ETV Bharat / bharat

ଖାଇବା ଛଡାଇ ମାଡ ମାରିଲେ ପୁଅ-ବୋହୂ, 5KM ଚାଲି ଥାନାରେ ପହଞ୍ଚିଲେ ବୃଦ୍ଧା, ତାପରେ... - ପୁଅ ବିରୋଧରେ ଥାନାରେ ପହଞ୍ଚିଲେ ବୃଦ୍ଧା

ପୁଅ-ବୋହୂଙ୍କ ନିର୍ଯାତନାରେ ଅତିଷ୍ଠ ବୃଦ୍ଧା । ହାତରୁ ଖାଦ୍ୟ ଥାଳି ଛଡାଇ ଫିଙ୍ଗି ଦେଲା ପୁଅ । 5 କିମି ଚାଲି ଥାନାରେ ପହଞ୍ଚି କଲେ ଅଭିଯୋଗ । ଅଧିକ ପଢନ୍ତୁ

ପୁଅର ନିର୍ଯାତନାରେ ଅତିଷ୍ଠ ବୃଦ୍ଧା, 5 କି.ମି ଚାଲି ଥାନାରେ ପହଞ୍ଚି କଲେ ଅଭିଯୋଗ

author img

By ETV Bharat Odisha Team

Published : Sep 16, 2023, 8:30 PM IST

ପୁଅର ନିର୍ଯାତନାରେ ଅତିଷ୍ଠ ବୃଦ୍ଧା, 5 କି.ମି ଚାଲି ଥାନାରେ ପହଞ୍ଚି କଲେ ଅଭିଯୋଗ

ଲକ୍ଷ୍ନୌ: ବଦ୍ଧାଙ୍କୁ ନିର୍ଯାତନା ଦେଇ ଆସୁଥିଲେ ପୁଅ-ବୋହୁ । ସ୍ଥିତି ଏପରି ହେଲା ଯେ, ବୃଦ୍ଧାଙ୍କ ହାତରୁ ଖାଦ୍ୟ ଥାଳି ଛଡାଇ ନେଇ ଫୋପାଡି ଦେବାକୁ ମଧ୍ୟ ଜନ୍ମକଲା ପୁଅ ପଛାଇଲାନାହିଁ । । ବୃଦ୍ଧା ମା’କୁ ଘରୁ ଧକ୍କା ମାରି ତଡିଦେଲା । ବାଧ୍ୟ ହୋଇ 5 କି.ମି ଚାଲି ଚାଲି ନିକଟସ୍ଥ ଥାନାର ଦ୍ବାରସ୍ଥ ହୋଇଛନ୍ତି ବୃଦ୍ଧା । ନିଜ ପୁଅ ବୋହୁଙ୍କ ବର୍ଷାଧିକ କାଳ ନିର୍ଯାତନାର କାହାଣୀ ପୋଲିସକୁ କହିଛନ୍ତି । ଘଟଣାଟି ଗତକାଲି ରାତିରେ ଉତ୍ତର ପ୍ରଦେଶ ଆଗ୍ରାରେ ଘଟିଛି । ଶ୍ୟାମଶାବାଦ ଥାନା ପୋଲିସ ବୃଦ୍ଧାଙ୍କ ଅଭିଯୋଗ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ମଧ୍ୟ କରିଛି ।

ବୃଦ୍ଧାଙ୍କୁ ଧରି ତାଙ୍କ ଘରେ ପହଞ୍ଚିଥିଲା ପୋଲିସ ଟିମ । ପୁଅ ବୋହୂଙ୍କ ସମେତ ପରିବାର ସଦସ୍ୟଙ୍କୁ ଡାକି ଆଲୋଚନା କରିବା ସହ ଚେତାବନୀ ଦେଇଥିଲା । ଆଗକୁ ବୃଦ୍ଧାଙ୍କ ପ୍ରତି ଯତ୍ନଶୀଳ ହେବାକୁ ମଧ୍ୟ ପରାମର୍ଶ ଦେଇଥିଲା । ପରେ ଏନେଇ କୌଣସି ଅଭିଯୋଗ ଆସିଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପୋଲିସ ଚେତାବନୀ ଦେଇ ଫେରିଥିଲା ।

ଘଟଣା କିଛି ଏହିପରି ଥିଲା । ଶ୍ୟାମଶାବାଦ ଥାନାଧିକାରୀ ଅନିଲ ଶର୍ମା କହିଛନ୍ତି ଯେ, ଗତକାଲି (ଶୁକ୍ରବାର) ରାତି 8ଟା ବେଳେ ମାୟା ଦେବୀ ନାମ୍ନୀ ଜଣେ 80 ବର୍ଷୀୟା ବୃଦ୍ଧା ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । ନିଜ ପୁଅ ବୋହୂଙ୍କ ଦ୍ବାରା ବର୍ଷ ବର୍ଷ ଧରି ଏପରି ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ କରିଥିଲେ । 20 ବର୍ଷ ପୂର୍ବେ ତାଙ୍କ ସ୍ବାମୀଙ୍କର ମୃତ୍ୟୁ ହୋଇସାରିଛି । ତାଙ୍କର ଦୁଇ ପୁଅ ପତ୍ନୀଙ୍କ ସହ ମିଶି ତାଙ୍କୁ ହତାଦର କରିବା ସହ ନିର୍ଯାତନା ଦେଇ ଆସୁଛନ୍ତି । ତେବେ ପୋଲିସ ଅଧିକାରୀ ତାଙ୍କୁ ଖାଇବାକୁ ଦେବା ସହ ଏକା ଶାଢୀ ବଜାରରୁ କିଣି ଉପହାର ଦେଇଥିଲେ । ତାଙ୍କ ସମସ୍ୟାର ସମାଧାନ ହେବା ନେଇ ପ୍ରତିଶୃତି ଦେବା ସହ ବୃଦ୍ଧାଙ୍କୁ ଥାନା ଭ୍ୟାନରେ ଧରି ଗ୍ରାମକୁ ଆସିଥିଲା ପୋଲିସର ଏକ ଟିମ୍‌ । ଉଭୟ ପୁଅ ଓ 2 ବୋହୂଙ୍କ ପୋଲିସ ଟିମ ଅଭିଯୋଗ ସମ୍ପର୍କରେ ଜେରା କରିବା ସହ ଚେତାବନୀ ଦେଇଥିଲା । ସେମାନେ ଏପରି କରିବେ ନାହିଁ ବୋଲି ପୋଲିସକୁ ଅବଗତ କରିଥିଲେ । ପରେ ପୋଲିସ ବୃଦ୍ଧାଙ୍କୁ ତାଙ୍କ ପୁଅ ଓ ବୋହୁଙ୍କ ନିକଟରେ ଜିମା ଦେଇ ଫେରିଛି ।

ଏହା ମଧ୍ୟ ପଢନ୍ତୁ :- ମୁକ୍ତ ଅଭିବ୍ୟକ୍ତିର ଅର୍ଥ ଘୃଣା ସୃଷ୍ଟି କରିବା ନୁହେଁ: ମାଡ୍ରାସ ହାଇକୋର୍ଟ

ସ୍ଥାନୀୟ ଥାନାଧିକାରୀ କହିଛନ୍ତି, ଏବେ କୌଣସି ମାମଲା ରୁଜୁ ହୋଇନି । ପୋଲିସ ଆପୋଶ ସମାଧାନ ପାଇଁ ପ୍ରୟାସ କରିଛି । ସେମାନେ ମଧ୍ୟ ଏପରି ଭୁଲ କରିବେ ନାହିଁ ବୋଲି ସ୍ବୀକାର କରିଛନ୍ତି । ବୃଦ୍ଧା ପୂର୍ବ ପରି ତାଙ୍କ ପୁଅ ଓ ବୋହୂଙ୍କ ନିକଟରେ ରହିବେ । ପୋଲିସ ମଧ୍ୟ ଏହି ଘଟଣାକୁ ଅନୁଧ୍ୟାନରେ ରଖିବ । ଯଦି ପରବର୍ତ୍ତୀ ସମୟରେ ପୁଣି ଏପରି ଅଭିଯୋଗ ଆସେ ସମ୍ପୃକ୍ତ ପୁଅ-ବୋହୁଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.