ETV Bharat / bharat

ତୃତୀୟ ପର୍ଯ୍ୟାୟ ଟୀକାକରଣ ପାଇଁ ଏପ୍ରିଲ 28ରୁ ପଞ୍ଜୀକରଣ

author img

By

Published : Apr 25, 2021, 1:30 PM IST

ଦେଶବ୍ୟାପୀ ତୃତୀୟ ପର୍ଯ୍ୟାୟ ଟୀକାକରଣ ପାଇଁ ଏପ୍ରିଲ 28ରୁ ନାମ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ । ଅଧିକ ପଢନ୍ତୁ...

ଏପ୍ରିଲ 28ରୁ ନାମ ପଞ୍ଜୀକରଣ
ଏପ୍ରିଲ 28ରୁ ନାମ ପଞ୍ଜୀକରଣ

ନୂଆଦିଲ୍ଲୀ: ମେ’ 1ରୁ ଦେଶବ୍ୟାପୀ ତୃତୀୟ ପର୍ଯ୍ୟାୟ ଟୀକାକରଣ ଅଭିଯାନ ଆରମ୍ଭ ହେବ । ଏହି ପର୍ଯ୍ୟାୟରେ ଦେଶରେ 18 ବର୍ଷକୁ ଊର୍ଦ୍ଧ୍ବ ବୟସ୍କର ଲୋକଙ୍କୁ ଟିକା ଦିଆଯିବ । ଏନେଇ ଏପ୍ରିଲ 28ରୁ ନାମ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହେବ ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାଅନୁସାରେ, cowin.gov.in ଆପରେ ଟିକା ପାଇଁ ନାମ ପଞ୍ଜୀକରଣ କରିପାରିବେ । ଏକ ପୋଷ୍ଟର ଜରିଆରେ ମୋତେ 18 ବର୍ଷ ଏବଂ ମୁଁ ଭ୍ୟାକ୍ସିନ ନେବାକୁ ପ୍ରସ୍ତୁତ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଜାରି ହୋଇଛି । ମେ 1ରୁ ସାରା ଦେଶରେ ତୃତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ ହେବ । ଯାହାର ନାମ ପଞ୍ଜୀକରଣ ପ୍ରକ୍ରିୟା ଏପ୍ରିଲ 28ରୁ ଆରମ୍ଭ ହେବ ।

ତୃତୀୟ ପର୍ଯ୍ୟାୟ ଟିକାକରଣ କାର୍ଯ୍ୟକ୍ରମରେ 18 ବର୍ଷରୁ ଅଧିକ ସମସ୍ତ ନାଗରିକଙ୍କୁ ଟିକା ଦିଆଯିବ । ଏନେଇ ଏପ୍ରିଲ 19ରେ ଘୋଷଣା କରାଯାଇଥିଲା । ପ୍ରକାଶ ଥାଉ କି, ଜାନୁଆରୀ 16ରୁ ଦେଶବ୍ୟାପୀ ଟୀକାକରଣ ଡ୍ରାଇଭ ଆରମ୍ଭ ହୋଇଛି । ପ୍ରଥମେ ଆଗଧାଡିର ସ୍ବାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଥିଲା । ଏହା ପରେ ମାର୍ଚ୍ଚ 1ରୁ ଦେଶର ବରିଷ୍ଠ ନାଗରିକମାନଙ୍କୁ ଟିକା ଦିଆଯାଇଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.