ଲକ୍ଷ୍ନୌ: ହୋଲି ପୂର୍ବରୁ ଉତ୍ତର ପ୍ରଦେଶରେ ଚାଞ୍ଚଲ୍ୟ । ୟୁପିର କାନପୁର ସହରରୁ ବିପୁଳ ପରିମାଣର ଦେଶୀ ବୋମା ଜବତ । କାନପୁର ରାୟପୂରବା ଅଞ୍ଚଳର ଜଣେ ଯୁବତୀଙ୍କ ଘରୁ ୨୮୮ଟି ଦେଶୀ ବୋମା ଜବତ କରାଯାଇଛି । ଯାହାକି ଏବେ କାନପୁର ପୋଲିସର ହୋସ୍ ଉଡାଇ ଦେଇଛି । ଦିନକ ତଳେ ସମ୍ପୃକ୍ତ ଯୁବତୀଙ୍କ ପ୍ରେମିକ ନିକଟରୁ ପୋଲିସ ପ୍ରଥମେ ୧୬ ଦେଶୀ ବୋମା ଜବତ କରିଥିଲା । ଏହାପରେ ପ୍ରେମିକା ଘରେ ଛାନଭିନ୍ ସମୟରେ ଆହୁରି ୨୮୮ଟି ବୋମା ମିଳିଛି । ଏହି ଘଟଣାରେ ଅଭିଯୁକ୍ତ ଯୁବତୀଙ୍କୁ ଗିରଫ କରି ଜେଲ୍ ପଠାଇଛି ପୋଲିସ । ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ।
ସୂଚନା ମୁତାବକ, ଗୁରୁବାର ସନ୍ଧ୍ୟାରେ ଚମନଗଞ୍ଜ ପୋଲିସ ଅପରାଧି ବାସୁ ସୋନକରକୁ ଗିରଫ କରିଥିଲା । ତା' ନିକଟରୁ ୧୬ଟି ଦେଶୀ ବୋମା ଜବତ କରାଯାଇଥିଲା । ପୋଲିସ ବାସୁକୁ ପଚରାଉଚରା କରିବା ପରେ ଶୁକ୍ରବାର ଦିନ ଲକ୍ଷ୍ମୀପୂରବା ଥାନା ଅନ୍ତର୍ଗତ ରାୟପୂରବା ଅଞ୍ଚଳରେ ରହୁଥିବା ତା'ର ପ୍ରେମିକା ଘରେ ଚଢାଉ କରିଥିଲା । ଯାଞ୍ଚ ସମୟରେ ଯୁବତୀଙ୍କ ଘର ଭିତରୁ ୨୮୮ ଦେଶୀ ବୋମା ଜବତ ହୋଇଥିଲା । ଏହି ଘଟଣାରେ ପୋଲିସ ମାମଲା ରୁଜୁ କରି ପ୍ରେମିକା ଟିନା ଗୁପ୍ତାଙ୍କୁ ଗିରଫ କରିବା ପରେ ଜେଲ୍ ପଠାଇ ଦେଇଛି ।
ଏହାମଧ୍ୟ ପଢନ୍ତୁ: Antony Blinken India Visit: ଅଟୋରେ ବୁଲିଲେ ଆଣ୍ଟୋନି ବ୍ଲିଙ୍କେନ, ପିଇଲେ ମସଲା ଚା’
ଚମନଗଞ୍ଜ ଥାନା ପ୍ରଭାରୀ ଅମରନାଥ ବିଶ୍ବକର୍ମୀ କହିଛନ୍ତି ଯେ, ଅପରାଧି ବାସୁ ସୋନକରକୁ ପଚରାଉଚରା ପରେ ପୋଲିସ ଓ କ୍ରାଇମବ୍ରାଞ୍ଚ ଟିମ୍ ମିଳିତ ଭାବେ ଟିନା ଗୁପ୍ତାଙ୍କ ଘରେ ଚଢାଉ କରିଥିଲେ । ତାଙ୍କ ଘରୁ ୨୮୮ଟି ବୋମା ମିଳିଥିଲା । ଏହାପରେ ପୋଲିସ ଟିନାଙ୍କୁ ଗିରଫ କରିଥିଲା । ତେବେ ଲୋକମାନେ ହୋଲି ଉତ୍ସବ ପ୍ରସ୍ତୁତିରେ ଲାଗିପଡିଥିବା ବେଳେ ସହରରୁ ଏତେ ସଂଖ୍ୟକ ବୋମା ମିଳିବା ଘଟଣା ଚାଞ୍ଚଲ୍ୟ ଖେଳାଇଛି । କାନପୁର ପୋଲିସ ଆଲର୍ଟ ରହିବା ସହ ସହରର ଗଳିକନ୍ଦି ଉପରେ ତୀକ୍ଷ୍ଣ ନଜର ରଖିଛି । ଏହି ଘଟଣାରେ ଅଧିକ ଛାନଭିନ୍ ଜାରି ରହିଛି । ସାରା ଦେଶରେ ହୋଲି ଏକ ଲୋକପ୍ରିୟ ପର୍ବ । ହୋଲି ପର୍ବ ଉତ୍ତରପ୍ରଦେଶରେ ଖୁବ୍ ଧୁମଧାମରେ ପାଳନ କରାଯାଏ ।
ଏହାମଧ୍ୟ ପଢନ୍ତୁ: ଟ୍ରେନରେ ପାଦରେ ଚଢିଗଲେ ଯାତ୍ରୀ, ପିଟି ପିଟି ହତ୍ୟା କଲେ ସହଯାତ୍ରୀ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ