ETV Bharat / bharat

COVID-19: ଚୀନରେ ମାଡୁଛି କୋରୋନା, ଭାରତୀୟ ଛାତ୍ରଙ୍କ ସ୍ବଦେଶ ଫେରିବାରେ ସହୟତା ଲୋଡିଲା ଭାରତ

author img

By

Published : Mar 17, 2022, 10:53 PM IST

ଚୀନରେ ବଢିବାରେ ଲାଗିଛି କୋଭିଡ କଟକଣା । ଭାରତୀୟ ଛାତ୍ରଙ୍କ ପାଠପଢା ନେଇ ଉଦେବେଗ ପ୍ରକାଶ କଲା ବୈଦେଶିକ ମନ୍ତ୍ରଣାଳୟ । ଆବଶ୍ୟକ ସ୍ଥଳେ ଭାରତୀୟଙ୍କୁ ସ୍ବଦେଶ ଫେରିବାକୁ ସହାୟତା ଯୋଗାଇଦେବା ପାଇଁ ଚୀନକୁ ଭାରତର ଅନୁରୋଧ । ଅଧିକ ପଢନ୍ତୁ

COVID-19: ଚୀନରେ ବଢୁଛି କୋଭିଡ କଟକଣା, ଭାରତୀୟ ଛାତ୍ରଙ୍କୁ ସ୍ବଦେଶ ଫେରିବାରେ ସହୟତା ପାଇଁ ଚୀନକୁ କହିଲା ଭାରତ

ନୂଆଦିଲ୍ଲୀ: ଚୀନରେ ପୁଣି ବଢିବାରେ ଲାଗିଛି କୋଭିଡ ସଂକ୍ରମଣ । ଏହାରି ମଧ୍ୟରେ ସେଠାରେ ଲାଗି ରହିଥିବା କୋଭିଡ କଟକଣା ଦିନକୁ ଦିନକୁ ବ୍ୟାପକ ହେବାରେ ଲାଗିଛି ସେଠାରେ ବିଭିନ୍ନ ବିଶ୍ବବିଦ୍ୟାଳୟରେ ଅଧ୍ୟୟନ ଜାରି ରଖିଥିବା ଭାରତୀୟ ଛାତ୍ରଙ୍କ ସୁରକ୍ଷା ଓ ସେମାନଙ୍କ ଏକାଡେମିକ କ୍ୟାରିୟରକୁ ନେଇ ପୁଣି ବଡ ପ୍ରଶ୍ନ ସୃଷ୍ଟି ହେବାରେ ଲାଗିଛି । ତେଣୁ ଏସବୁ ପ୍ରସଙ୍ଗରେ ଉଦବେଗ ପ୍ରକାଶ କରିଛି ଭାରତ ।

କୋଭିଡ ନେଇ ଜାରି ରହିଥିବା କଟକଣା ମଧ୍ୟରେ ଛାତ୍ରଙ୍କୁ ହେଉଥିବା ସମସ୍ୟା ନେଇ ଗୁରୁତ୍ବରୋପ କରିଛନ୍ତି ଭାରତ ସରକାର । ଛାତ୍ରମାନଙ୍କ ସ୍ୱାର୍ଥ ଦୃଷ୍ଚିରୁ ସେମାନଙ୍କ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟାକୁ ସୁଗମ କରିବା ପାଇଁ ଚୀନ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ । ବେଜିଂରେ ଥିବା ଭାରତୀୟ ଦୂତାବାସ, କନସୁଲେଟ୍ ଚୀନ୍‌ର ସମ୍ପୃକ୍ତ ଅଧିକାରୀଙ୍କ ସହ ଏକାଧିକ ଥର ଏହି ପ୍ରସଙ୍ଗରେ ଆଲୋଚନା କରିବା ସହ ପ୍ରକ୍ରିୟା ଜାରି ରଖିଛନ୍ତି ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ।

ବାଗଚି ଆହୁରି ମଧ୍ୟ କହିଛନ୍ତି ଯେ ସେଠାରେ ଏବେ ମଧ୍ୟ ଅନେକ କଟକଣା ଜାରି ରହିଛି, ଯାହା ଫଳରେ ଭାରତୀୟ ଛାତ୍ରମାନଙ୍କୁ ସେମାନଙ୍କ ଶିକ୍ଷା ଗ୍ରହଣରେ ଅନେକ କଠିନତାର ସାମ୍ନା କରିବାକୁ ପଡୁଛି । ସେହିପରି ଏହି ପ୍ରସଙ୍ଗରେ ନିଜେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ମଧ୍ୟ ଚୀନ ପ୍ରତିପକ୍ଷଙ୍କ ସହ ସେପ୍ଟେମ୍ବରରେ କାର୍ଗିଜସ୍ଥାନରେ ଆଲୋଚନା କରିଥିବା ମଧ୍ୟ ସୂଚନା ଦେଇଛନ୍ତି ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.