ETV Bharat / bharat

ନାବାଳିକାଙ୍କୁ ଅପହରଣ ପରେ 20 ଦିନ ଧରି ଗଣଦୁଷ୍କର୍ମ

author img

By ETV Bharat Odisha Team

Published : Oct 29, 2023, 9:31 AM IST

ନାବାଳିକାଙ୍କୁ ଅପହରଣ ପରେ 20 ଦିନ ଧରି ଗଣଦୁଷ୍କର୍ମ । ଥାନାରେ ଅଭିଯୋଗ ପରେ ପୋଲିସର ତନାଘନା । ଅଧିକ ପଢ଼ନ୍ତୁ

gangrape with girl in sambhal
gangrape with girl in sambhal

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଲଜ୍ଜା । ନାବାଳିକାକୁ ଅପହରଣ ପରେ ଗଣଦୁଷ୍କର୍ମ ଅଭିଯୋଗ । ଦିନେ କି ଦୁଇ ଦିନ ନୁହେଁ 20 ଦିନ ଧରି ନାବାଳିକାକୁ ଗଣଦୁଷ୍କର୍ମ କରିଥିଲେ ଦୁଇ ଅଭିଯୁକ୍ତ । କୌଣସି ମତେ ସେଠାରୁ ଖସି ଆସି ଥାନାରେ 7 ଜଣଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ପୀଡ଼ିତା ଜଣଙ୍କ । ଏହି ଘଟଣାରେ ପୋଲିସ ତଦନ୍ତ ଜାରି ରଖିଛି । ବର୍ତ୍ତମାନ ସୁଦ୍ଧା କାହାରିକୁ ଗିରଫ କରାଯାଇ ନାହିଁ । ସମ୍ବଲପୁର ଜିଲ୍ଲାର କୋଟ୍‌ଓ୍ବାଲି ଅଞ୍ଚଳରେ ଏପରି ଘଟଣା ଘଟିଛି ।

ଏହା ମଧ୍ୟ ପଢନ୍ତୁ-ଟଙ୍କା ପାଇଁ ଧୋକା, ପ୍ରେମିକକୁ ଭରସା କରି ଗଣଦୁଷ୍କର୍ମର ଶିକାର ଯୁବତୀ !

ପୀଡ଼ିତା ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି ଯେ, ଗତ ସେପ୍ଟେମ୍ବର 27 ତାରିଖ ଦିନ ନାବାଳିକା ଜଣଙ୍କ ପଡ଼ୋଶୀରେ ରହୁଥିବା ଜଣେ ବନ୍ଧୁଙ୍କ ଘରକୁ ଯାଉଥିଲେ । ଏହି ସମୟରେ ଦୁଇ ଯୁବକ ବାଇକ୍‌ରେ ଆସି ତାଙ୍କୁ ପାଖକୁ ଡାକିଥିଲେ । ଦୁଇ ଜଣ ନିଶା ସେବନ କରିଥିବା ବେଳେ ଜୋରଜବରଦସ୍ତ ତାଙ୍କୁ ବାଇକରେ ବସାଇ ବାହଜୋଇ ଅଞ୍ଚଳର ଏକ ନିଛାଟିଆ ସ୍ଥାନକୁ ନେଇ ଯାଇଥିଲେ । ସେଠାରେ ଦୁଇ ଅଭିଯୁକ୍ତ ନାବାଳିକାକୁ ଗଣଦୁଷ୍କର୍ମ କରିଥିଲେ । ଏହାପରେ ପୀଡିତାଙ୍କୁ ମୁରାଦାବଦକୁ ନେଇଯାଇ ସେଠାରେ 20 ଦିନ ରଖିବା ସହ ଗଣଦୁଷ୍କର୍ମ କରିଥିଲେ । ଏଥିରେ ଅନ୍ୟ ଦୁଇ ଜଣ ଯୁବକ ମଧ୍ୟ ସାମିଲ ଥିଲେ । ପୀଡ଼ିତା ଜଣଙ୍କ ବାରଣ କରିବାରୁ ତାଙ୍କୁ ଅଭିଯୁକ୍ତମାନେ ମାଡ଼ ମାରିବା ସହ ତାଙ୍କର ଭିଡିଓ ମଧ୍ୟ କରିଥିଲେ । ଏହି ଘଟଣାରେ 3 ଜଣ ମହିଳା ମଧ୍ୟ ସାମିଲ ଥିବା ପୀଡ଼ିତା ଥାନାରେ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-RAPE: ସ୍ବାମୀ ଆଗରେ ସ୍ତ୍ରୀକୁ ଗଣଦୁଷ୍କର୍ମ, ଦୁଇ ଅଟକ

ତେବେ କୌଣସି ପ୍ରକାରରେ ପୀଡ଼ିତା ଜଣଙ୍କ ଅଭିଯୁକ୍ତ କବଳରୁ ଖସି ଆସି ଥାନାରେ ଅଭିଯୋଗ କରିଥିଲେ । ପୋଲିସ ପାଡିତାଙ୍କଠାରୁ ପୁରା ଘଟଣା ସମ୍ପର୍କରେ ଜାଣିବା ପରେ ଏକ ମାମଲା ରୁଜୁ କରିଛି । 7 ଜଣ ଅଭିଯୁକ୍ତ ହେଉଛନ୍ତି ଅର୍ଶଦ, ଅସୀମ, ଆଶିକ୍, ଫୈଜ ଆଲାମ, ସୋନି, ସାଇରା ଏବଂ ଜାଇବା। ଏନେଇ ପୋଲିସ କହିଛି ଯେ, ସଦର କୋଟୱାଲି ଅଞ୍ଚଳର ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରିଛି । ପୀଡ଼ିତାଙ୍କୁ ଚିକିତ୍ସା ପାଇଁ ସରକାରୀ ଡାକ୍ତରଖାନାକୁ ପଠାଯାଇଛି । ଘଟଣାର ଅନୁସନ୍ଧାନ କରାଯାଉଛି । ସମସ୍ତ ଅଭିଯୁକ୍ତଙ୍କ ଖୁବଶୀଘ୍ର ଗିରଫ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.