ETV Bharat / bharat

ଭାରତ ବାୟୋଟେକର ବଡ ଘୋଷଣା, ଜୁଲାଇରେ ଆସିବ ଫେଜ-3 ଟ୍ରାଏଲ ଡାଟା - ଭାରତ ବାୟୋଟେକ

ଆଣ୍ଟି କୋଭିଡ ଟିକାର ଫେଜ 3 ଟ୍ରାଏଲର ପୁରା ଡାଟା ଜୁଲାଇ ସୁଦ୍ଧା ସାର୍ବଜନିକ କରାଯିବ ବୋଲି କହିଛି ଭାରତ ବାୟୋଟେକ । ଅଧିକ ପଢନ୍ତୁ...

ଭାରତ ବାୟୋଟେକର ବଡ ଘୋଷଣା, ଜୁଲାଇରେ ଆସିବ ଫେଜ-3 ଟ୍ରାଏଲ ଡାଟା

author img

By

Published : Jun 9, 2021, 9:36 PM IST

ନୂଆଦିଲ୍ଲୀ: ହାଇଦ୍ରାବାଦସ୍ଥିତ ଭ୍ୟାକ୍ସିନ ନିର୍ମାତା କମ୍ପାନୀ ଭାରତ ବାୟୋଟେକ ଫେଜ-3 ଟ୍ରାଏଲକୁ ନେଇ ବଡ ଘୋଷଣା କରିଛି । ଆଣ୍ଟି କୋଭିଡ ଟିକାର ଫେଜ 3 ଟ୍ରାଏଲର ପୁରା ଡାଟା ଜୁଲାଇ ସୁଦ୍ଧା ସାର୍ବଜନିକ କରାଯିବ ବୋଲି କହିଛି ଭାରତ ବାୟୋଟେକ ।

ଭାରତ ବାୟୋଟେକ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ଥରେ ପୁରା ଡାଟା ସାମ୍ନାକୁ ଆସିଗଲେ ସେବେ କମ୍ପାନୀ ସମ୍ପୂର୍ଣ୍ଣ ଲାଇସେନ୍ସ ପାଇଁ ଆବେଦନ କରିବ । ଭାରତ ବାୟୋଟେକ କହିଛି ଏହା ବୁଝିବା ଅତ୍ୟନ୍ତ ଜରୁରୀ ଯେ ତୃତୀୟ ପର୍ଯ୍ୟାୟ ଡାଟାକୁ ସର୍ବପ୍ରଥମେ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ ପାଖକୁ ପଠାଯିବ ।

ଏହାପୂର୍ବରୁ ପିୟର ରିଭ୍ୟୁ ଜର୍ଣ୍ଣାଲରେ ଏକ ଅଧ୍ୟୟନ ପ୍ରକାଶିତ ହେବ । ଏହାର 3 ମାସ ଭିତରେ ଡାଟାକୁ ସିଡିଏସସିଓ ପଠାଯିବ । ଏହା ପରେ କୋଭାକ୍ସିନର ତୃତୀୟ ପର୍ଯ୍ୟାୟର ସମସ୍ତ ଡାଟା ଜୁଲାଇ ମାସରେ ସାର୍ବଜନିକ କରାଯିବ ।

ଭ୍ୟାକ୍ସିନ ନିର୍ମାତା କମ୍ପାନୀ କହିଛି ଯେ ଥରେ ଯେବେ ଟିକାର ତୃତୀୟ ପର୍ଯ୍ୟାୟ ଅଧ୍ୟୟନର ଅନ୍ତିମ ବିଶ୍ଳେଷଣ ଆମ ପାଖରେ ଉପଲବ୍ଧ ହେବ, ସେବେ କମ୍ପାନୀ କୋଭାକ୍ସିନର ସମ୍ପୂର୍ଣ୍ଣ ଲାଇଲସେନ୍ସ ପାଇଁ ଆବେଦନ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.