ETV Bharat / bharat

ରେମଡେସିଭିର ରପ୍ତାନି ନିଷିଦ୍ଧ କଲା ଭାରତ

author img

By

Published : Apr 12, 2021, 10:03 AM IST

ଭାରତରେ ସମ୍ପ୍ରତି କୋରୋନା ସଂକ୍ରମଣର ଦ୍ବିତୀୟ ତରଙ୍ଗ ଦୃତ ଗତିରେ ବୃଦ୍ଧି ପାଉଥିବାରୁ ଆଣ୍ଟି-ଭାଇରାଲ୍ ଔଷଧ ରେମଡେସିଭିର ଚାହିଦା ମଧ୍ୟ ବୃଦ୍ଧି ପାଇଛି । ତେବେ ଏନେଇ ସରକାର ଗତକାଲି (ରବିବାର) ରେମଡେସିଭିର ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛି । ଅଧିକ ପଢନ୍ତୁ...

ରେମଡେସିଭିର ରପ୍ତାନି ନିଷିଦ୍ଧ କଲା ଭାରତ
ରେମଡେସିଭିର ରପ୍ତାନି ନିଷିଦ୍ଧ କଲା ଭାରତ

ନୂଆଦିଲ୍ଲୀ: ଭାରତରେ ସମ୍ପ୍ରତି କୋରୋନା ସଂକ୍ରମଣର ଦ୍ବିତୀୟ ତରଙ୍ଗ ଦୃତ ଗତିରେ ବୃଦ୍ଧି ପାଉଥିବାରୁ ଆଣ୍ଟି-ଭାଇରାଲ୍ ଔଷଧ ରେମଡେସିଭିର ଚାହିଦା ମଧ୍ୟ ବୃଦ୍ଧି ପାଇଛି । ତେବେ ଏନେଇ ସରକାର ଗତକାଲି (ରବିବାର) ରେମଡେସିଭିର ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇଛି । ଦେଶରେ ମହାମାରୀ ସ୍ଥିତି ନିୟନ୍ତ୍ରଣାଧୀନ ନହେଲା ଯାଏ ରେମଡେସିଭିର ଇଞ୍ଜେକ୍ସନ ଓ ଅନ୍ୟାନ୍ୟ ତତ୍‌ସଂଲଗ୍ନ ଉପାଦାନର ରପ୍ତାନିକୁ ସରକାର ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି । ଅପରପକ୍ଷେ, ଏହାକୁ ଏକ ଅବ୍ୟର୍ଥ ଔଷଧ ଭାବି ଲୋକେ କିଣିବା ଲାଗି ବିକଳ ନହେବାକୁ ବିଶେଷଜ୍ଞମାନେ ପରାମର୍ଶ କରିଛନ୍ତି ।

ରେମଡେସିଭିର ଯଦିଓ କୋଭିଡ୍‌ରୁ ଆରୋଗ୍ୟଲାଭ ପାଇଁ ସମ୍ପୂର୍ଣ୍ଣ ଫଳପ୍ରଦ ନୁହେଁ, ତେବେ ଗୁରୁତର କୋଭିଡ୍‌ ପୀଡ଼ିତଙ୍କ ଠାରେ ଏହାର ପ୍ରୟୋଗ ଡାକ୍ତରଖାନା ରହଣିକୁ କମାଇ ଦେଇଥାଏ । କୋଭିଡ୍‌ ଲକ୍ଷଣ ଦେଖାଦେବାର ୯ ଦିନ ଭିତରେ ଏହି ଭୂତାଣୁ ବିରୋଧୀ ଔଷଧକୁ ବ୍ୟବହାର କଲେ କିଛିମାତ୍ରାରେ ଉପଶମ ମିଳିଥାଏ ।

ଅପରପକ୍ଷେ ଆମେରିକାର ଭିତ୍ତିକ ଗିଲିଆଡ୍ ସାଇନ୍ସରୁ ସାତୋଟି ଭାରତୀୟ କମ୍ପାନୀ ଏହି ଔଷଧକୁ ଲାଇସେନ୍ସ ପ୍ରଦାନ କରିଛନ୍ତି, ଯେଉଁଥିରେ ପ୍ରତି ମାସରେ ପ୍ରାୟ 3.9 ନିୟୁତ ୟୁନିଟ୍ ଉତ୍ପାଦନ କ୍ଷମତା ରହିଛି । ତେବେ ଆଗକୁ ଦେଶରେ ଏହାର ଅଭାବ ପରିଲକ୍ଷିତ ନହେବା ଉଦ୍ଦେଶ୍ୟରେ ସରକାର ଏପରି ପଦକ୍ଷେପ ନେଇଥିବା ଜଣାପଡ଼ିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.