ETV Bharat / bharat

5 ମାସ ପରେ ବି ସମ୍ପୂର୍ଣ୍ଣ ସୁସ୍ଥ ହୋଇନାହାଁନ୍ତି କୋରୋନା ରୋଗୀ; ସର୍ଭେ - common symptoms

କୋରୋନାରୁ ସୁସ୍ଥ ହୋଇ ଘରକୁ ଫେରିବାର 5 ମାସ ପରେ ବି ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରି ନାହାନ୍ତି କୋରୋନା ରୋଗୀ ।ଏହି ଖୁଲାସା କରିଛି ବ୍ରିଟେନରେ କରାଯାଇଥିବା ଏକ ସର୍ଭେ ରିପୋର୍ଟ । ଅଧିକ ପଢନ୍ତୁ...

5 ମାସ ପରେ ବି ସମ୍ପୁର୍ଣ୍ଣ ସୁସ୍ଥ ହୋଇପାରି ନାହାନ୍ତି କୋରୋନା ରୋଗୀ

author img

By

Published : Mar 25, 2021, 9:32 AM IST

ନୂଆଦିଲ୍ଲୀ: କୋରୋନା ଭାଇରସରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଅଧିକାଂଶ ରୋଗୀ ଡିସଚାର୍ଜ ହେବାର 5 ମାସ ପରେ ମଧ୍ୟ ସମ୍ପୁର୍ଣ୍ଣ ସୁସ୍ଥ ହୋଇପାରି ନାହାଁନ୍ତି । ବ୍ରିଟେନରେ କରାଯାଇଥିବା ଏକ ଅଧ୍ୟୟନରେ ଏହା ପ୍ରକାଶ ପାଇଛି । ଅଧ୍ୟୟନକାରୀମାନେ ରିସର୍ଚ୍ଚରୁ ଜାଣିବାକୁ ପାଇଛନ୍ତି ଯେ, ସଂକ୍ରମଣରୁ ମୁକ୍ତି ପାଇଥିବା ଲୋକଙ୍କଠାରେ ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟ ଉପରେ କୋରୋନା ଭାଇରସର ନକରାତ୍ମକ ପ୍ରଭାବ ପଡୁଛି । ଯାହାର ପ୍ରଭାବ ସଂକ୍ରମିତ ଲୋକମାନଙ୍କର କାର୍ଯ୍ୟ କରିବାର କ୍ଷମତାକୁ ମଧ୍ୟ ପ୍ରଭାବିତ କରିଛି ।

ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଫର ହେଲ୍ଥ ରିସର୍ଚ୍ଚ (NIHR) ଙ୍କ ନେତୃତ୍ୱରେ ବ୍ରିଟେନରେ କରାଯାଇଥିବା ଏହି ଅଧ୍ୟୟନରେ ଯେଉଁମାନେ ମାର୍ଚ୍ଚରୁ ନଭେମ୍ବର 2020 ମଧ୍ୟରେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିଲେ,ପାଖାପାଖି 1,077 ରୋଗୀଙ୍କୁ ନେଇ କୋରୋନା ଭୁତାଣୁ ଉପରେ ରିସର୍ଚ୍ଚ କରାଯାଇଥିଲା ।

ଅଧ୍ୟୟନରେ ସାମିଲ ହୋଇଥିବା ଲୋକଙ୍କ ମଧ୍ୟରୁ 69 ପ୍ରତିଶତ ଧଳା ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ 36 ପ୍ରତିଶତ ଥିଲେ ମହିଳା । ଏହି ଲୋକମାନଙ୍କର ହାରାହାରି ବୟସ 58 ବର୍ଷ ହୋଇଥିବାବେଳେ ଅତିକମରେ 50 ପ୍ରତିଶତ ରୋଗୀଙ୍କ ଠାରେ ଦୁଇଟି ଗମ୍ଭୀର ରୋଗରେ ପୀଡିତ ଥିଲେ।

ଅଧ୍ୟୟନ ଅନୁଯାୟୀ, ପାଞ୍ଚ ମାସ ଅନୁସରଣ ପରେ କେବଳ 29 ପ୍ରତିଶତ ଲୋକ ଅନୁଭବ କଲେ ଯେ, ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି, ଏବଂ 20 ପ୍ରତିଶତ ଲୋକ ନୂଆ ସମସ୍ୟା ବିଷୟରେ ଅଭିଯୋଗ କରିଛନ୍ତି। ସଂକ୍ରମଣ ପରେ ଯେଉଁମାନେ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟାର ଅଭିଯୋଗ କରିଛନ୍ତି, ସେମାନଙ୍କ ମଧ୍ୟରେ ମଧ୍ୟମ ବୟସର ଶ୍ୱେତ ମହିଳାମାନେ ମଧ୍ୟ ଆଜମା ଏବଂ ସୁଗାର ଭଳି ଗୁରୁତର ରୋଗରେ ପୀଡିତ ଥିବା ଜଣାପଡିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.