ETV Bharat / bharat

ସରକାରୀ ବ୍ୟାଙ୍କ ପକ୍ଷରୁ ବୁଧବାର ସବୁ ଜିଲ୍ଲାରେ ଆୟୋଜିତ ହେବ ଋଣ ସମ୍ପର୍କ କାର୍ଯ୍ୟକ୍ରମ

ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜୁନ ୬ ରୁ ୧୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ଆଇକନିକ ସପ୍ତାହ ସମାରୋହର ଅଂଶବିଶେଷ ସ୍ବରୂପ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଅଧିକ ପଢନ୍ତୁ

author img

By

Published : Jun 7, 2022, 10:41 PM IST

Banks
Banks

ନୂଆଦିଲ୍ଲୀ: ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଆସନ୍ତାକାଲି(ବୁଧବାର) ସମସ୍ତ ସରକାରୀ ବ୍ୟାଙ୍କ ଗୁଡିକ ପକ୍ଷରୁ ବ୍ୟାପକ ଋଣ ସମ୍ପର୍କ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ସାରା ଦେଶର ସବୁ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ । କାର୍ଯ୍ୟକ୍ରମରେ ବ୍ୟାଙ୍କ ଗ୍ରାହକ ଏବଂ ଜନସାଧାରଣଙ୍କ ଋଣ ସୁବିଧା ସଂକ୍ରାନ୍ତ ସମସ୍ତ ସମସ୍ୟା ଦୂର କରାଯିବ । ଏଥିସହିତ ସେମାନଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ପଞ୍ଜିକୃତ କରାଯିବ । ସବୁ ସରକାରୀ ବ୍ୟାଙ୍କ ଓ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ଦ୍ବାରା ଏହିସବୁ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।

ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜୁନ ୬ ରୁ ୧୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଥିବା ଆଇକନିକ ସପ୍ତାହ ସମାରୋହର ଅଂଶବିଶେଷ ସ୍ବରୂପ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

ଆଜାଦୀ କା ଅମୃତ ମହୋତ୍ସବର ସମାରୋହରେ ବ୍ୟାଙ୍କ କର୍ମଚାରୀ, ଗ୍ରାହକ ଏବଂ ସାଧାରଣ ଜନତାଙ୍କୁ ବହୁ ସଂଖ୍ୟାରେ ସାମିଲ କରିବା ଉଦ୍ଦେଶ୍ୟରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଯୋଜନା କରାଯାଇଛି । ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ ଲାଗି ସବୁ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ଗୁଡିକୁ କୁହାଯାଇଛି । ଏହି କମିଟି ଗୁଡିକ ଋଣ ଜନସମ୍ପର୍କ କାର୍ଯ୍ୟକ୍ରମ ଆୟୋଜନ କରିବେ । ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଏବଂ ଅଟଳ ପେନସନ ଯୋଜନା ଭଳି ଜନ ସୁରକ୍ଷା ଯୋଜନାରେ ଗ୍ରାହକମାନଙ୍କୁ ସାମିଲ କରିବେ । ଗ୍ରାହକଙ୍କୁ ବ୍ୟାଙ୍କ ସେବା ସମ୍ପର୍କରେ ସଚେତନ କରିବେ । ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ଆୟୋଜନ କରିବେ । ଏଥିସହିତ ବିଭିନ୍ନ ବ୍ୟାଙ୍କ ଶାଖା ଗୁଡିକ ଦ୍ବାରା କାର୍ଯ୍ୟକାରୀ କରାଯାଉଥିବା ଭଲ କାମକୁ ମାନ୍ୟତା ଦେବା ଲାଗି ସେମାନଙ୍କୁ କୁହାଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.