ETV Bharat / bharat

India Corona: ଦିନକରେ ୧୨୭୦ ସଂକ୍ରମିତ, ୩୧ ମୃତ - ଦେଶରେ ଦୈନିକ କୋରୋନା ସଂକ୍ରମଣ

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମାତ୍ର ୧୨୭୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India reports ୧୨୭୦ fresh covid cases) । ହେଲେ ଦୈନିକ ମୃତ୍ୟୁସଂଖ୍ୟା ଚିନ୍ତାର କାରଣ ହୋଇଛି । ଅଧିକ ପଢନ୍ତୁ

ଦିନକରେ ୧୨୭୦ ସଂକ୍ରମିତ
ଦିନକରେ ୧୨୭୦ ସଂକ୍ରମିତ
author img

By

Published : Mar 28, 2022, 9:32 AM IST

ନୂଆଦିଲ୍ଲୀ: ଦେଶରେ ନିୟନ୍ତ୍ରଣରେ ରହିଛି ମହାମାରୀ । ଲଗାତାର ହ୍ରାସ ପାଉଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ମାତ୍ର ୧୨୭୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India reports ୧୨୭୦ fresh covid cases) । ହେଲେ ଦୈନିକ ମୃତ୍ୟୁସଂଖ୍ୟା ଚିନ୍ତାର କାରଣ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୧ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ଏ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ମନ୍ତ୍ରଣାଳୟ ଅନୁଯାୟୀ, ଦେଶରେ ସକ୍ରିୟ ମାମଲା ୨ ହଜାର ତଳେ ରହିଛି । ଆଜିର ନୂତନ ସଂକ୍ରମଣକୁ ମିଶାଇ ବର୍ତ୍ତମାନ ୧୫ ହଜାର ୮୫୯ ଜଣ ସଂକ୍ରମିତ ରହିଛନ୍ତି । ଏହି କ୍ରମରେ ଦେଶର ଦୈନିକ ପଜିଟିଭ୍ ରେଟ୍ ମଧ୍ୟ ହ୍ରାସ ୦.୦୪%ରେ ପହଞ୍ଚିଛି । ଏଯାବତ୍ ଭାରତରେ ମୋଟ 4,24,83,829 ସଂକ୍ରମିତ ସୁସ୍ଥ ହୋଇଛନ୍ତି ଏବଂ ୫, ୨୧,୦୩୫ ଜଣ କୋରୋନାରେ ପ୍ରାଣ ହରାଇଛନ୍ତି । ସେହିପରି ସମୁଦାୟ ୧, ୮୩, ୨୬, ୩୫,୬୭୩ କୋଟି ଡୋଜ୍ ଟୀକାକରଣ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.