ETV Bharat / bharat

Engineers' Day 2021: ମନେ ପଡନ୍ତି ଇଂ ମୋକ୍ଷଗୁଣ୍ଡମ ବିଶେଶ୍ବରାୟ

ସେପ୍ଟେମ୍ବର 15 ତାରିଖ । ସାରା ଦେଶ ପାଳନ କରିଥାଏ ଇଞ୍ଜିନିୟର ଦିବସ । ଇଞ୍ଜିନିୟର ମୋକ୍ଷଗୁଣ୍ଡମ ବିଶେଶ୍ବରାୟଙ୍କର ଜନ୍ମ ଦିବସକୁ ଇଞ୍ଜିନିୟର ଦିବସ ଭାବେ ପାଳନ କରାଯାଏ । ଅଧିକ ପଢନ୍ତୁ..

author img

By

Published : Sep 15, 2021, 8:45 AM IST

Engineers' Day 2021: ମନେ ପଡନ୍ତି ଇଂ ମୋକ୍ଷଗୁଣ୍ଡମ ବିସେଶ୍ବରାୟ

ହାଇଦ୍ରାବାଦ: ବଡ ବଡ କୋଠା ନିର୍ମାଣ ହେଉ କି ପୋଲ ବା ହେଉ ବିଦ୍ୟୁତ ସବୁ କ୍ଷେତ୍ରରେ ଜଣେ ଜଣେ ଯନ୍ତ୍ରୀଙ୍କୁ ଖୋଜା ପଡେ । ସେମାନେ ମୁଣ୍ଡ ଖଟାଇବା ଦ୍ବାରା କିଛି ନୂଆ ଉଦ୍ଭାବନ ହୋଇଥାଏ । ଆଜିର ଦିନକୁ ସମଗ୍ର ଭାରତରେ ଜାତୀୟ ଯନ୍ତ୍ରୀ ଦିବସ ବା ଇଞ୍ଜିନିୟର ଦିବସ ଭାବରେ ପାଳନ କରାଯାଉଛି । ଦେଶର ଉନ୍ନତିରେ ଯନ୍ତ୍ରୀମାନଙ୍କ ଭୂମିକାକୁ ମନେ ପକାଇବା ଲାଗି ଭାରତୀୟ ଯନ୍ତ୍ରଶାସ୍ତ୍ରର ଦିଗଦର୍ଶନ ଇଂ. ସାର ମୋକ୍ଷଗୁଣ୍ଡମ ବିଶ୍ବେଶ୍ବରାୟଙ୍କ ଜନ୍ମଦିନରେ ୧୯୬୮ ମସିହାରୁ ଏହି ଦିବସ ପାଳିତ ହୋଇ ଆସୁଛି ।

15 ସେପ୍ଟେମ୍ବର 1860 ମସିହାରେ ମହୀଶୂରରେ ବିଶେଶ୍ବରାୟଙ୍କର ଜନ୍ମ । ପିଲାଟି ବେଳୁ ପିତାଙ୍କୁ ହରାଇଥିଲେ ସେ । ଏହାପରେ ପରିବାର ସହ ସେ କର୍ଣ୍ଣାଟକରେ ଜୀବନ ବିତାଇଛନ୍ତି । କଲେଜ ପରେ ସେ ବମ୍ବେ ବିଶ୍ବବିଦ୍ୟାଳୟରେ ସିଭିଲ ଇଞ୍ଜିନିୟରିଂରେ ସ୍ନାତକ ହାସଲ କରିବା ପରେ ପିଡବ୍ଲୁଡିରେ କାମ କରିଥିଲେ ।

1912-1918 ପର୍ଯ୍ୟନ୍ତ ସେ ଇଞ୍ଜିନିୟର ଭାବେ କାମ କରିଛନ୍ତି । ତାଙ୍କ ପରିଶ୍ରମ ଓ କର୍ମ ପାଇଁ 1955 ମସିହାରେ ତାଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯାଇଥିଲା । କିଙ୍ଗ ଜର୍ଜ ପଞ୍ଚମ ତାଙ୍କୁ ବ୍ରିଟିଶ ଇଣ୍ଡିଆନ ଏମ୍ପାୟାରର ଉପାଧି ପ୍ରଦାନ କରିଥିଲେ । ଏପରିକି ତାଙ୍କ ଅବଦାନକୁ ସ୍ମରଣ କରିବା ଲାଗି ଶ୍ରୀଲଙ୍କା ଏବଂ ତାଞ୍ଜାନିଆରେ ତାଙ୍କ ଜନ୍ମଦିନକୁ ଯନ୍ତ୍ରୀ ଦିବସ ଭାବରେ ପାଳନ କରାଯାଉଛି ।

ତାଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ସାରା ଦେଶରେ ଇଞ୍ଜିନିୟର ଦିବସ ପାଳନ କରାଯାଏ । ତାଙ୍କର କାର୍ଯ୍ୟକାଳ ଭିତରେ ସେ କର୍ଣ୍ଣାଟକର ମଣ୍ଡଆ ଜିଲ୍ଲାରେ କୃଷ୍ଣ ସାଗାର ନିର୍ମାଣ କରିଥିଲେ । ହାଇଦ୍ରାବାଦରେ ବନ୍ୟା ନିୟନ୍ତ୍ରଣ ସିଷ୍ଟମ ବନେଇବାରେ ମୁଖ୍ୟ ଇଞ୍ଜିନିୟର ଭାବେ କାମ କରିଥିଲେ । ତାଙ୍କ ପାଇଁ ତାଙ୍କର କର୍ମ ହିଁ ପୂଜା ଥିଲା । ଏପ୍ରିଲ 14 ତାରିଖ 1962ରେ ତାଙ୍କର ଦେହାନ୍ତ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ 101 ବର୍ଷ ହୋଇଥିଲା । ହେଲେ ତାଙ୍କର କର୍ମ ଯୋଗୁଁ ସେ ଆଜି ବି ଲୋକଙ୍କ ହୃଦୟରେ ଜୀବିତ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.