ETV Bharat / bharat

ସଂକ୍ରମଣ ବିରୁଦ୍ଧରେ ଶକ୍ତି ଯୋଗାଇଛି ଟୀକାକରଣ: PM Modi - ଭାରତରେ ଟୀକାକରଣକୁ ପୁରିଲା ବର୍ଷେ

ଟୀକାକରଣକୁ ବର୍ଷେ ପୁରୁଛି । ଆଜିର ଦିନରେ ଅର୍ଥାତ ୨୦୨୧ ଆଜିର(ଜାନୁଆରୀ ୧୬) ଦିନରେ ଟୀକାକରଣ ଆରମ୍ଭ କରାଯାଇଥିଲା । ଏନେଇ ପ୍ରଧାନମନ୍ତ୍ରୀ ମୋଦି ଟୁଇଟ କରିଛନ୍ତି । ଅଧିକ ପଢନ୍ତୁ

ସଂକ୍ରମଣ ବିରୁଦ୍ଧରେ ଶକ୍ତି ଯୋଗାଇଛି ଟୀକାକରଣ : PM Modi

author img

By

Published : Jan 16, 2022, 4:52 PM IST

ନୂଆଦିଲ୍ଲୀ : ଟୀକାକରଣକୁ ବର୍ଷେ ପୁରୁଛି । ଆଜିର ଦିନରେ ଅର୍ଥାତ ୨୦୨୧ ଆଜିର(ଜାନୁଆରୀ ୧୬) ଦିନରେ ଟୀକାକରଣ ଆରମ୍ଭ କରଯାଇଥିଲା । ଏନେଇ ପ୍ରଧାନମନ୍ତ୍ରୀ ମୋଦି ଟୁଇଟ କରିଛନ୍ତି ।

  • Today we mark #1YearOfVaccineDrive.

    I salute each and every individual who is associated with the vaccination drive.

    Our vaccination programme has added great strength to the fight against COVID-19. It has led to saving lives and thus protecting livelihoods. https://t.co/7ch0CAarIf

    — Narendra Modi (@narendramodi) January 16, 2022 " class="align-text-top noRightClick twitterSection" data=" ">

ଭାରତରେ ଟୀକାକରଣ ଡ୍ରାଇଭକୁ ଏକ ବର୍ଷ ପୁରୁଛି । ମହାମାରୀ ବିରୋଧରେ ଟୀକାକରଣ ଦେଶକୁ ଶକ୍ତି ଯୋଗାଇଛି । ଏହା ଦ୍ୱାରା ଅନେକ ଜୀବନ ରକ୍ଷା ହୋଇଛି । ଯେତେବେଳେ ମହାମାରୀ ପ୍ରଥମେ ଆରମ୍ଭ ହୋଇଥିଲା । ସେତେବେଳେ ଭୂତାଣୁ ବିଷୟରେ ଅଧିକ କିଛି ଜଣାପଡି ନ ଥିଲା। ତଥାପି ଆମ ଦେଶର ବୈଜ୍ଞାନିକମାନେ ଟିକା ବିକାଶରେ ନିଜକୁ ନିୟୋଜିତ କରିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେମାନଙ୍କ ପାଇଁ ଭାରତ ଆଜି ଗର୍ବ କରୁଛି ।

ଭାରତ ଗର୍ବିତ ଅନୁଭବ କରୁଛି ଯେ ଆମ ଦେଶ ଟୀକାକରଣ ମାଧ୍ୟମରେ ମହାମାରୀକୁ ମୁକାବିଲା କରିବାରେ ଏକ ପ୍ରକାର ସହଯୋଗ କରିପାରିଛି । ଟୀକାକରଣରେ ଯେଉଁ ମାନଙ୍କ ଭୂମିକା ରହିଛି ସେମାନଙ୍କୁ ମୁଁ ସଲାମ କରୁଛି । ଆମ ଦେଶର ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ଭୂମିକା ଅତୁଳନୀୟ ।

ଯେତେବେଳେ ସ୍ବାସ୍ଥ୍ୟକର୍ମୀମାନେ ଦୁର୍ଗମ ଅଞ୍ଚଳରେ ଲୋକଙ୍କୁ ଟୀକା ଦେଉଛନ୍ତି କିମ୍ବା ଦୁର୍ଗମ ଅଞ୍ଚଳରେ ଲୋକଙ୍କ ପାଖରେ ଟିକା ପହଞ୍ଚୁଛି । ତାହା ଆମ ପାଇଁ ଗର୍ବର ବିଷୟ । ମହାମାରୀର ମୁକାବିଲା ପାଇଁ ଭାରତର ଆଭିମୁଖ୍ୟ ସର୍ବଦା ବିଜ୍ଞାନ ଭିତ୍ତିକ ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ତେବେ ଏ ପର୍ଯ୍ୟନ୍ତ ଦେଶରେ 156.76 କୋଟିରୁ ଅଧିକ ଟୀକାକରଣ ହୋଇସାରିଛି ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୁଚନା ଅନୁସାରେ, ୯୨ ପ୍ରତିଶତରୁ ଅଧିକ (adult population) ବସସ୍କମାନେ ପ୍ରଥମ ଡୋଜ ନେଇସାରିଛନ୍ତି । ସେହିପରି 68 ପ୍ରତିଶତରୁ ଅଧିକ ଲୋକେ ଦ୍ବିତୀୟ ଡୋଜ ଅର୍ଥାତ ପୂର୍ଣ୍ଣମାତ୍ରାରେ ଟିକା ନେଇ ସାରିଛନ୍ତି । ଟୀକାକରଣର ଏକ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାର ଆଜି(ରବିବାର) ପୋଷ୍ଟାଲ ଷ୍ଟାମ୍ପ ଜାରି କରିବେ ।

୨୦୨୧ ଆଜିର(ଜାନୁଆରୀ ୧୬) ଦିନରେ ବିଭିନ୍ନ ପର୍ଯ୍ୟାୟରେ ନାଗରିକଙ୍କୁ ଟୀକାକରଣ କରାଯାଇଥିଲା । ଫେବୃଆରୀରେ ଆଗଧାଡ଼ିର ଯୋଦ୍ଧାଙ୍କୁ ଟୀକାକରଣ, ମାର୍ଚ୍ଚରେ 60 ବର୍ଷ ସହିତ 45 ବର୍ଷରୁ ଊର୍ଦ୍ଧ୍ବ ଲୋକଙ୍କୁ ଟୀକାକରଣ କରାଯାଇଥିଲା । ଯେଉଁମାନେ ଗୁରୁତର ରୋଗରେ ପୀଡିତ ଥିଲେ । ଏପ୍ରିଲ ମାସରେ 45 ବର୍ଷରୁ ଊର୍ଦ୍ଧ୍ବ ଲୋକଙ୍କୁ ଟୀକାକରଣ କରାଯାଇଥିଲା । ମେ' ମାସରେ 18 ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କ ଟୀକାକରଣ କରାଯାଇଥିଲା । ସେହିପରି ଜାନୁଆରୀ 3 ତାରିଖରୁ 15 ରୁ 18 ବର୍ଷର ପିଲାଙ୍କୁ ଟୀକାକରଣ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.