ETV Bharat / bharat

ଛତିଶଗଡରେ କଂଗ୍ରେସର କାଉଣ୍ଟଡାଉନ ଆରମ୍ଭ, କୁଶାସନ ସମାପ୍ତିର ଜୟଘୋଷ ହେଉଛି କହିଲେ ପ୍ରଧାନମନ୍ତ୍ରୀ - କଂଗ୍ରେସକୁ ପ୍ରଧାମନ୍ତ୍ରୀଙ୍କ ଟାର୍ଗେଟ

ଛତିଶଗଡ଼ର ମୁଙ୍ଗେଲିରେ ଏକ ବିଜୟ ସଂକଳ୍ପ ମହାରାଲିକୁ ସମ୍ବୋଧନ କରି କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଛତିଶଗଡ଼ରେ ବିଜେପି ସରକାର ଆସିଲେ ରାଜ୍ୟରେ ଦ୍ରୁତ ଗତିରେ ବିକାଶ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢ଼ନ୍ତୁ

PM Modi visit Chhattisgarh
PM Modi visit Chhattisgarh
author img

By ETV Bharat Odisha Team

Published : Nov 13, 2023, 1:55 PM IST

ରାୟପୁର: ଭୋଟ ବ୍ୟାଙ୍କ ପାଇଁ କଂଗ୍ରେସ କିଛି ବି କରିପାରେ । କଂଗ୍ରେସ ଦଳିତ, ଓବିସି ଏବଂ ଆଦିବାସୀଙ୍କ ବିଶ୍ବାସକୁ କେବେ ବି ସମ୍ମାନ ଦେଇନାହିଁ । ସ୍ବାଧୀନତାର ଅନେକ ବର୍ଷ ପରେ ବି ଯଦି ଦେଶରେ ଜଣେ ରହିବ ଥାଆନ୍ତି ତେବେ ତାହା କେବଳ କଂଗ୍ରେସ ହିଁ ଏହାର ଦୋଷୀ । କଂଗ୍ରେସ କୁଶାସନ ସମାପ୍ତର ଜୟଘୋଷ ହେଉଛି । କଂଗ୍ରେସର କାଉଣ୍ଟଡାଉନ ଆରମ୍ଭ ହୋଇଛି । ଏଥରେ ରାଜ୍ୟରୁ କଂଗ୍ରେସ ବିଦା ହେବ । 5 ବର୍ଷ ହେବ ରାଜ୍ୟକୁ ଲୁଟିଥିବା କଂଗ୍ରେସ ନେତା ଫେରୱେଲ ନେବେ । ଏଥରେ ରାଜ୍ୟରେ ବିଜେପି ସରକାର ଆସିଲେ ରାଜ୍ୟରେ ଦ୍ରୁତଗତିରେ ବିକାଶ ହେବ ବୋଲି କହିଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି । ଛତିଶଗଡର ମୁଙ୍ଗେଲିରେ ଏକ ବିଜୟ ସଂକଳ୍ପ ମହାରାଲିକୁ ସମ୍ବୋଧନ କରି କଂଗ୍ରେସକୁ ଟାର୍ଗେଟ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ମୁଙ୍ଗେଲିରେ ଏକ ବିଜୟ ସଂକଳ୍ପ ମହାରାଲିରେ କଂଗ୍ରେକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, କଂଗ୍ରେର କିଛି ମହାଜ୍ଞାନୀଙ୍କୁ ଆଜିକାଲି ଗଣିତ ପଢାଇବା ପସନ୍ଦ ଆସିଯାଇଛି । କଂଗ୍ରେସର ଏହି ଗଣିତଜ୍ଞ ସେହି ସମସ୍ୟାର ସମାଧାନ କରିପାରୁ ନାହାନ୍ତି ଯାହାକୁ ପଞ୍ଚମ ଶ୍ରେଣୀରେ ପଢୁଥିବା ବିଦ୍ୟାର୍ଥୀ କରିପାରିବ । ମହାଦେବ ବେଟିଂ ଦୁର୍ନୀତିରେ 508କୋଟି ଟଙ୍କାର ଦୁର୍ନୀତି ହୋଇଛି । ଏହି ଦୁର୍ନତୀରେ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ଘନିଷ୍ଠ ଜେଲରେ ଅଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଏଥିରୁ କେତେ ଟଙ୍କା ଦିଆଯାଇଛି କଂଗ୍ରେସର ଗଣିତଜ୍ଞମାନଙ୍କୁ କହିବାକୁ ହେବ । ଦଳର ଅନ୍ୟନେତା କେତେ ଟଙ୍କା ନେଇଛନ୍ତି । ଛତିଶଗଡ଼ରେ ଯେବେ କଂଗ୍ରେସ ସରକାର ହୋଇଥିଲା ମୁଖ୍ୟମନ୍ତ୍ରୀ ପଦ ପାଇଁ ଚୁକ୍ତିନାମା ହୋଇଥିଲା । ପ୍ରଥମ ଅଢେଇ ବର୍ଷରେ ମୁଖ୍ୟମନ୍ତ୍ରୀ ଏତେ ଲୁଟିଛନ୍ତି ତାର ହିସାବ ନାହିଁ । ଦିଲ୍ଲୀ ନେତାଙ୍କୁ କିଣି ନେଇଥିଲେ ।''

  • #WATCH | On PM Modi alleging Chhattisgarh govt of corruption and assuring action, CM Bhupesh Baghel says, "Modi ji should take action against Raman Singh first. He should not take action selectively. He should take action against people like Himanta Biswa Sarma, and Ajit Pawar,… pic.twitter.com/WdFfTHFrLT

    — ANI (@ANI) November 13, 2023 " class="align-text-top noRightClick twitterSection" data=" ">

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ''ଏଠାକାର ମୁଖ୍ୟମନ୍ତ୍ରୀ ସୁପର ସିଏମ ଓ ତାଙ୍କ ପ୍ରିୟ ଅଫିସର ଯେଉଁ ଭୁଲ କରିଛନ୍ତି ତାହାକୁ ନେଇ ଲୋକଙ୍କ ମଧ୍ୟରେ ରାଗ ଭରି ରହିଛନ୍ତି । ତାଙ୍କ ପୁଅ ସୁପର ସିଏମ୍‌ ହୋଇ ଯେଉଁ କାର୍ଯ୍ୟ କରିଛନ୍ତି ଏହି ମୁଖ୍ୟମନ୍ତ୍ରୀ ବିଧାୟକ ହେବା ବି କଷ୍ଟକର ହୋଇ ପଡିଛି । ରାଜ୍ୟରେ ପ୍ରତି ଘରେ ଘରେ ଏହାକୁ ନେଇ କ୍ରୋଧ ଭରି ରହିଛି । ଏବେ ରାଜ୍ୟରେ କଂଗ୍ରେସ ସରକାର ବିଦାୟ ନେବା କାଉଣ୍ଟଡାଉନ ଆରମ୍ଭ ହୋଇଛି । ଦଳରେ ଯେଉଁ ନେତା 5 ବର୍ଷ ହେବ ରାଜ୍ୟକୁ ଲୁଟିଛନ୍ତି ତାଙ୍କର ବିଦାୟ ସମୟ ଆସିଛି । ଏହି ବିଦାୟର କମାଣ ଛତିଶଗଡର ଲୋକ ସମ୍ଭାଳିଛନ୍ତି । ରାଜ୍ୟବାସୀଙ୍କୁ କଂଗ୍ରେସର ଆବଶ୍ୟକତା ନାହିଁ ସେ ଜାଣି ସାରିଛି । କଂଗ୍ରେସର ଖେଳ ଆଉ ମାତ୍ର କିଛି ଦିନ ବାକି ରହିଛି । ବିଜେପି ସରକାର ଆସିବା ମାନେ ଛତିଶଗଡର ଦ୍ରୁତ ବିକାଶ, ଯୁବ ଗୋଷ୍ଠୀଙ୍କ ସ୍ବପ୍ନ ସାକାର କରିବା, ମହିଳାଙ୍କ ଜୀବନଶୈଳୀ ସହଜ କରିବା ଭ୍ରଷ୍ଟାଚାର ଉପରେ ଲଗାମ ଲଗାଇବା । କଂଗ୍ରେସ ଏଠାରେ ମାଆ ଭଉଣୀଙ୍କୁ ମଦ ବନ୍ଦ କରିଥିବା ପ୍ରତିଶ୍ରୁତି ଦେଇଥିଲା । ମଦ ବନ୍ଦ ତ କରିନାହିଁ କେବେଳ ସମସ୍ତଙ୍କ ଆଖିରେ ଧୂଳି ଦେଇଛି । ମଦର ହୋମ୍‌ ଡେଲିଭରି ଆରମ୍ଭ କରିଛି । ସମସ୍ତଙ୍କ ବିଶ୍ବାସଘାତ କରିଛି କଂଗ୍ରେସ ।''

ଏହା ବି ପଢନ୍ତୁ...ଲୋକତନ୍ତ୍ରକୁ ଲୁଟତନ୍ତ୍ର ଓ ପ୍ରଜାତନ୍ତ୍ରକୁ ପରିବାରତନ୍ତ୍ର କରିଛି କଂଗ୍ରେସ: ପ୍ରଧାନମନ୍ତ୍ରୀ

ଜବାବ ଦେଲେ ମୁଖ୍ୟମନ୍ତ୍ରୀ ବାଘେଲ: ଛତିଶଗଡ ସରକାର ଦୁର୍ନୀତିଗସ୍ତ ହୋଇଥିବା ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗ ନେଇ ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ । ସେ କହିଛନ୍ତି, '' ମୋଦିଜୀଙ୍କୁ ଏହା କହିବାକୁ ଚାହିଁବି କି ପ୍ରଥମେ ରମନ ସିଂହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ସେ ସିଲେକ୍ଟ କରି କାର୍ଯ୍ୟାନୁଷ୍ଠାନ ନନିଅନ୍ତୁ । କାର୍ଯ୍ୟାନୁଷ୍ଠାନ ନେବାର ଅଛି ତ ହେମନ୍ତ ବିଶ୍ବଶର୍ମାଙ୍କ ବିରୋଧରେ ନିଅନ୍ତୁ ଅଜିତ ପାୱାରଙ୍କ ବିରୋଧରେ ନିଅନ୍ତୁ । ମୋଦି ୱାଶିଂ ପାଉଡର ଲଗାଇ ଆସିଥିବା ସମସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ।''

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.