ETV Bharat / bharat

ବାଘ ସହ ଲଢି ମାଲିକ ଜୀବନ ବଞ୍ଚାଇଲେ ଗାଈ-କୁକୁର - gomata

କର୍ଣ୍ଣାଟକର ଦାବଣଗେରେ ଜିଲ୍ଲାରେ ମାଲିକଙ୍କ ଜୀବନ ବଞ୍ଚାଇଛନ୍ତି ଗାଈ ଏବଂ କୁକୁର। ଯାହାକି ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଅଧିକ ପଢନ୍ତୁ

ମାଲିକଙ୍କ ଜୀବନ ବଞ୍ଚାଇଲା ଗାଈ
ମାଲିକଙ୍କ ଜୀବନ ବଞ୍ଚାଇଲା ଗାଈ
author img

By

Published : Jun 10, 2023, 5:29 PM IST

ବେଙ୍ଗାଲୁରୁ: ବାଘ ମୁହଁରୁ ମାଲିକଙ୍କୁ ଫେରାଇ ଆଣିଛି ଗାଈ । କର୍ଣ୍ଣାଟକର ଦାବଣଗେରେ ଜିଲ୍ଲାରେ ଥିବା କୋଡଟିକେରେ ଗାଁରେ ଏଭଳି ଦୁର୍ଲଭ ଘଟଣା ଦେଖିବାକୁ ମିଳିଛି। ଯେଉଁଠି ମାଲିକ ଚିତାବାଘ ଆକମ୍ରଣର ଶିକାର ହେବା ପୂର୍ବରୁ ତାଙ୍କ ଜୀବନ ବଞ୍ଚାଇଛନ୍ତି ଗୃହପାଳିତ ପଶୁ। ତେବେ ଭାରତରେ ଥିବା ଗୃହପାଳିତ ପଶୁମାନଙ୍କ ମଧ୍ୟରୁ ଗାଈଙ୍କ ସଂଖ୍ୟା ସାଧାରଣତଃ ଅଧିକ। ହିନ୍ଦୁ ଧର୍ମରେ ଗାଈଙ୍କୁ ପୂଜା କରାଯିବା ସହ ଗୋମାତା ବୋଲି ସମ୍ବୋଧନ କରାଯାଇଥାଏ। ତେବେ ଗାଈର କ୍ଷୀରରୁ ଜାତ ଦ୍ରବ୍ୟ ମଧ୍ୟ ଖୁବ ପୁଷ୍ଟିକର ହୋଇଥାଏ।

ଅନେକ ଲୋକ ଗୃହପାଳିତ ପଶୁ ରଖିବାକୁ ପସନ୍ଦ କରନ୍ତି। ହେଲେ ପଶୁ ଯେ ନିଜ ମାଲିକ ପ୍ରତି ଏତେ ଯତ୍ନବାନ ହୋଇପାରେ ତାହା ହୁଏତ କେହି କଳ୍ପନା କରିନଥିବେ। କିନ୍ତୁ କର୍ଣ୍ଣାଟକରେ ଘଟିଥିବା ଏହି ଘଟଣାରୁ ଗୃହପାଳିତ ଗାଈଟିର ନିଜ ମାଲିକ ପ୍ରତି ଥିବା ଭଲପାଇବା ଓ ସ୍ନେହ ବାରି ହୋଇପଡୁଛି। ସୂଚନା ଅନୁସାରେ, କରିହଲ୍ଲପା ନାମକ ଜଣେ ବ୍ୟକ୍ତି ଗାଈ ଚରାଇବା ପାଇଁ ପଡିଆକୁ ଯାଇଥିଲେ। ତାଙ୍କ ଗୃହପାଳିତ କୁକୁରକୁ ମଧ୍ୟ ସାଥିରେ ନେଇ ଯାଇଥିଲେ କରିହଲ୍ଲପା।

ଗାଈକୁ ଚରିବାକୁ ଛାଡି ଦେଇ ସେ କ୍ଷେତରେ ଚାଷ କାମ କରୁଥିଲେ। ଠିକ୍ ସେହି ସମୟରେ ଏକ ଚିତା ବାଘ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲା। ନିଜ ମାଲିକ ଆକ୍ରମଣର ଶିକାର ହେଉଥିବା ଦେଖିବା ପରେ ଗାଈଟି ସେଠାକୁ ଆସି ନିଜ ସିଙ୍ଘ ସାହାଯ୍ୟରେ ଚିତାକୁ ଆକ୍ରମଣ କରିଥିଲା। ବାଘଟି ତଳେ ପଡିଯିବା ପରେ ଗାଈ ପୁଣି ଥରେ ବାଘଟିକୁ ଆକ୍ରମଣ କରିଥିଲା। ଏହାପରେ ଗାଈ ସହ ତାଳ ଦେଇ କୁକୁର ଭୁକିବାରେ ଲାଗିଥିଲା। ଫଳରେ ଚିତାଟି ଭୟଭୀତ ହୋଇଯାଇଥିଲା। ଏହି ଦୁଇ ପଶୁଙ୍କ ଉଦ୍ୟମ ଯୋଗୁ ମାଲିକଙ୍କ ଜୀବନ ବଞ୍ଚି ପାରିଛି।

ତେବେ କୋଡଟିକେରେ ଗାଁରେ ଅନେକ ଦିନ ହେବ ବାଘ ଆତଙ୍କ ଜାରି ରହିଛି। ନିକଟରେ ଥିବା ଜଙ୍ଗଲରୁ ଅନେକ ସମୟରେ ବାଘମାନେ ଆସି ଗାଁ ମଧ୍ୟକୁ ପ୍ରବେଶ କରୁଛନ୍ତି। ଚିତାବାଘ ଆକ୍ରମଣରେ ଅନେକ ଆହତ ହେଉଥିବାବେଳେ କେତେକଙ୍କ ଜୀବନ ମଧ୍ୟ ଯାଉଛି। ଏପରି ସ୍ଥିତିରେ ଭୟର ବାତାବରଣ ମଧ୍ୟରେ ରହିଛନ୍ତି ଅଞ୍ଚଳବାସୀ। ସେହିପରି କରିହଲ୍ଲପା ମଧ୍ୟ ବାଘ ଆକ୍ରମଣର ଶିକାର ହୋଇଥିବାବେଳେ ତାଙ୍କୁ ମୃତ୍ୟୁ ମୁଖରୁ ଫେରାଇ ଆଣିଛନ୍ତି ଗୃହପାଳିତ ଗାଈ ଏବଂ କୁକୁର। ତେବେ ମାଲିଙ୍କ ପ୍ରତି ଥିବା ଶ୍ରଦ୍ଧା ଏବଂ ପଶୁ ହୋଇ ମଧ୍ୟ ନିଜର ଉପସ୍ଥିତ ବୁଦ୍ଧା ଖଟାଇ ମାଲିକଙ୍କ ଜୀବନ ରକ୍ଷା କରିବା ଘଟଣା ଏବେ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.