ହାଇଦ୍ରାବାଦ: ଦେଶରେ ରହିଛି ମହାମାରୀ କୋରୋନାର ଭୟାବହ ସ୍ଥିତି । ଦୈନିକ ରେକର୍ଡ ଭାଙ୍ଗୁଛି ସଂକ୍ରମଣ । ଏନେଇ ଅନେକ ରାଜ୍ୟରେ ଲକଡାଉନ ମଧ୍ୟ ଲାଗୁ ହୋଇସାରିଲାଣି । ହେଲେ ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ କୋଭିଡ ନିୟମର ଖୋଲାଖୋଲି ଉଲ୍ଲଂଘନ ଦେଖିବାକୁ ମିଳିଛି ।
ଆଗକୁ ସଂଖ୍ୟା ଲଘୁ ସମ୍ପ୍ରଦାୟଙ୍କ ବଡ ପର୍ବ ଇଦ୍ ଥିବାବେଳେ ଏହାପୂର୍ବରୁ ହାଇଦ୍ରାବାଦ ଚାରମୀନାର ବଜାରରେ ଜମୁଛି ଲୋକୋଙ୍କ ପ୍ରବଳ ଭିଡ । ପାଦ ରଖିବାକୁ ମଧ୍ୟ ଜାଗା ନାହିଁ । ଲୋକେ ନା ମାସ୍କ ପିନ୍ଧୁଛନ୍ତି, ନା ସାମାଜିକ ଦୂରତାର କରୁଛନ୍ତି ଅନୁପାଳନ ।
ଏହାପୂର୍ବରୁ କୁମ୍ଭ ମେଳାରେ ମଧ୍ୟ ଦେଖିବାକୁ ମିଳିଥିଲା ସମାନ ସ୍ଥିତି । ହରିଦ୍ବାରରେ ଆୟୋଜିତ କୁମ୍ଭମେଳାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ଯୋଗୁଁ ସୃଷ୍ଟି ହୋଇଥିଲା ଅଣାୟତ ପରିସ୍ଥିତି । ବଢିଥିଲା କୋରୋନା ସଂକ୍ରମଣ । ତେବେ ହାଇଦ୍ରାବାଦର ଦୃଶ୍ୟ ଦେଖିଲେ ଏଭିଳିସ୍ଥିତିରେ କୋରୋନା ସଂକ୍ରମଣକୁ କିପରି ରୋକାଯାଇପାରିବ ତାକୁ ନେଇ ସୃଷ୍ଟି ହେଉଛି ବଡ ପ୍ରଶ୍ନ ।