ETV Bharat / bharat

Crime Free Village: ଅପରାଧବିହୀନ ଗାଁ, ଏଯାଏଁ କୋର୍ଟ କଚେରୀ ଦ୍ବାର ମାଡିନାହାନ୍ତି ଗ୍ରାମବାସୀ

author img

By

Published : Apr 28, 2022, 9:16 PM IST

ଆଜିକାଲି ଛୋଟ ଛୋଟ ଘଟଣାକୁ ନେଇ ବିବାଦ ଉପୁଜୁଛି । ସାମାନ୍ୟ ଘଟଣାକୁ କେନ୍ଦ୍ର କରି ଲହୁଲୁହାଣ ହେଉଛନ୍ତି ଲୋକେ । ହେଲେ ବିହାରରେ ଏପରି ଏକ ଗାଁ ରହିଛି ଯେଉଁଠି ଆଜି ପର୍ଯ୍ୟନ୍ତ ସେଠାକାର ଲୋକେ କୋର୍ଟ କିମ୍ବା ଥାନା ଦ୍ବାର ଦେଖିନାହାନ୍ତି । ଫଳରେ ଉକ୍ତ ଗାଁ ପାଲଟିଛି ଅପରାଧବିହୀନ ଗାଁ । ଅଧିକ ପଢନ୍ତୁ

Crime Free Village: ଅପରାଧବିହୀନ ଗାଁ, ଏଯାଏଁ କୋର୍ଟ କଚେରୀ ଦ୍ବାର ମାଡିନାହାନ୍ତି ଗ୍ରାମବାସୀ
Crime Free Village: ଅପରାଧବିହୀନ ଗାଁ, ଏଯାଏଁ କୋର୍ଟ କଚେରୀ ଦ୍ବାର ମାଡିନାହାନ୍ତି ଗ୍ରାମବାସୀ

ପାଟନା: ଗୋଟିଏ ପଟେ ବିହାରରେ ଅପରାଧିକ ଘଟଣା ବଢୁଥିବା ବେଳେ ରାଜ୍ୟରେ ଏମିତି ଏକ ଗାଁ ରହିଛି, ଯେଉଁଠି ଆଜି ପର୍ଯ୍ୟନ୍ତ ଅପରାଧ ଘଟିନାହିଁ । ଆଜ୍ଞା ହଁ, ଏହି ଖବର ପଢିବାକୁ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ବାସ୍ତବରେ ବିହାର ରାଜ୍ୟରେ ଏଭଳି ଏକ ଗାଁ ରହିଛି । ଏଠାକାର ଲୋକେ ଏଯାବତ୍‌ କୋର୍ଟ ବା ଥାନାର ଦ୍ବାର ଦେଖିନାହାନ୍ତି । ବିହାରର ପଶ୍ଚିମାଞ୍ଚଳ କଟରାଓ ଗାଁ (katrao village in bettiah bihar) ଅପରାଧବିହୀନ ଗାଁ ଭାବେ ଖ୍ୟାତି ଅର୍ଜନ କରିଛି ।

ଏହି ଗାଁରେ ଜନସଂଖ୍ୟା କମ ରହିଛି । ସ୍ବାଧୀନତା ପରଠାରୁ ଏହି ଗାଁରେ(Crime Free Village Of Bettiah ) ଗୋଟିଏ ବି ଅପରାଧ ଘଟିନାହିଁ । ସ୍ବାଧୀନତା ପୂର୍ବରୁ ମଧ୍ୟ ଏହି ଗାଁରେ ସମାନ ସ୍ଥିତିରେ ରହିଥିଲା । ଏହି କାରଣ ଯୋଗୁଁ କଟରାଓ ଗାଁ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ଏଠାକାର ବାସୀ ଆଜି ବି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅହିଂସା ମାର୍ଗକୁ ଅନୁସରଣ କରୁଛନ୍ତି । ଏଠାରେ ପ୍ରାୟ ୧ ହଜାର ଲୋକ ବାସ କରନ୍ତି । ଏହି ଗାଁ ପାଟନା ଠାରୁ ୨୮୫ କିଲୋମିଟର ଦୂରରେ ଅବସ୍ଥିତ । ଏଠାରେ ବିଭିନ୍ନ ଧର୍ମାବଲମ୍ବୀ ଲୋକେ ମଧ୍ୟ ରୁହନ୍ତି । ଏହାବ୍ୟତୀତ ଏଠାରେ ଚୋରି ଡକାୟତି ମଧ୍ୟ ହୋଇନଥାଏ ।

ଥାନା ଦ୍ବାର ଦେଖିନାହାନ୍ତି କଟରାଓବାସୀ:-

ଏଠାରେ କୌଣସି ବିଶେଷ ଅପରାଧ ହୋଇନଥାଏ । ଯଦି କୌଣସି ଛୋଟ ବିବାଦ ଉପୁଜେ ତେବେ ଏହାକୁ ଗାଁ ପଞ୍ଚାୟତରେ ସମାଧାନ କରାଯାଏ । ଫଳରେ ଆଜି ପର୍ଯ୍ୟନ୍ତ ଏହି ଗ୍ରାମର କୌଣସି ଲୋକ କୋର୍ଟ କି ଥାନା ଦ୍ବାର ମାଡିନାହାନ୍ତି । ଏଥିଲାଗି ଗ୍ରାମବାସୀ ଶାନ୍ତିର ସହିତ ଜୀବନ ଅତିବାହିତ କରୁଛନ୍ତି । ଏଠାକାର ବାସୀ ଅନ୍ୟ ଲୋକଙ୍କୁ ଅହିଂସା ଓ ଶାନ୍ତିର ସହିତ ବଞ୍ଚିବାକୁ ମଧ୍ୟ ପରାମର୍ଶ ଦେଇଥିବା ନଜିର ରହିଛି ।

କଣ କୁହନ୍ତି ଏଠାକାର ଗ୍ରାମବାସୀ ?

କଟରାଓ ଗାଁକୁ ନେଇ ମନୀଷା କୁହନ୍ତି ଯେ ତାଙ୍କ ଗାଁରେ ଗୋଟିଏ ବି ମାମଲା ରୁଜୁ ହୋଇନାହିଁ । ଝଗଡ଼ା କିମ୍ବା ଗଣ୍ଡଗୋଳ ହେଲେ ପରସ୍ପର ମଧ୍ୟରେ କଥାବାର୍ତ୍ତା ହୋଇ ଏହି ସମସ୍ୟାର ସମାଧାନ କରାଯାଏ । ଯଦି ଏପରି ଲୋକମାନେ ରହିବା ଆରମ୍ଭ କରନ୍ତି ତେବେ ଭାରତର ରୂପରେଖ ବଦଳିଯିବ ବୋଲି କହିଛନ୍ତି କଟରାଓ ଗ୍ରାମବାସୀ ମନୀଷା ।

ଗ୍ରାମରେ କଣ ରହିଛି ବ୍ୟବସ୍ଥା ?

ଗ୍ରାମବାସୀ କହିଛନ୍ତି ଯେ ଏଠାରେ ଗୋମସ୍ତା(ଗାଁ ମୁଖିଆ) ରହିଛନ୍ତି । ତାଙ୍କୁ ଅର୍ଦ୍ଧ-ଦେବତା ଭାବରେ ପରିଗଣିତ କରାଯାଏ ଯାହାଙ୍କ ଆଦେଶ ସମସ୍ତଙ୍କ ପାଇଁ ସର୍ବଦା ଗ୍ରହଣୀୟ ଅଟେ । ଗୁମାସ୍ତାଙ୍କ ସ୍ଥିତି ସରକାରଙ୍କ ଦ୍ବାରା ସ୍ବୀକୃତିପ୍ରାପ୍ତ ନୁହେଁ, ହେଲେ ସ୍ଥାନୀୟ ପ୍ରଶାସନ ମଧ୍ୟ ଏହାର ପ୍ରସାର ବିଷୟରେ ଅବଗତ ରହିଥାନ୍ତି । ଏହି ବ୍ୟବସ୍ଥା ଦୀର୍ଘ ସମୟ ଧରି ବିଭିନ୍ନ ସମ୍ପ୍ରଦାୟରେ ଅନୁସରଣ କରାଯାଏ । ଏହା ଗଣତାନ୍ତ୍ରିକ ବ୍ୟବସ୍ଥାରେ ଲୋକଙ୍କ ଦୃଢ ବିଶ୍ବାସକୁ ଦର୍ଶାଏ । ବର୍ତ୍ତମାନ ତୃତୀୟ ପିଢିର ଗୁମାସ୍ତାମାନେ ଗାଁରେ ନ୍ୟାୟ ବ୍ୟବସ୍ଥା ପରିଚାଳନା କରୁଛନ୍ତି । ମାମଲାର ସମାଧାନ ସମୟରେ ଗ୍ରାମବାସୀ ଏକ ଗଛ କିମ୍ବା କମ୍ୟୁନିଟି ହଲ୍ ତଳେ ବସି ବିବାଦ ସହ ଜଡିତ ପକ୍ଷଙ୍କ କଥା ଶୁଣିବା ପରେ ନ୍ୟାୟ ପ୍ରଦାନ କରନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.