ନୂଆଦିଲ୍ଲୀ: ଦେଶରେ ପୁଣି ଟେନସନ ଦେଉଛି କୋରୋନା । ପ୍ରତିଦିନ ୧୫ ହଜାରରୁ ଅଧିକ ଚିହ୍ନଟ ହେଉଛି ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ୍ 15,940 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 15,940 fresh Covid Cases) । ଯାହାକି ଶୁକ୍ରବାର ତୁଳନାରେ କମ୍ ହୋଇଥିଲେ ମଧ୍ୟ ଚିନ୍ତାଜନକ ରହିଛି । ସେହିପରି ସଂକ୍ରମଣ ଅଧିକ ରହୁଥିଲେ ହେଁ ମୃତ୍ୟୁସଂଖ୍ୟା କମ୍ ରେକର୍ଡ ହେଉଛି ।
ଦିନକରେ ଦେଶରେ ମାତ୍ର 20 ଜଣଙ୍କର ମୃତ୍ୟୁ ଘଟିଛି ଏବଂ 12,425 ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ବର୍ତ୍ତମାନ ଭାରତରେ ସକ୍ରିୟ ମାମଲା ଲକ୍ଷେ ମୁହାଁ ହୋଇଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 91,779କୁ ବୃଦ୍ଧି ପାଇଛି । ଦେଶର ଦୈନିକ ପଜିଟିଭ ରେଟ୍ 4.39%ରେ ପହଞ୍ଚିଛି ।
ଏଯାବତ୍ 4,27,61,481 ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି ଓ ସମୁଦାୟ 5,24,974 ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ 196 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ 24 ଘଣ୍ଟା ମଧ୍ୟରେ କେବଳ 15,73,341 ଜଣଙ୍କୁ ଟିକା ଦିଆଯାଇଛି ।