ETV Bharat / bharat

ସାମ୍ବାଦିକା ସୌମ୍ୟା ବିଶ୍ବନାଥନ ହତ୍ୟା ମାମଲା: 4 ଦୋଷୀଙ୍କୁ ଆଜୀବନ, ଜଣଙ୍କୁ 3 ବର୍ଷ ଜେଲ - ସାମ୍ବାଦିକା ସୌମ୍ୟା ବିଶ୍ବନାଥନ

Soumya Vishwanathan Murder Case: ବହୁଚର୍ଚ୍ଚିତ ସାମ୍ବାଦିକା ସୌମ୍ୟା ବିଶ୍ବନାଥନ ହତ୍ୟା ମାମଲାରେ 4 ଜଣ ଦୋଷୀଙ୍କୁ ଆଜୀବନ ଓ ଜଣଙ୍କୁ ତିନି ବର୍ଷ ଜେଲ ଦଣ୍ଡାଦେଶ ଦେଲେ ଦିଲ୍ଲୀ କୋର୍ଟ । 2008ରେ ଘଟିଥିଲା ହତ୍ୟାକାଣ୍ଡ । ଅଧିକ ପଢନ୍ତୁ

ସାମ୍ବାଦିକା ସୌମ୍ୟା ବିଶ୍ବନାଥନ ହତ୍ୟା ମାମଲା: ସମସ୍ତ 4 ଦୋଷୀଙ୍କୁ ଆଜୀବନ କାରାଦଣ୍ଡ

author img

By ETV Bharat Odisha Team

Published : Nov 25, 2023, 4:41 PM IST

Updated : Nov 25, 2023, 5:22 PM IST

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ସାମ୍ବାଦିକା ସୌମ୍ୟା ବିଶ୍ବନାଥନ ହତ୍ୟା ମାମଲାରେ 4 ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ । ଜଣେ ଦୋଷୀଙ୍କୁ 3 ବର୍ଷର କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଏହା ସହ 5 ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଶୁଣାଇଛନ୍ତି କୋର୍ଟ । ଚଳିତ ଅକ୍ଟୋବର 18 ତାରିଖରେ ସମସ୍ତ 5 ଅଭିଯୁକ୍ତଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ । ଆଜି ଦିଲ୍ଲୀର ସାକେତ କୋର୍ଟ ପୂର୍ବରୁ ସଂରକ୍ଷିତ ଥିବା ଦଣ୍ଡାଦେଶ ରାୟ ପ୍ରକାଶ କରିଛନ୍ତି ।

ଆଜି ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ଦୋଷୀଙ୍କ ମଧ୍ୟରେ ରବି କପୁର, ଅଜୟ କପୁର, ଅମିତ ଶୁକ୍ଳା ଓ ବଲଜିତ ମଲ୍ଲିକ ରହିଛି । 5ମ ଦୋଷୀ ଆଜୟ ମଲ୍ଲିକକୁ 3 ବର୍ଷ ଜେଲ ହୋଇଛି । ଶୁକ୍ରବାର ଆଡିସନାଲ ସେସନ ଜଜ୍‌ ବୀନ୍ଦ୍ର କୁମାର ପାଣ୍ଡେ ଏହି ମାମଲାରେ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିଲେ ।

ଚଳିତ ଅକ୍ଟୋବର 18 ତାରିଖରେ ଏହି ବହୁଚର୍ଚ୍ଚିତ ସାମ୍ବାଦିକା ହତ୍ୟା ମାମଲାରେ 5 ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ପ୍ରାୟ 15 ବର୍ଷର ନ୍ୟାୟିକ ପ୍ରକ୍ରିୟା ପରେ ଦିଲ୍ଲୀ ସାକେତ କୋର୍ଟ ଏହି ଲୁଟ ଓ ହତ୍ୟା ମାମଲାରେ ସମସ୍ତ 5 ଅଭିଯୁକ୍ତଙ୍କୁ ମହାରାଷ୍ଟ୍ର ସଂଗଠିତ ଅପରାଧ ନିୟନ୍ତ୍ରଣ ଅଧିନିୟମ (MCOCA) ଅନୁସାରେ ଦୋଷୀ ସାବ୍ୟସ୍ତ କରିଥିଲେ । ଦୋଷୀମାନଙ୍କ ମଧ୍ୟରେ ରବି କପୁର, ଅମିତ ଶୁକ୍ଲା, ବଲଜିତ ମଲିକ, ଅଜୟ କୁମାର ଓ ଅଜୟ ସେଠୀ ଥିଲେ ।

ଏହା ମଧ୍ୟ ପଢନ୍ତୁ:- ସାମ୍ବାଦିକା ସୌମ୍ୟା ବିଶ୍ବନାଥନ ହତ୍ୟା ମାମଲା; ଆଜି ଆସିବ ରାୟ

କେବେ ଘଟିଥିଲା ହତ୍ୟାକାଣ୍ଡ: ପୋଲିସ ସୂଚନା ଅନୁସାରେ, 2008 ଡିସେମ୍ବର 30 ତାରିଖ ରତିରେ ସୌମ୍ୟା ତାଙ୍କ ଅଫିସରୁ ଘରକୁ ଫେରିବା ବେଳେ ଅପରାଧୀମାନେ ଏକ କାରରେ ତାଙ୍କ କାରକୁ ଫଲୋ କରିଥିଲେ । ସୌମ୍ୟା ସେମାନଙ୍କ କବଳରୁ ରକ୍ଷା ପାଇବା ପାଇଁ କାରର ବେଗ ବଢାଇଥିଲେ । ଅପରାଧୀମାନେ ତାଙ୍କ କାରକୁ ରୋକିବା ସହ ତାଙ୍କୁ ଗୁଳି ଚଳାଇଥିଲେ । ଘଟଣାସ୍ଥଳରେ କାର ଭିତରେ ସୌମ୍ୟାଙ୍କ ମୃତ୍ୟୁ ହୋଇଥିଲା ।

ବର୍ଷକ ମଧ୍ୟରେ ପର୍ଯ୍ୟାୟକ୍ରମେ 5 ଅଭିଯୁକ୍ତଙ୍କୁ ଗିରଫ କରିବା ସହ 2010ରେ ମାମଲାରେ ଚାର୍ଜସିଟ ଦାଖଲ କରିଥିଲା ପୋଲିସ । ଦୀର୍ଘ 15 ବର୍ଷର ଶୁଣାଣି ପ୍ରକ୍ରିୟା ପରେ ଚଳିତ ଅକ୍ଟୋବର 18 ତାରିଖରେ ଦିଲ୍ଲୀ ସାକେତ କୋର୍ଟ ସମସ୍ତ 5 ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଆଜି ସେମାନଙ୍କ ମଧ୍ୟରୁ 4 ଜଣଙ୍କୁ ଆଜୀବନ ଓ ଜଣେ ଦୋଷୀକୁ 3 ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 25, 2023, 5:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.