ହାଇଦ୍ରାବାଦ: କୋରୋନାର ଡବଲ ମ୍ୟୁଟାଣ୍ଟ ଭ୍ୟାରିଏଣ୍ଟରୁ ସୁରକ୍ଷା ଦେବ କୋଭିଶିଲ୍ଡ । ସେଣ୍ଟର ଫର ସେଲ୍ୟୁଲାର ଆଣ୍ଡ ମୋଲିକ୍ୟୁଲାର ବାୟୋଲୋଜି କେନ୍ଦ୍ର(ସିସିଏମବି) ଦ୍ବାରା ଏକ ଅଧ୍ୟୟନରୁ ଏହା ସ୍ପଷ୍ଟ ହୋଇଛି । ଏନେଇ ସିସିଏମବିର ନିର୍ଦ୍ଦେଶକ ରାକେଶ କୁମାର ମିଶ୍ର ଟ୍ବିଟ୍ କରି ସୂଚନା ଦେଇଛନ୍ତି ।
ପୂର୍ବରୁ କୋଭାକ୍ସିନ SARS-Cov-2ର ସମସ୍ତ ଭ୍ୟାରେଏଣ୍ଟ ସହିତ ଲଢିବାରେ ସକ୍ଷମ ହୋଇଥିବା ଆଇସିଏମଆରର ଅନୁସନ୍ଧାନରୁ ଜଣାପଡିଥିଲା । କୋରୋନା ବିରୋଧରେ କୋଭାକ୍ସିନ ବେଶ୍ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି । ସେହପରି କୋଭିଶିଲ୍ଡ ମଧ୍ୟ କୋରୋନା ବିରୋଧୀ ବୋଲି ସ୍ପଷ୍ଟ ହୋଇଛି । ତେବେ କୋଭାକ୍ସିନ ହେଉଛି ଭାରତର ପ୍ରଥମ ସ୍ବଦେଶୀ ଟିକା, ଯାହା ଆଇସିଏମଆର ସହଯୋଗରେ ଭାରତ ବାଓଟେକ୍ ଦ୍ବାରା ବିକଶିତ ହୋଇଥିଲା । କୋଭାଶିଲ୍ଡ ଅକ୍ସୋଫୋର୍ଡ ଆଷ୍ଟ୍ରିଜେନିକା ଦ୍ବାରା ବିକଶିତ ହୋଇଛି ଏବଂ ପୁଣେ ସ୍ଥିତ ସେରମ ଇନଷ୍ଟିଚ୍ୟୁଟ ଦ୍ବାରା ପ୍ରସ୍ତୁତ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ