ETV Bharat / bharat

ଖାକି ଦି ବିହାର ଚାପ୍ଟରର ରିଅଲ ହିରୋ IPS ଅମିତ ଲୋଧା ସସ୍‌ପେଣ୍ଡ

author img

By

Published : Dec 9, 2022, 8:53 PM IST

ଦୁର୍ନୀତି ଅଭିଯୋଗରେ ବିହାର ଆଇପିଏସ୍ ଅମିତ ଲୋଧା ନିଲମ୍ବିତ । ୱେବସିରିଜ 'ବିହାର: ଦି ଚାପ୍ଟର' ରିଲିଜ ପରେ ଚର୍ଚ୍ଚାକୁ ଆସିଥିଲେ ଏହି ଆଇପିଏସ । ଅଧିକ ପଢନ୍ତୁ

IPS ଅମିତ ଲୋଧା ସସ୍‌ପେଣ୍ଡ
IPS ଅମିତ ଲୋଧା ସସ୍‌ପେଣ୍ଡ

ପାଟନା: ୱେବସିରିଜ 'ବିହାର: ଦି ଚାପ୍ଟର' ରିଲିଜ ପରେ ଚର୍ଚ୍ଚାକୁ ଆସିଥିବା ବିହାରର ଆଇପିଏସ ଅଫିସର ଅମିତ ଲୋଧା ନିଲମ୍ବିତ ହୋଇଛନ୍ତି( Amit Lodha suspended) । ଦୁର୍ନୀତି ଓ ନିଜର ଫାଇଦା ପାଇଁ ସରକାରୀ ପଦର ଅପବ୍ୟବହାର କରିବା ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଛି । ସରକାରୀ ପଦରେ ରହିବା ସତ୍ତ୍ବେ ସେ ନେଟଫ୍ଲିକ୍ସ ସହ ବ୍ୟବସାୟିକ ବୁଝାମଣା କରିବା ଅଭିଯୋଗରେ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିଲା । ଏହାପରେ ତାଙ୍କୁ ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି ।

ବିହାର ଅର୍ଥନୈତିକ ଅପରାଧ ଶାଖା(EOW) ଦ୍ବାରା ରୁଜୁ ମାମଲା ଅନୁଯାୟୀ, ଅମିତ ଲୋଧା ଜଣେ ଆଇପିଏସ ଅଫିସର ଭାବେ କାର୍ଯ୍ୟ କରୁଥିବା ବେଳେ ପ୍ରଡକ୍ସନ ହାଉସ ''ଫ୍ରାଇଡେ ଷ୍ଟୋରୀ ଟେଲର'' ସହ ଏକ ଡିଲ୍ କରିଥିଲେ । ଲୋଧା ଏକ ପ୍ରତିଷ୍ଠିତ ଲେଖକ ନୁହଁନ୍ତି ଏବଂ ପୁସ୍ତକ ଲେଖି ଏହାକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରିବା ପାଇଁ ତାଙ୍କୁ ଅନୁମତି ନାହିଁ । ହେଲେ ସେ ଏହାପ୍ରତି ଧ୍ୟାନ ନଦେଇ ବେଆଇନ ଭାବେ ରୋଜଗାର କରିବା ଓ କଳା ଧନକୁ ଧଳା କରିବା ପାଇଁ ଖାକି ଦି ବିହାର ଚାପ୍ଟର ନିର୍ମାଣ ପାଇଁ ବେଆଇନ ଭାବେ ନିଜ ଦ୍ବାରା ଲିଖିତ ପୁସ୍ତକ ବିହାର ଡାଏରୀର ବ୍ୟବହାର କରିଥିବା ଅଭିଯୋଗ ରହିଛି ।

ପ୍ରଡକ୍ସନ ହାଉସ ସହ ତାଙ୍କର ଡିଲ୍ ମୂଲ୍ୟ ୧ ଟଙ୍କା ବୋଲି କୁହାଯାଉଥିଲା । ହେଲେ ଏହି ଆଇପିଏସଙ୍କ ପତ୍ନୀଙ୍କ ଆକାଉଣ୍ଟରେ ୪୧ ଲକ୍ଷ ଟଙ୍କା ଟ୍ରାଞ୍ଜାକ୍ସନ ହୋଇଥିବା ପୋଲିସ ଦାବି କରିଛି । ପ୍ରଡକ୍ସନ ହାଉସ ସହ ଡିଲ୍ ଫାଇନାଲ ପୂର୍ବରୁ ତାଙ୍କ ପତ୍ନୀଙ୍କ ଆକାଉଣ୍ଟକୁ ପ୍ରାୟ ୧୧.୨୫ ଲକ୍ଷ ଟଙ୍କା ଆସିଥିଲା । ଏହାପରେ ୨୦୨୧ ମାର୍ଚ୍ଚରୁ ସେପ୍ଟେମ୍ବର ମଧ୍ୟରେ ବାକି ୩୮.୨୫ ଲକ୍ଷ ଆସିଥିବା କୁହାଯାଇଛି । ସରକାରୀ ପଦରେ ରହି ବ୍ୟବସାୟିକ ବୁଝାମଣା କରିବା ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.