅଶୋକ ଦିଣ୍ଡା ନିଜ ନିର୍ବାଚନ ମଣ୍ଡଳି ମୋୟନାରେ ପ୍ରଚାର ସମୟରେ ଆକ୍ରମଣର ଶିକାର ହୋଇଥିଲେ । ପଶ୍ଚିମବଙ୍ଗର ମୋୟନା ଆସନର ବିଜେପି ପକ୍ଷରୁ ନିର୍ବାଚନ ଲଢୁଥିବା ଅଶୋକ ଦିଣ୍ଡା ଆକ୍ରମଣର ଶିକାର ହୋଇଥିଲେ । ଏହାପରେ ପଶ୍ଚିମବଙ୍ଗ ବିଜେପି ପକ୍ଷରୁ ଏହାକୁ ଦୃଢ ନିନ୍ଦା କରାଯାଇଥିଲ ଏବଂ ତୃଣମୂଳ କଂଗ୍ରେସ କର୍ମୀ ଆକ୍ରମଣ କରିଥିବା ଅଭିଯୋଗ କରିଥିଲେ । ଆଜି ବିଜେପି କେନ୍ଦ୍ରୀୟ ନେତୃତ୍ବ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରି Y+ ସିକ୍ୟୁରିଟି ଯୋଗାଇ ଦିଆଯାଇଛି । କେନ୍ଦ୍ରୀୟ ସୁରକ୍ଷାବଳ ସିଆରପିଏଫ ତାଙ୍କୁ ସୁରକ୍ଷା ଯୋଗାଇଦେବ । ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ମୋୟନା ଆସନରେ ହେବ ଭୋଟଗ୍ରହଣ ।

ସୂଚନାଥାଉକି ଗତ ଫେବୃୟାରୀ 25 ତାରିଖରେ ପଶ୍ଚିମବଙ୍ଗ ବିଜେପିରେ ସାମିଲ ହୋଇଥିଲେ କ୍ରିକେଟର ଅଶୋକ ଦିଣ୍ଡା । ଏହାପରେ ସେ ବିଧାନସଭା ଆସନ ପାଇଁ ଟିକେଟ ପାଇ ଏଥର ନିର୍ବାନଚ ଲଢୁଛନ୍ତି । ଆସନ୍ତାକାଲି ଅର୍ଥାତ ଅପ୍ରେଲ 1 ତାରିଖରେ ପଶ୍ଚିମବଙ୍ଗରେ ଦ୍ବିତୀୟ ପର୍ଯ୍ୟାୟରେ ନିର୍ବାଚନ 30 ଆସନରେ ଭୋଟ ଗ୍ରହଣ କରାଯିବ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.