ETV Bharat / bharat

ବଙ୍ଗ ସରକାରଙ୍କ ଉପରେ ଯୋଗୀଙ୍କ ବଡ ଅଭିଯୋଗ, ଇଦ୍‌ରେ ଜବରଦସ୍ତି କରାଯାଉଛି ଗୋ ହତ୍ୟା - ଯୋଗୀ ଆଦିତ୍ୟନାଥ ପଶ୍ଚିମବଙ୍ଗ ଗସ୍ତ

ମାଲଦାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି ଯୋଗୀ । ଇଦରେ ଜବରଦସ୍ତି ଗୋ ହତ୍ୟା ଆରମ୍ଭ କରାଯାଉଥିବା ଟିଏମସି ସରକାର ଉପରେ ଅଭିଯୋଗ ଆଣିଛନ୍ତି ଆଦିତ୍ୟନାଥ । ଅଧିକ ପଢନ୍ତୁ...

ବଙ୍ଗ ସରକାରଙ୍କ ଉପରେ ଯୋଗୀଙ୍କ ବଡ ଅଭିଯୋଗ, ଇଦ୍‌ରେ ଜବରଦସ୍ତି କରାଯାଉଛି ଗୋ ହତ୍ୟା

author img

By

Published : Mar 2, 2021, 7:20 PM IST

କୋଲକାତା: ନିର୍ବାଚନୀ ବିଗୁଲ ବାଜିବା ସହ ଜୋରଦାର ପ୍ରଚାର ଅବିଯାନରେ ଉଠୁଛି ପଡୁଛି ପଶ୍ଚିମବଙ୍ଗ ରାଜ୍ୟ ରାଜନୀତି । ଏହି କ୍ରମରେ ରାଜ୍ୟରେ ସଂଖ୍ୟାଗରିଷ୍ଠ ଭୋଟକୁ ହାତେଇବାକୁ ମାଲଦା ପହଞ୍ଚିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ମାଲଦାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି ଯୋଗୀ ।

ପଶ୍ଚିମବଙ୍ଗର ମାଲଦାରେ ଏକ ଜନସଭାକୁ ସମ୍ବୋଧିତ କରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ଆଜି ଯେତେବେଳେ ବଙ୍ଗରେ ଅରାଜକତା ଦେଖିବାକୁ ମିଳୁଛି ସେତେବେଳେ ସାରା ଦେଶ ଏଥିଯୋଗୁଁ ପୀଡିତ । ସେ କହିଛନ୍ତି ପଶ୍ଚିମବଙ୍ଗରେ କ୍ଷମତା ପ୍ରାୟୋଜିତ ଅପରାଧ ଓ ଆତଙ୍କବାଦ କେବଳ ଏଠାକାର ସୁରକ୍ଷା ସାମ୍ନାରେ ସଙ୍କଟ ଛିଡା କରୁନି ବରଂ ଦେଶର ସୁରକ୍ଷା ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

ଯୋଗୀ କହିଛନ୍ତି, ଆଜି ପଶ୍ଚିମବଙ୍ଗରେ ଦୁର୍ଗାପୂଜା ଉପରେ ପ୍ରତିବନ୍ଧକ ଲଗାଇଦିଆଯାଇଛି । ଇଦରେ ଜବରଦସ୍ତି ଗୋ ହତ୍ୟା ଆରମ୍ଭ କରାଯାଉଛି । ପଶ୍ଚିମବଙ୍ଗରେ ଅରାଜକତା ସ୍ପଷ୍ଟ ଭାବେ ଦେଖଇବାକୁ ମିଳୁଥିବା କହିଛନ୍ତି ଯୋଗୀ ।

ୟୁପି ସିଏମ କହିଛନ୍ତି, ପଶ୍ଚିମବଙ୍ଗରେ ଜୟ ଶ୍ରୀରାମ ନାରା ଲଗାଇବାରୁ ରୋକା ଯାଉଛି । ଅଯୋଧ୍ୟାରେ ମଧ୍ୟ ଗୋଟିଏ ସରକାର ରାମ ଭକ୍ତଙ୍କ ଉପରେ ଗୁଳି ଚଳାଇଥିଲା । ଏହାର ପରିଣାମ ସମସ୍ତେ ଦେଖିଛନ୍ତି । ଯିଏ ବି ରାମ ଭକ୍ତଙ୍କ ଦ୍ରୋହୀ ତାଙ୍କର ପଶ୍ଚିମବଙ୍ଗରେ କିଛି କାମ ନଥିବା କହିଛନ୍ତି ଯୋଗୀ ।

ପଶ୍ଚିମବଙ୍ଗରେ 8ଟି ପର୍ଯ୍ୟାୟରେ ହେବ ମତଦାନ । 294 ସିଟ ପାଇଁ ମତଦାନ 27 ମାର୍ଚ୍ଚରୁ ଆରମ୍ଭ ହୋଇ 29 ଏପ୍ରିଲରେ ଶେଷ ହେବ । ରାଜ୍ୟରେ କ୍ଷମତାସୀନ ଟିଏମସି ଏକାକୀ ନିର୍ବାଚନ ଲଢୁଛି । ସେପଟେ କଂଗ୍ରେସ ଓ ବାମ ଦଳ ମେଣ୍ଟ ନିର୍ବାଚନୀ ମୈଦାନରେ ରହିଥିବା ବେଳେ ବିଜେପି ଉଭୟ ଟିଏମସି ଓ ମେଣ୍ଟ ଦଳକୁ ଦେଉଛି ଜୋରଦାର ଟକ୍କର ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.