ETV Bharat / bharat

CRPF କାନ୍ଧରେ ଅମରନାଥ ଯାତ୍ରାର ସୁରକ୍ଷା ବ୍ୟବ୍ୟସ୍ଥା

ଆରମ୍ଭ ହେବାକୁ ଯାଉଛି ଅମରନାଥ ଯାତ୍ରା । ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ CRPF । ଅଧିକ ପଢନ୍ତୁ

CRPF କାନ୍ଧରେ ଅମରାନାଥ ଯାତ୍ରାର ସୁରକ୍ଷା ବ୍ୟବ୍ୟସ୍ଥା

author img

By

Published : May 12, 2022, 9:39 PM IST

ଶ୍ରୀନଗର: ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଅମରନାଥ ଯାତ୍ରା । ତେବେ ଯାତ୍ରା ଆରମ୍ଭ ପୂର୍ବରୁ ଜାମ୍ମୁ କାଶ୍ମୀରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଉଛି । ଶାନ୍ତିପୂର୍ଣ୍ଣ ତଥା ଶୃଙ୍ଖଳିତ ଭାବେ ଯାତ୍ରା ଶେଷ କରିବା ପାଇଁ ଅର୍ଦ୍ଧସାମରିକ ବାହିନୀ CRPFର ମୁତୟନକୁ କଡାକଡି କରାଯିବ । ସେହିପରି ଆତଙ୍କୀ ଆକ୍ରମଣ ଓ ବିସ୍ଫୋରଣ ପରି ଆଶଙ୍କାକୁ ଏଡାଇବା ପାଇଁ CRPF ସମ୍ପୂର୍ଣ୍ଣ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଥିବା ସୂଚନା ଦେଇଛି ।

କୋରାେନା ସଂକ୍ରମଣ ପାଇଁ ଗତ ଦୁଇ ବର୍ଷ ଧରି ବନ୍ଦ ରହିବା ପରେ ଚଳିତ ଥର ଅମରନାଥ ଯାତ୍ରା ଆନୁଷ୍ଠାନିକ ଭାବେ ଚଳିତ ବର୍ଷ ଜୁନ୍ ଶେଷରୁ ଆରମ୍ଭ ହେବାକୁ ଯାଉଛି । ଦୁଇ ବର୍ଷ ବ୍ୟବଧାନ ପରେ ଯାତ୍ରା ପୁଣି ଥରେ ହେଉଥିବାରୁ ଶ୍ରଦ୍ଧାଳୁଙ୍କ ଉତ୍ସାହ ମଧ୍ୟ ବେଶ ବଢିଛି । ତେଣୁ ଚଳିତ ବର୍ଷ ତୀର୍ଥଯାତ୍ରୀଙ୍କ ସଂଖ୍ୟା ଦ୍ୱିଗୁଣିତ ହେବ ବୋଲି ଆଶା କରାଯାଉଛି ।

ତୀର୍ଥଯାତ୍ରାରେ ଅଂଶଗ୍ରହଣ କରୁଥିବା ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା ମଧ୍ୟ ହୋଇଛି । ଅନ୍ୟପଟେ ଆତଙ୍କୀ ହମଲା ଆଶଙ୍କା ଥିବାରୁ ବୋମା ବିସ୍ଫୋରଣ ଓ ଆକ୍ରମଣ ଷଡଯନ୍ତ୍ର ରୋକିବା ପାଇଁ ଭିଜିଲାନ୍ସ ୟୁନିଟର ମଧ୍ୟ ସହଯୋଗ ନେବ ସିଆରପିଏଫ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.