ETV Bharat / bharat

ଦେଶରେ କେବେ ମିଳିବ ଶୁଶୁଙ୍କୁ ଟିକା ? AIIMS ନିର୍ଦ୍ଦେଶକ ରଖିଲେ ଉତ୍ତର

author img

By

Published : Jun 23, 2021, 10:40 PM IST

ଶିଶୁଙ୍କୁ କୋରୋନା ଭ୍ୟାକ୍ସିନ ଲଗାଇବା ଉପରେ ପ୍ରତିକ୍ରିୟା ରଖିଛନ୍ତି ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ । ଅଧିକ ପଢନ୍ତୁ...

ଦେଶରେ କେବେ ମିଳିବ ଶୁଶୁଙ୍କୁ ଟିକା ? AIIMS ନିର୍ଦ୍ଦେଶକ ରଖିଲେ ଉତ୍ତର
ଦେଶରେ କେବେ ମିଳିବ ଶୁଶୁଙ୍କୁ ଟିକା ? AIIMS ନିର୍ଦ୍ଦେଶକ ରଖିଲେ ଉତ୍ତର

ନୂଆଦିଲ୍ଲୀ: ମହାମାରୀ କୋରୋନାକୁ ମାତ ଦେବା ପାଇଁ ଦେଶରେ ଜାରି ରହିଛି 18 ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କ ଟୀକାକରଣ । ଏପଟେ କୋରୋନା ସଂକ୍ରମଣର ତୃତୀୟ ଲହରୀକୁ ନେଇ ବଢୁଛି ଆଶଙ୍କା । ତୃତୀୟ ଲହରୀ ଶିଶୁଙ୍କୁ ଅଧିକ ପ୍ରଭାବିତ କରିବ ବୋଲି ଦାବି କରୁଛନ୍ତି ବିଶେଷଜ୍ଞ ।

ଶିଶୁଙ୍କୁ କୋରୋନା ଭ୍ୟାକ୍ସିନ ଲଗାଇବା ଉପରେ ପ୍ରତିକ୍ରିୟା ରଖିଛନ୍ତି ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ । ଡାକ୍ତର ଗୁଲେରିଆ କହିଛନ୍ତି, ପିଲାମାନଙ୍କ ପାଇଁ ଫାଇଜର ଟିକା FDA ଅନୁମୋଦନ ଲାଭ କରିଛି ଏବଂ ଏହି ଟିକାକୁ ଭାରତରେ ମଧ୍ୟ ମଞ୍ଜୁରୀ ମିଳିଛି ।

ଏମ୍ସ ନିର୍ଦ୍ଦେଶକ କହିଛନ୍ତି, ଟ୍ରାଏଲ ଶୀଘ୍ର ଶେଷ ହେବ ବୋଲି ଆଶା ରହିଛି । ସେପ୍ଟେମ୍ବର ସୁଦ୍ଧା ଡାଟା ପ୍ରସ୍ତୁତ ହୋଇଯିବ । ଆଉ ଏହି ମାସ ସୁଦ୍ଧା ଟିକାକୁ ଅନୁମୋଦନ ଦିଆଯିବ ବୋଲି କହିଛନ୍ତି ଗୁଲେରିଆ ।

ସେପ୍ଟେମ୍ବର-ଅକ୍ଟୋବର ସୁଦ୍ଧା ଆମ ଦେଶର ଟିକା ଉପଲବ୍ଧ ହେବ । ଏହା ଆମେ ପିଲାମାନଙ୍କୁ ଦେଇପାରିବା । ପିଲାମାନଙ୍କ ଠାରେ କୋରୋନା ଏତେ ଆକ୍ରାମକ ନୁହେଁ । ବୟସ୍କମାନଙ୍କୁ ପ୍ରଥମେ ଟୀକାକରଣ କରିବା ଦରକାର ବୋଲି କହିଛନ୍ତି ଏମ୍ସ ନିର୍ଦ୍ଦେଶକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.