ETV Bharat / bharat

ସଂକ୍ରମଣରେ ସିବିଏସଇ ପରୀକ୍ଷା ଚିନ୍ତା; ଶିକ୍ଷାମନ୍ତ୍ରୀଙ୍କ ସହ ପିଏମଙ୍କ ବୈଠକ ଜାରି

କୋରୋନା ସଂକ୍ରମଣ ବୃଦ୍ଧି ନେଇ ସିବିଏସଇ ପରୀକ୍ଷା ନେଇ ଚିନ୍ତା ଦେଖା ଦେଇଛି । ଏ ନେଇ ଆଜି କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ଜାରି ରହିଛି । ଅଧିକ ପଢନ୍ତୁ...

author img

By

Published : Apr 14, 2021, 12:49 PM IST

ଶିକ୍ଷାମନ୍ତ୍ରୀଙ୍କ ସହିତ ପିଏମଙ୍କ ବୈଠକ ଜାରି
ଶିକ୍ଷାମନ୍ତ୍ରୀଙ୍କ ସହିତ ପିଏମଙ୍କ ବୈଠକ ଜାରି

ନୂଆଦିଲ୍ଲୀ: ଦିନକୁ ଦିନ କୋରୋନା ସଂକ୍ରମଣ ବୃଦ୍ଧି ନେଇ ସିବିଏସଇ ପରୀକ୍ଷା ହେବା ନେଇ ଦ୍ବନ୍ଦ ଉପୁଜିଛି । ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ଜାରି ରହିଛି ।

ସିବିଏସଇ ପରୀକ୍ଷା ନେଇ ଏହି ବୈଠକରେ ଚୂଡାନ୍ତ ନିଷ୍ପତ୍ତି ଆସିବା ନେଇ ସମ୍ଭାବନା ରହିଛି । ବୈଠକରେ ଶିକ୍ଷାମନ୍ତ୍ରୀ ରମେଶ ପୋଖରିଲ, ଶିକ୍ଷା ସଚିବ ଓ ଅନ୍ୟାନ କାର୍ଯ୍ୟକାରୀ ଅଧିକାରୀ ଉପସ୍ଥିତ ରହିଛନ୍ତି । ପୂର୍ବରୁ ଅନେକ ଛାତ୍ର, ଏକାଡେମିସିଆନ ଓ ରାଜନେତା କୋରୋନା ସଂକ୍ରମଣ ବୃଦ୍ଧି ନେଇ ପରୀକ୍ଷା ବାତିଲ କରିବାକୁ ଦାବି କରିଥିଲେ ।

ଜାତୀୟ ରାଜଧାନୀରେ ସଂକ୍ରମଣ ବୃଦ୍ଧି ନେଇ ମଙ୍ଗଳବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଧ କେଜ୍ରିୱାଲ ସିବିଏସଇ ପରୀକ୍ଷା ବାତିଲ କରିବାକୁ କେନ୍ଦ୍ରକୁ ଅନୁରୋଧ କରିଥିଲେ । ପ୍ରତିବର୍ଷ ଲକ୍ଷ ଲକ୍ଷ ଛାତ୍ର ସିବିଏସଇ ପରୀକ୍ଷା ଦେଉଛନ୍ତି । ବୁଧବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ କୋଭିଡ-19 ମାମଲାରେ 1.84 ଲକ୍ଷରୁ ଅଧିକ ନୂଆ ମାମଲା ଚିହ୍ନଚ ହୋଇଛି । ଏହା ସହିତ 1000ରୁ ଅଧିକ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଭାରତ ସର୍ବାଧିକ ଦିନିକିଆ ରିପୋର୍ଟ ରହିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.