ETV Bharat / bharat

ଦିଲ୍ଲୀକୁ ଆଶ୍ବସ୍ତି: ଖସିଲା ଦୈନିକ ସଂକ୍ରମଣ

author img

By

Published : May 10, 2021, 12:06 PM IST

ଦେଶରେ ରାଜଧାନୀରେ 21.67 ପ୍ରତିଶତକୁ ଖସିଲା ଦୈନିକ ସଂକ୍ରମଣ । 24 ଘଣ୍ଟାରେ 13 ହଜାର 336 ସଂକ୍ରମିତ ଚିହ୍ନଟ । ମୃତ୍ୟୁ ସଂଖ୍ୟା ମଧ୍ୟ 300 ତଳକୁ ଖସିଲା । ଅଧିକ ପଢନ୍ତୁ...

ସାମାନ୍ୟ ଆଶ୍ବସ୍ଥି : ଦିଲ୍ଲୀରେ କମିଛି ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: ଦିଲ୍ଲୀରେ କୋରୋନା ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ପ୍ରାୟ ତିନି ସପ୍ତାହ ହେଲା ଦିଲ୍ଲୀରେ ଲକଡାଉନ ଜାରି ରହିଛି । ତେବେ ଲକଡାଉନକୁ ମେ 17 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ଦିଲ୍ଲୀ ସରକାର । କୋରୋନା ସଂକ୍ରମଣ ବଢୁଥିବା ବେଳେ ଗତ 24 ଘଣ୍ଟାରେ ଦିଲ୍ଲୀରେ 13 ହଜାର 336 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଫଳରେ ପଜିଟିଭ ହାର 21.67 ପ୍ରତିଶତକୁ ଖସିଛି । ଯାହା ଗତ ଏପ୍ରିଲ 17 ପରଠୁ 24.56 ଥିଲା । ଏଥିସହ 5 ଦିନ ପରେ ରାଜଧାନୀରେ ମୃତ୍ୟୁ ସଂଖ୍ୟା ମଧ୍ୟ 300 ତଳକୁ ଖସିଛି । 24 ଘଣ୍ଟାରେ 273 ଜଣଙ୍କର କୋରୋନା ଜନିତ ମୃତ୍ୟୁ ହୋଇଛି । ତେବେ ରାଜଧାନୀରେ ଏବେ ମୃତ୍ୟୁ ହାର 1.46 ପ୍ରତିଶତ ରହିଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାକର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.