ETV Bharat / bharat

180ରୁ ଊର୍ଦ୍ଧ୍ବ କ୍ରାଇଜେନିକ୍ ଅକ୍ସିଜେନ କଣ୍ଟେନର ପରିବହନ କରିଛି ଭାରତୀୟ ବାୟୁସେନା

author img

By

Published : May 5, 2021, 1:50 PM IST

ସାରା ଭାରତ ଏବେ ମାହମାରୀ କୋରୋନା ସହ ଲଢେଇ କରୁଛି । ଏଭଳି ସ୍ଥିତିରେ ବିଭିନ୍ନ ହସ୍ପିଟାଲକୁ ତୁରନ୍ତ ଅକ୍ସିଜେନ ପ୍ଲାଣ୍ଟ ପହଞ୍ଚାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଭାରତୀୟ ବାୟୁସେନା । ବର୍ତ୍ତମାନ ସୁଦ୍ଧା ଭାରତୀୟ ବାୟୁସେନା 180ଟି ଖାଲି କ୍ରାଇଜେନିକ୍ ଅମ୍ଳଜାନ କଣ୍ଟେନର ଏବଂ ଅମ୍ଳଜାନ ସିଲିଣ୍ଡର, ଅମ୍ଳଜାନ ପ୍ଲାଣ୍ଟ ଉପକରଣ, ଅତ୍ୟାବଶ୍ୟକ ଔଷଧ ଏବଂ ଡାକ୍ତରଖାନା ଉପକରଣ ପରିବହନ କରିଛି। ଅଧିକ ପଢନ୍ତୁ...

180ରୁ ଉର୍ଦ୍ଧ୍ବ କ୍ରାଇଜେନିକ୍ ଅକ୍ସିଜେନ କଣ୍ଟେନର ପରିବହନ କରିଛି ଭାରତୀୟ ବାୟୁସେନା

ନୂଆଦିଲ୍ଲୀ: ସାରା ଭାରତ ମହାମାରୀ କୋରୋନା ସହ ଲଢେଇ କରୁଛି । ଏହି ଯୁଦ୍ଧରେ ସାମିଲ ହୋଇଛନ୍ତି ଭାରତୀୟ ବାୟୁସେନା। ବିଭିନ୍ନ ହସ୍ପିଟାଲକୁ ତୁରନ୍ତ ଅକ୍ସିଜେନ ପ୍ଲାଣ୍ଟ ପହଞ୍ଚାଇବାରେ ନେଇଛି ଗୁରୁତ୍ବପୂର୍ଣ୍ଣ ଭୂମିକା । ବର୍ତ୍ତମାନ ସୁଦ୍ଧା ଭାରତୀୟ ବାୟୁସେନା 180ଟି ଖାଲି କ୍ରାଇଜେନିକ୍ ଅମ୍ଳଜାନ କଣ୍ଟେନର ଏବଂ ଅମ୍ଳଜାନ ସିଲିଣ୍ଡର, ଅମ୍ଳଜାନ ପ୍ଲାଣ୍ଟ ଉପକରଣ, ଅତ୍ୟାବଶ୍ୟକ ଔଷଧ ଏବଂ ଡାକ୍ତରଖାନା ଉପକରଣ ପରିବହନ କରିଛି।

ଆଇଏଏଫ୍ ର RAMT (ରାପିଡ୍ ଆକ୍ସନ୍ ମେଡିକାଲ୍ ଟିମ୍) ଏବଂ ମେଡିକାଲ୍ ଅଫିସର ଏବଂ ଭାରତୀୟ ନୌସେନାର କର୍ମଚାରୀମାନେ ବିମାନ ଚଳାଇ ମେଡିକାଲ ଉପକରଣଗୁଡିକ ପଠାଇବାରେ କାମ କରୁଛନ୍ତି । ଏହି କାର୍ଯ୍ୟ ପାଇଁ ଆଠଟି C-17, ଚାରିଟି IL-76, ଟେନ C-130, ଏବଂ 20 An-32 ବିମାନ, ଏବଂ Mi-17V5 ଏବଂ ଚିନୁକ୍ ହେଲିକପ୍ଟରଗୁଡିକ IAF ଦ୍ୱାରା ନିୟୋଜିତ ହୋଇଛି । ଏମାନେ ମିଳିତ ଭାବରେ 360 ଘଣ୍ଟାରୁ ଅଧିକ ସମୟ ଉଡାଣ ଭରିଛନ୍ତି । ଦେଶରେ ବିଭିନ୍ନ ଭାଗରେ କୋଭିଡ ସଂକ୍ରମଣ ବଢିବା ସହ ଅକ୍ସିଜେନ କମିବାରେ ଲାଗିଛି । ଫଳରେ ଅନେକ କୋଭିଡ ରୋଗୀ ଅକ୍ସିଜେନ ଓ ମେଡିକାଲ ଉପକରଣ ଅଭାବରୁ ଆଖି ବୁଜୁଛନ୍ତି ।

ସୂଚନାଯୋଗ୍ୟ, ଆଜି ଦେଶରେ 3 ଲକ୍ଷ 82 ହଜାର 315 ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । 3780 ଜଣ କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୋଟ ସଂକ୍ରମିତ ସଂଖ୍ୟା ଦେଶରେ ଏବେ 2 କୋଟି 6 ଲକ୍ଷ ରୁ ଊର୍ଦ୍ଧ୍ବରେ ପହଞ୍ଚିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.