ETV Bharat / bharat

ଟୀକାକରଣର ପୂର୍ବ ପ୍ରସ୍ତୁତି, ଆସନ୍ତା ସପ୍ତାହ 4 ରାଜ୍ୟରେ ହେବ ଡ୍ରାଏ ରନ୍‌ - ଟୀକାକରଣ ପୂର୍ବ ପ୍ରସ୍ତୁତି

ଦେଶରେ ଟୀକାକରଣନେଇ ପୂର୍ବ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି କେନ୍ଦର ସରକାର । ଏହି କ୍ରମରେ ଟୀକାକରଣ ବ୍ୟବସ୍ଥା ଆକଳନ ପାଇଁ ଆସାମ, ପଞ୍ଜାବ, ଆନ୍ଧ୍ରପ୍ରଦେଶ ଓ ଗୁଜୁରାଟ ଆଦି 4 ରାଜ୍ୟକୁ ଚୟନ କରାଯାଇଛି । ଅଧିକ ପଢନ୍ତୁ...

ଟୀକାକରଣର ପୂର୍ବ ପ୍ରସ୍ତୁତି, ଆସନ୍ତା ସପ୍ତାହ 4 ରାଜ୍ୟରେ ହେବ ଡ୍ରାଏ ରନ୍‌

author img

By

Published : Dec 25, 2020, 5:59 PM IST

ନୂଆଦିଲ୍ଲୀ: ମହାମାରୀ କୋରୋନା ସଙ୍କଟ ମଧ୍ୟରେ ବିଭିନ୍ନ ଦେଶରେ ଆରମ୍ଭ ହୋଇଗଲାଣି ଟୀକାକରଣ । ଭାରତରେ ମଧ୍ୟ ଖୁବ ଶିଘ୍ର ଟୀକାକରଣ ପ୍ରକ୍ରିୟା ଆରମ୍ଭ ହୋଇଯିବ । ତେବେ ଦେଶରେ ଟୀକାକରଣନେଇ ପୂର୍ବ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି କେନ୍ଦର ସରକାର । ଏହି କ୍ରମରେ ଟୀକାକରଣ ବ୍ୟବସ୍ଥା ଆକଳନ ପାଇଁ ଆସାମ, ପଞ୍ଜାବ, ଆନ୍ଧ୍ରପ୍ରଦେଶ ଓ ଗୁଜୁରାଟ ଆଦି 4 ରାଜ୍ୟକୁ ଚୟନ କରାଯାଇଛି ।

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ଅଭ୍ୟାସ ଅନ୍ତର୍ଗତ ଟୀକାର ଯୋଗାଣ, ଯାଞ୍ଚ ରସିଦ, ବଣ୍ଟନ ସମ୍ବନ୍ଧିତ ଅନଲାଇନ ପ୍ଲାଟଫର୍ମ କୋ-ୱିନରେ ଆବଶ୍ୟକୀୟ ଡାଟା ପୁରଣ, ଟିମ ସଦସ୍ୟଙ୍କ ମୁତୟନ, ରିପୋର୍ଟିଂ ଓ ବୈଠକ ହେବ । ଏହି ସବୁ ରାଜ୍ୟକୁ କୋଭିଡ ଭ୍ୟାକ୍ସିନର ଡ୍ରାଏ ରନ ପାଇଁ ଚୟନ କରାଯାଇଛି । ଡେମେ ଭ୍ୟାକ୍ସିନର ଉପଯୋଗ କରାଯିବ ।

ଏହା ଜରିଆରେ କୋଭିଡ ଟୀକାର ସଂରକ୍ଷଣ, ଟୀକାସ୍ଥଳରେ ଭିଡ ନିୟନ୍ତ୍ରଣ, ସାମାଜିକ ଦୂରତା ଆଦିର ବ୍ୟବସ୍ଥାକୁ ପରଖାଯିବ । ମନ୍ତ୍ରଣାଳୟର କହିବା ଅନୁଯାୟୀ ପ୍ରତ୍ୟେକ ରାଜ୍ୟର ଦୁଇଟି ଜିଲ୍ଲାରେ ଖାସ କରି 5 ଭିନ୍ନଭିନ୍ନ ଟୀକା କେନ୍ଦ୍ର ଥିବା ଜିଲ୍ଲା ହସ୍ପିଟାଲ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର କିମ୍ବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଘରୋଇ ହସ୍ପିଟାଲଗୁଡିକ ପୂର୍ବାଭ୍ୟାସ ସମ୍ବନ୍ଧୀୟ ଯୋଜନା ପ୍ରସ୍ତୁତ କରିବେ ।

ଏହି ଅଭ୍ୟାସ ଯୋଗୁଁ କୋଭିଡ ଟୀକା ଯୋଗାଡ, ଟୀକାକରଣରେ ଯାଞ୍ଚ ପ୍ରକ୍ରିୟା, କୋୱିନର ଉପଯୋଗ, ଚ୍ୟାଲେଞ୍ଜ ଚିହ୍ନଟ ଆଦି ବିଷୟରେ ଜଣାପଡିବ । ମନ୍ତ୍ରଣାଳୟ ପକ୍ଷରୁ ଏହି ସମ୍ବନ୍ଧୀୟ ଏକ ଯାଞ୍ଚ ସୂଚୀ ପ୍ରସ୍ତୁତ କରାଯାଇଛି, ଯାହାଦ୍ବାରା ଅଭ୍ୟାସ ସମୟରେ ମାର୍ଗଦର୍ଶନ ପାଇଁ 4 ରାଜ୍ୟ ସହ ଯୋଗାଯୋଗ କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟ ସ୍ତରରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରଶିକ୍ଷଣ ପୁରା କରାଯାଇସାରିଛି । ସେହିପରି ଜିଲ୍ଲା ସ୍ତରରେ 7 ହଜାରରୁ ଅଧିକ ଟ୍ରେନର ସାମିଲ ହୋଇଛନ୍ତି ।

କୋଭିଡ ଟୀକାକରଣ ଓ କୋୱିନ ସମ୍ପର୍କରେ କୌଣସି ଜିଜ୍ଞାସା, ଅଭିଯୋଗ ଆଦିର ସମାଧାନ ପାଇଁ ରାଷ୍ଟ୍ରୀୟ ଏବଂ ରାଜ୍ୟ ସ୍ତରରେ ହେଲ୍ପଲାଇନ କ୍ଷମତା ମଧ୍ୟ ସୁଦୃଢ କରାଯାଇଛି । ରାଷ୍ଟ୍ରୀୟ କୋଭିଡ-19 ଟୀକାକରଣ ବିଶେଷଜ୍ଞ ଦଳ ପାଖାପାଖି 1 କୋଟି ସ୍ବାସ୍ଥ୍ୟକର୍ମୀ, କୋଭିଡ ଯୋଦ୍ଧା ଓ ଅନ୍ୟ ପ୍ରାଥମକି ସମୁହଙ୍କ ପାଇଁ ଟୀକାକରଣର ସୁପାରିଶ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.