ETV Bharat / bharat

India Corona: ଦେଶରେ ୮ ହଜାର ଟପିଲା ଦୈନିକ ସଂକ୍ରମଣ - ଭାରତ କୋରୋନା ଅପଡେଟ

ଦେଶରେ ପୁଣି ହୁ ହୁ ହୋଇ ମାଡୁଛି ମହାମାରୀ । ଗତ 24 ଘଣ୍ଟା ମଧ୍ୟରେ 8 ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

India Corona: ଦେଶରେ ୮ ହଜାର ଟପିଲା ସଂକ୍ରମଣ

author img

By

Published : Jun 11, 2022, 9:52 AM IST

ନୂଆଦିଲ୍ଲୀ: ଦେଶରେ କାୟା ମେଲାଉଛି ମହାମାରୀ । ଦ୍ରୁତଗତିରେ ବଢି ଚାଲିଛି ସଂକ୍ରମଣ । ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ହୁ ହୁ ହୋଇ ସଂକ୍ରମଣ ବଢିବା ସମସ୍ତଙ୍କୁ ଏବେ ଭୟଭୀତ କରିଛି । ଆଜି ଦେଶରେ ୮ ହଜାର ଡେଇଁଛି ସଂକ୍ରମଣ ମାମଲା । ଗତ 24 ଘଣ୍ଟା ମଧ୍ୟରେ ମୋଟ 8,329 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 8,329 fresh Covid Cases) । ହେଲେ ସଂକ୍ରମଣ ଅନୁପାତରେ ମୃତ୍ୟୁସଂଖ୍ୟା କମ୍ ରହିଛି । ୨୪ ଘଣ୍ଟା ମଧ୍ୟରେ କେବଳ ୧୦ ଜଣଙ୍କ କୋରୋନାରେ ମୃତ୍ୟୁ ଘଟିଥିବା ବେଳେ 4,216 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ମନ୍ତ୍ରଣାଳୟ ଅନୁଯାୟୀ, ସଂକ୍ରମଣ ବଢିବା ସହ ଭାରତରେ ସକ୍ରିୟ ମାମଲା ଏବେ 40 ହଜାର ପାର୍ କରିଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 40,370ରେ ପହଞ୍ଚିଛି । ଦେଶରେ ଏଯାବତ 4,26,48,308 ସଂକ୍ରମଣରୁ ସୁସ୍ଥ ଲାଭ କରିଛନ୍ତି । ଏପର୍ଯ୍ୟନ୍ତ ମୋଟ 5,24,757 ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ 194 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ କେବଳ 15,08,406 ଜଣଙ୍କୁ ଟିକା ଦିଆଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.