ETV Bharat / bharat

ସିଲିଣ୍ଡର ବିସ୍ଫୋରଣ ହେବାରୁ ମାଆ ସମେତ ଦୁଇ ପିଲାଙ୍କର ମୃତ୍ୟୁ - ସିଲିଣ୍ଡର ବିସ୍ଫୋରଣ ହେବାରୁ ଗୋଟିଏ ପରିବାରର ତିନି ମୃତ

ଉତ୍ତରପ୍ରଦେଶର ଉତେପୁର ଜିଲ୍ଲାରେ ସିଲିଣ୍ଡର ବିସ୍ଫୋରଣ ହେବାରୁ ଗୋଟିଏ ପରିବାରର ତିନି ମୃତ। ଅଧିକ ପଢନ୍ତୁ

fatehpur fire three dead
fatehpur fire three dead
author img

By ETV Bharat Odisha Team

Published : Oct 16, 2023, 7:53 AM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଅଭାବନୀୟ ଘଟଣା । ରୋଷେଇ କରୁଥିବା ସମୟରେ ସିଲିଣ୍ଡରରକୁ ଗ୍ୟାସ ଲିକ୍‌ ହେବାରୁ ବିସ୍ଫୋରଣ ଘଟି ତିନି ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ତାଙ୍କ ଦୁଇ ଶିଶୁ ରହିଛନ୍ତି । ଉତ୍ତରପ୍ରଦେଶର ଲାଲାଉଲି ଅଞ୍ଚଳରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି । ତିନି ମୃତକ ହେଉଛନ୍ତି ଅଳକା ଦେବୀ ଓ ତାଙ୍କ 4 ବର୍ଷର ପୁଅ ଗୌରବ କୁମାର ଓ ଦୁଇ ବର୍ଷର ଝିଅ ପରୀ ।

ଗୋଟିଏ ପରିବାରର ତିନି ମୃତ: ଅଳକା ଦେବୀ ରୋଷେଇ କରୁଥିବା ସମୟରେ ସିଲିଣ୍ଡରରୁ ଗ୍ୟାସ୍‌ ଲିକ୍‌ ହୋଇଥିଲା । ଏହାପରେ କେହି କିଛି ଜାଣିବା ଆଗରୁ ସିଲିଣ୍ଡିରଟି ବିସ୍ଫୋରଣ ହୋଇଥିଲା । ପ୍ରଚଣ୍ଡ ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଘର ଭିତରେ ଥିବା ମହିଳା ଓ ତାଙ୍କ ଦୁଇ ଶିଶୁଙ୍କୁ ଗୁରୁତର ଭାବେ ଉଦ୍ଧାର କରି ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏହାପରେ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ସମସ୍ତଙ୍କୁ କାନପୁର ହସ୍ପିଟାଲକୁ ରେଫର କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ତିନି ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ଏହା ମଧ୍ୟ ପଢନ୍ତୁ-ବିଆରଏସ ବୈଠକ ବେଳେ ସିଲିଣ୍ଡର ବିସ୍ଫୋରଣ: ୪ ମୃତ, ୪ ଗୁରୁତର

ଏନେଇ ପୋଲିସ କହିଛି ଯେ, ଲାଲାଉଲି ଅଞ୍ଚଳର ଖାତାଉଲି ନିବାସୀ ଉମେଶ ବିଶ୍ୱକର୍ମା ଦୋକାନକୁ ଯାଇଥିବା ବେଳେ ତାଙ୍କ ପତ୍ନୀ ଅଲକା ଦେବୀ, ପୁଅ ଗୌରବ କୁମାର ଓ ଝିଅ ପରୀଙ୍କୁ ଘରେ ଥିଲେ । ଯେତେବେଳେ ଅଳକା ରୋଷେଇ କରିଥୁଲେ ସିଲିଣ୍ଡର ପାଇପ୍‌ରୁ ଗ୍ୟାସ ଲିକ୍‌ ହୋଇଥିଲା । ଏହାପରେ ସିଲିଣ୍ଡର ବିସ୍ଫୋରଣ ହେବାରୁ ଘରେ ନିଆଁ ଲାଗିଯାଇଥିଲା । ମାଆ ଓ ଦୁଇ ଶିଶୁ ନିଆଁରେ ଜଳି ଯାଇଥିଲେ । ଏହାପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ତିନି ଜଣଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡିଯିବାରୁ ତିନିଜଣଙ୍କୁ କାନପୁରକୁ ରେଫର୍ କରାଯାଇଥିଲା। ଅଧିକ ଚିକିତ୍ସା ପାଇଁ ପୁଣି ଏକଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

ଗତ ଏପ୍ରିଲ 13 ତାରିଖରେ ତେଲେଙ୍ଗାନାର ଖମାମ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଭାରତ ରାଷ୍ଟ୍ର ସମିତିର ଏକ କାର୍ଯ୍ୟକ୍ରମସ୍ଥଳରେ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା । ଏଥିରେ 4ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 4 ଜଣ ଗୁରୁତର ଆହତ ହୋଇଥିଲେ । ମୃତାହତଙ୍କ ମଧ୍ୟରେ ବିଆରଏସ୍‌ କର୍ମୀ ଓ ଜଣେ ପୋଲିସ ରହିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.