ETV Bharat / bharat

କୋରୋନା ସଙ୍କଟ ମଧ୍ୟରେ ଦ୍ବିଗୁଣିତ କରାଯିବ କୋଭାକ୍ସିନ ଉତ୍ପାଦନ କ୍ଷମତା - କୋରୋନା ସଙ୍କଟ

ସେପ୍ଟେମ୍ବର ସୁଦ୍ଧା ପ୍ରତି ମାସରେ 10ଟି ଡୋଜ ପ୍ରସ୍ତୁତ ହେବ। ମେରୁ ଜୁନ ପର୍ଯ୍ୟନ୍ତ ଏହି ଟିକା ଉତ୍ପାଦନ ଦ୍ବିଗୁଣିତ ହେବ । ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ସାର୍ବଜନିକ କ୍ଷେତ୍ରରେ 3ଟି କମ୍ପାନୀକୁ ଦାୟିତ୍ବ ଦିଆଯାଇଛି । ଅଧିକ ପଢନ୍ତୁ...

କୋରୋନା ସଙ୍କଟ ମଧ୍ୟରେ ଦ୍ବିଗୁଣିତ କରାଯିବ କୋଭାକ୍ସିନ ଉତ୍ପାଦନ କ୍ଷମତା

author img

By

Published : Apr 16, 2021, 10:13 PM IST

ନୂଆଦିଲ୍ଲୀ: କୋରୋନା ସଂକ୍ରମଣ ବୃଦ୍ଧି ଏବଂ ଟିକା ଅଭାବ ମଧ୍ୟରେ କେନ୍ଦ୍ର ସରକାର ସ୍ବଦେଶୀ ଟିକା ଉତ୍ପାଦନକୁ ତ୍ବରାନ୍ବିତ କରିବା ପାଇଁ ପ୍ରସ୍ତୁତ କରୁଛନ୍ତି ରୋଡମ୍ୟାପ । ବାୟୋଟେକ୍ନୋଲୋଜି ବିଭାଗ ପକ୍ଷରୁ କୁହାଯାଇଛି, ଦେଶରେ କୋରୋନା ଟିକା କୋଭାକ୍ସିନ ଉତ୍ପାଦନ ତ୍ବରାନ୍ବିତ ହେବ । ସେପ୍ଟେମ୍ବର ସୁଦ୍ଧା ପ୍ରତି ମାସରେ 10ଟି ଡୋଜ ପ୍ରସ୍ତୁତ ହେବ। ମେ ମାସରୁ ଜୁନ ପର୍ଯ୍ୟନ୍ତ ଏହି ଟିକା ଉତ୍ପାଦନ ଦ୍ବିଗୁଣିତ ହେବ । ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ସାର୍ବଜନିକ କ୍ଷେତ୍ରରେ 3ଟି କମ୍ପାନୀକୁ ଦାୟିତ୍ବ ଦିଆଯାଇଛି ।

କିଛି ସପ୍ତାହ ପୂର୍ବରୁ, ଆନ୍ତଃମନ୍ତ୍ରଣାଳୟ ଟିମ ଭାରତର ଦୁଇଟି ମୁଖ୍ୟ ଟିକା ଉତ୍ପାଦନକାରୀ କମ୍ପାନୀ ପରିଦର୍ଶନ କରି ଉତ୍ପାଦନକୁ କିପରି ତ୍ବାରିନ୍ବିତ କରାଯିବ ସେ ବିଷରେ ଅବଗତ ହୋଇଥିଲେ । ବିଭାଗ କହିଛି ଯେ ଏହି ସମୟ ମଧ୍ୟରେ ଟୀକା ଉତ୍ପାଦନକାରୀଙ୍କ ସହିତ କରାଯାଉଥିବା ଯୋଜନା ସଂପର୍କରେ ଏକ ବିସ୍ତୃତ ସମୀକ୍ଷା କରାଯାଇଛି ।

ବାୟୋ-ଟେକ୍ନୋଲୋଜି ବିଭାଗ (ଡିବିଟି) ପକ୍ଷରୁ କୁହାଯାଇଛି, ଯେ ଭରତ ବାୟୋଟେକ ଲିମିଟେଡ ଏବଂ ଅନ୍ୟାନ୍ୟ ସାର୍ବଜନୀନ କ୍ଷେତ୍ର କମ୍ପାନୀଗୁଡିକର ଦକ୍ଷତା, ଭିତ୍ତିଭୂମି ଏବଂ ପ୍ରଯୁକ୍ତିବିଦ୍ୟାକୁ ଟିକା ଉତ୍ପାଦନ ବୃଦ୍ଧି ଯୋଜନାର ଏକ ଅଂଶ ଭାବରେ ନବୀକରଣ କରାଯାଉଛି। କୋଭାକ୍ସିନ ହାଇଦ୍ରାବାଦ ସ୍ଥିତ ଭରତ ବାୟୋଟେକ ଏବଂ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ପକ୍ଷରୁ ବିକଶିତ ହୋଇଛି। କୋରୋନା ଟୀକାକରଣ ପାଇଁ ବର୍ତ୍ତମାନ ଭାରତରେ ବ୍ୟବହୃତ ହେଉଥିବା ଦୁଇଟି ଟିକା ମଧ୍ୟରୁ ଏହା ଅନ୍ୟତମ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.