ETV Bharat / bharat

ଜୁଲାଇ 4ରୁ ଆରମ୍ଭ ହୋଇସାରିଛି ତୃତୀୟ ଲହର: ଗବେଷକ - third wave

ତୃତୀୟ ଲହର ଜୁଲାଇ 4ରୁ ଆରମ୍ଭ ହୋଇସାରିଛି ବୋଲି ହାଇଦ୍ରାବାଦର ଜଣେ ବରିଷ୍ଠ ଗବେଷକ ମତ ଦେଇଛନ୍ତି । ଅଧିକ ପଢନ୍ତୁ...

ଜୁଲାଇ 4 ରୁ ଆରମ୍ଭ ହୋଇସାରିଛି ତୃତୀୟ ଲହର
ଜୁଲାଇ 4 ରୁ ଆରମ୍ଭ ହୋଇସାରିଛି ତୃତୀୟ ଲହର
author img

By

Published : Jul 13, 2021, 9:00 AM IST

ହାଇଦ୍ରାବାଦ: ଦୀର୍ଘ ଦୁଇ ବର୍ଷ ହେବ ଦେଶରେ କୋରୋନା (corona) ତାର କାୟା ବିସ୍ତାର କରି ଚାଲିଛି । ପାଳି କରି ଆସୁଛି କୋରୋନା ଲହର । ପ୍ରଥମ ପରେ ଦ୍ବିତୀୟ ଏବେ ପୁଣି ତୃତୀୟ ! ଭାରତରେ କୋଭିଡ (covid)ର ତୃତୀୟ ଲହର ଜୁଲାଇ 4ରୁ ଆରମ୍ଭ ହୋଇସାରିଛି ବୋଲି ହାଇଦ୍ରାବାଦର ଜଣେ ବରିଷ୍ଠ ଗବେଷକ ମତ ଦେଇଛନ୍ତି ।

ଜୁଲାଇ 4 ପରଠାରୁ କୋଭିଡ-19ର ତୃତୀୟ ଲହର ସୃଷ୍ଟି ହୋଇଯାଇଛି ବୋଲି ବିଶିଷ୍ଟ ପଦାର୍ଥବିଜ୍ଞାନୀ ତଥା ହାଇଦ୍ରାବାଦ ବିଶ୍ବ ବିଦ୍ୟାବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଡ. ବିପିନ ଶ୍ରୀବାସ୍ତବ କହିଛନ୍ତି । ଡ. ଶ୍ରୀବାସ୍ତବ ଚେତାବନୀ ଦେଇଛନ୍ତି ଯେ, ଲୋକମାନେ ଯଦି କୋରୋନା ନିୟମ (covid rule) ଯେପରି ମାସ୍କ ପିନ୍ଧିବା, ହାତ ଧୋଇବା,ସାମାଜିକ ଦୂରତା ରକ୍ଷା କରିବା ଆଦି ପାଳନ ନ କରନ୍ତି ତେବେ ଏହି ତୃତୀୟ ଲହର ଖୁବଶୀଘ୍ର ସଂକ୍ରମଣ ଗତିକୁ ବଢାଇଦେଇପାରେ ।

ସେ 461 ଦିନରେ କୋଭିଡ ଜନିତ ମୃତ୍ୟୁ ସମ୍ପର୍କିତ ତଥ୍ୟ ବିଶ୍ଳେଷଣ କରି ମାହାମାରୀର ଅଗ୍ରଗତି ବିଷୟରେ ଏକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ସେହି ରିପୋର୍ଟରୁ ନୂତନ ଲହର ଆରମ୍ଭ ହୋଇଯାଇଥିବା ଲକ୍ଷଣ ଦେଖାଯାଉଥିବା କହିଛନ୍ତି । ସେ ଏହି ରିପୋର୍ଟର ନାଁ ଦେଇଛନ୍ତି 'ଡେଲି ଡେଥ୍ ଲୋଡ୍'(Daily Death Load) । କୋଭିଡ-19 ଗତିପଥର ହିସାବ କରିବା ପାଇଁ ସେ ପ୍ରତି 24 ଘଣ୍ଟାରେ ମୃତ୍ୟୁ ଓ ନୂଆ ସଂକ୍ରମଣର ଅନୁପାତକୁ ନେଇ ବିଶ୍ଲେଷଣ କରିଥାନ୍ତି । ଡିଡିଏଲରେ ଘନ ଘନ ପରିବର୍ତ୍ତନ ଘଟୁଛି । ଯେଉଁଥିରୁ ତୃତୀୟ ଲହର ଆରମ୍ଭ ହୋଇଯାଇଥିବା ସୂଚନା ଦେଇଛନ୍ତି ଗବେଷକ ଡ. ବିପିନ ଶ୍ରୀବାସ୍ତବ ।

ବର୍ତ୍ତମାନ ଏବେ କବେଳ ସଚେତନତା ହିଁ ସାହା । ଟିକେ ଢିଲାପଣ ବିପଦ ସୃଷ୍ଟି କରିପାରେ । ବେପରୁଆ ନ ହେବାକୁ ଚେତାବନୀ ଦେଇଛି ଆଇଏମଏ (Indian medical association)। ନିୟମ ପାଳନ ହିଁ ମାହାମାରୀରୁ ରକ୍ଷା କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.