ETV Bharat / bharat

ଦେଶରେ 107 କୋଟି ପାର କଲା ଟୀକାକରଣ

କୋଭିଡକୁ ମାତ୍ ଦେବାରେ ମୁଖ୍ୟାସ୍ତ୍ର ସାଜିଛି ଟୀକାକରଣ । ଏଯାବତ୍ ମୋଟ 107 କୋଟି ଟୀକାକରଣ କରାଯାଇଛି । ତେବେ, ଦେଶରେ ମଙ୍ଗଳବାର ଦିନ 37 ଲକ୍ଷ 38 ହଜାର 574 ଟୀକାକରଣ କରାଯାଇଛି । ଅଧିକ ପଢନ୍ତୁ...

ଦେଶରେ 107 କୋଟି ପାର କଲା ଟୀକାକରଣ
ଦେଶରେ 107 କୋଟି ପାର କଲା ଟୀକାକରଣ
author img

By

Published : Nov 3, 2021, 9:24 AM IST

ନୂଆଦିଲ୍ଲୀ: କୋଭିଡକୁ ମାତ୍ ଦେବାରେ ମୁଖ୍ୟାସ୍ତ୍ର ସାଜିଛି ଟୀକାକରଣ । ଏଯାବତ୍ ମୋଟ 107 କୋଟି ଟୀକାକରଣ କରାଯାଇଛି । ତେବେ, ଦେଶରେ ମଙ୍ଗଳବାର ଦିନ 37 ଲକ୍ଷ 38 ହଜାର 574 ଟୀକାକରଣ କରାଯାଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି । କୋରୋନାକୁ ମାତ ଦେବା ପାଇଁ ଜୁନ୍ ୨୦୨୧ରେ ଦେଶରେ ଆରମ୍ଭ ହୋଇଥିଲା କ୍ୟାମ୍ପେନ ମୋଡରେ ଟୀକାକରଣ । ୭୮ ପ୍ରତିଶତ ଲୋକେ ପ୍ରଥମ ଡୋଜ ନେଇଥିବା ବେଳେ ୩୮ ପ୍ରତିଶତ ଲୋକେ ଉଭୟ ଡୋଜ ନେଇଛନ୍ତି ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା ।

କୋରୋନାକୁ ମାତ ଦେବା ପାଇଁ ଜାନୁଆରୀ ୧୬ରେ ଦେଶବ୍ୟାପୀ ଟୀକାକରଣ ଡ୍ରାଇଭ ଆରମ୍ଭ ହୋଇଥିଲା । ସଂକ୍ରମଣ ବିରୋଧରେ ଏବେବି ଲଢେଇ ଜାରି ରଖିଛି ଭାରତ । ଏନେଇ ଚଳିତ ବର୍ଷ ଜାନୁଆରୀ ୧୬ ତାରିଖରୁ ପ୍ରଥମେ ଦେଶରେ ଟୀକାକରଣ ଆରମ୍ଭ କରିଥିଲେ କେନ୍ଦ୍ର ସରକାର । ଯେଉଁଥିରେ ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟସେବା କର୍ମଚାରୀ ଟିକା ନେଇଥିଲେ । ଫେବୃୟାରୀ ୨ ତାରିଖରୁ ସମସ୍ତ ସମ୍ମୁଖ ଯୋଦ୍ଧାଙ୍କ ଟୀକାକରଣ ଆରମ୍ଭ କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟ ଟୀକାକରଣ ମାର୍ଚ୍ଚ ପହିଲାରୁ ଆରମ୍ଭ ହୋଇଥିଲା ।

ଏହି ପର୍ଯ୍ୟାୟରେ ୬୦ ବର୍ଷରୁ ତଦୁର୍ଦ୍ଧ ଏବଂ ରୋଗାକ୍ରାନ୍ତ ୪୫ ବର୍ଷ ବୟସ୍କରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ସାମିଲ କରାଯାଇଥିଲା । ଏହାପରେ ଏପ୍ରିଲ ୧ ତାରିଖରୁ ସରକାର ୪୫ ବର୍ଷରୁ ଅଧିକ ବୟସ୍କ ସମସ୍ତ ଲୋକଙ୍କ ଟୀକାକରଣ ଆରମ୍ଭ କରିଥିଲେ । ଏହାପରେ ମେ ମାସ ୧ ତାରିଖରୁ ୧୮ ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ବ୍ୟକ୍ତିବିଶେଷଙ୍କୁ ଟିକା ଦେବା ପାଇଁ ଅନୁମତି ଦେଇଥିଲେ ସରକାର ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.