ETV Bharat / bharat

ବିଜେପି ବିଧାୟିକାଙ୍କ ଗାଡି ଉପରେ ଆକ୍ରମଣ; ତଦନ୍ତ ଜାରି

author img

By ETV Bharat Odisha Team

Published : Oct 15, 2023, 12:15 PM IST

ବିଜେପି ବିଧାୟିକାଙ୍କ ଗାଡି ଉପରେ ଆକ୍ରମଣ । କେହି ଦୁର୍ବୃତ୍ତ ଫାୟାରିିଂ କରିଥିବା ଆଶଙ୍କା କଲେ ବିଧାୟିକା । ଅଧିକ ପଢନ୍ତୁ

ବିଜେପି ବିଧାୟିକାଙ୍କ ଗାଡି ଉପରେ ଆକ୍ରମଣ
ବିଜେପି ବିଧାୟିକାଙ୍କ ଗାଡି ଉପରେ ଆକ୍ରମଣ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଜଣେ ବିଜେପି ବିଧାୟିକାଙ୍କ ଗାଡି ଉପରକୁ ଆକ୍ରମଣ ହୋଇଛି । ଗତକାଲି ତିଲହର ବିଧାୟିକା ସଲୋନା କୁଶବାହା ଏକ ଧାର୍ମିକ କାର୍ଯ୍ୟକ୍ରମରୁ ଘରକୁ ଫେରୁଥିବା ସମୟରେ ବାଟରେ ତାଙ୍କ କାର୍ ଉପରେ ଆକ୍ରମଣ କରାଯାଇଛି । କେହି ଦୁର୍ବୃତ୍ତ ତାଙ୍କ ଗାଡିକୁ ଗୁଳିମାଡ କରିଥିବା ବିଧାୟିକା ଆଶଙ୍କା କରୁଥିବା ବେଳେ ପୋଲିସ କାର ଭିତରୁ ପଥର ଖଣ୍ଡ ପାଇଛି । ଏହି ଆକ୍ରମଣରେ ତାଙ୍କ ଗାଡିର କାଚ ଭାଙ୍ଗି ଯାଇଛି । ତେବେ ବିଧାୟିକା ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତ । ଏନେଇ ଅଭିଯୋଗ ପରେ ପୋଲିସ ମାମଲାର ଛାନଭିନ୍ କରୁଛି ।

ଏହାମଧ୍ୟ ପଢନ୍ତୁ: କଲେଜ ବାହାରେ ଭାଇକୁ ଅପେକ୍ଷା କରିଥିଲେ, ଛାତ୍ରୀଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ କଲେ ସଇତାନ

ସୂଚନା ମୁତାବକ, ଗତ ରାତିରେ ବିଜେପି ବିଧାୟିକା ସଲୋନା କୁଶବାହା ତିଲହର ଅଞ୍ଚଳରେ ଏକ ଧାର୍ମିକ କାର୍ଯ୍ୟକ୍ରମ ସାରି ଘରକୁ ଫେରୁଥିଲେ । ବାଟରେ ତାଙ୍କ ଗାଡିର ପଛଭାଗରେ ଥିବା କାଚରେ ଜୋରରେ କୌଣସି ବସ୍ତୁ ମାଡ ହୋଇଥିଲା ଏବଂ ଭୀଷଣ ଶବ୍ଦ ଶୁଭିଥିଲା । ଏହାଦେଖି ଡ୍ରାଇଭର ଦ୍ରୁତଗତିରେ ଗାଡିକୁ ଆଗକୁ ନେଇ ଯାଇଥିଲେ । ଘଟଣାସ୍ଥଳରୁ ସୁରକ୍ଷିତ ସ୍ଥାନକୁ ଯିବା ପରେ ବିଧାୟିକା ଏ ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ ।

ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କୁ ସଇତାନ କହିଲେ ଓୱେସି; ଗାଜାକୁ ସମର୍ଥନ କରିବାକୁ ମୋଦିଙ୍କୁ ଅପିଲ୍ କଲେ

ଖବର ପାଇ ସିଟି ଏସପି ସମେତ ପୁରା ପୋଲିସ ଫୋର୍ସ ବିଧାୟିକାଙ୍କ ନିକଟରେ ପହଞ୍ଚିଥିଲେ । ଏନେଇ ସଲୋନା କୁଶବାହା କହିଛନ୍ତି,"ମୋ ଗାଡି ଉପରକୁ ଫାୟାରିଂ ହୋଇଥିବା ମୁଁ ଆଶଙ୍କା କରୁଛି । ହେଲେ ପୋଲିସ ଯାଞ୍ଚ କରିବା ବେଳେ ଗାଡି ଡିକିରୁ କିଛି ପଥର ଖଣ୍ଡ ମିଳିଥିଲା । ଗୁରୁତ୍ବ ସହକାରେ ଘଟଣାର ଟିକିନିକ ଯାଞ୍ଚ ହେବା ଦରକାର ।" ଆକ୍ରମଣକାରୀଙ୍କୁ ଚିହ୍ନଟ କରି ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଧାୟିକା ଦାବି କରିଛନ୍ତି । ସେପଟେ ପୋଲିସର କହିବା କଥା, ଗାଡ଼ିରୁ ଛୋଟଛୋଟ ପଥର ମିଳିଛି । ପଥର ମାଡ଼ରେ ଗାଡ଼ିର କାଚ ଭାଙ୍ଗିଥିବା ଅନୁମାନ କରାଯାଉଛି । ଫାୟାରିଂ ଭଳି ଘଟଣାକୁ ପୋଲିସ ଖଣ୍ଡନ କରିଛି । ବର୍ତ୍ତମାନ ମାମଲାରେ ଖୋଳତାଡ଼ ଆରମ୍ଭ ହୋଇଛି ।

ଏହାମଧ୍ୟ ପଢନ୍ତୁ: Emergency Landing: ଜରୁରୀ ଅବତରଣ କଲା ବାୟୁସେନା ବିମାନ, ତ୍ରୁଟି ସୁଧାରିଲେ ବୈଷୟିକ ଟିମ୍

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.