ETV Bharat / bharat

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟର ସୂଚନା, କୋରୋନା ନୂଆ ଷ୍ଟ୍ରେନ ସୁପରସ୍ପେଡର

ମଙ୍ଗଳବାର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ ବ୍ରିଟେନରେ କାୟା ବିସ୍ତାର କରୁଥିବା କୋରୋନା ନୂଆ ଷ୍ଟ୍ରେନର ପ୍ରଭାବ ଭାରତରେ ପଡିନାହିଁ । ଅଧିକ ପଢନ୍ତୁ...

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟର ସୂଚନା, କୋରୋନା ନୂଆ ଷ୍ଟ୍ରେନ ସୁପରସ୍ପେଡର
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟର ସୂଚନା, କୋରୋନା ନୂଆ ଷ୍ଟ୍ରେନ ସୁପରସ୍ପେଡର
author img

By

Published : Dec 22, 2020, 8:44 PM IST

ନୂଆଦିଲ୍ଲୀ: ବ୍ରିଟେନରେ ଆତଙ୍କ ଖେଳାଇଥିବା ମହାମାରୀ କୋରୋନା ଭାଇରସର ନୂଆ ଷ୍ଟ୍ରେନକୁ ନେଇ ବୟାନ ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ । ମଙ୍ଗଳବାର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ ବ୍ରିଟେନରେ କାୟା ବିସ୍ତାର କରୁଥିବା କୋରୋନା ନୂଆ ଷ୍ଟ୍ରେନର ପ୍ରଭାବ ଭାରତରେ ପଡିନାହିଁ ।

ସାମ୍ବାଦିକ ସମ୍ମିଳନୀରେ ନୀତି ଆୟୋଗର ସଦସ୍ୟ ଡାକ୍ତର ଭିକେ ପାଲ କହିଛନ୍ତି ବ୍ରିଟେନରେ ଦେଖାଯାଉଥିବା କୋରୋନା ଭାଇରସର ନୂଆ ଷ୍ଟ୍ରେନ ଭଳି ମାମଲା ଏବେ ଯାଏଁ ଭାରତରେ ଦେଖାଯାଇନାହିଁ । ତେବେ ଏହି ଭାଇରସର ନୂଆ ପ୍ରକାର ଲୋକଙ୍କ ମଧ୍ୟରେ ଦୃତଗତିରେ ସଂକ୍ରମିତ ହେଉଛି । ହେଲେ ଏଥିରୁ ମାମଲାରେ ଗମ୍ଭୀରତା ଓ ମୃତ୍ୟୁର ଆଶଙ୍କା ଉପରେ କୌଣସି ପ୍ରଭାବ ପଡୁନଥିବା ସୂଚନା ଦେଇଛନ୍ତି ପାଲ ।

ଡାକ୍ତର ପାଲଙ୍କ କହିବାନୁଯାୟୀ, ଭାଇରସର ନୂଆ ଷ୍ଟ୍ରେନ ଲୋକଙ୍କୁ ଅଧିକ ରୋଗାଗ୍ରସ୍ତ କରିବ ନାହିଁ । ଏହି ମ୍ୟୁଟେସନ ଯୋଗୁଁ ଭାଇରସକୁ ଜଣେ ବ୍ୟକ୍ତିଙ୍କ ନିକଟରୁ ଆଉ ଜଣେ ବ୍ୟକ୍ତିଙ୍କ ନିକଟକୁ ଯିବା ପାଇଁ ସଂକ୍ରମଣ କ୍ଷମତା ବୃଦ୍ଧି ଘଟିଛି । ତେବେ ଭାଇରସର 70 ପ୍ରତିଶତ ସଂକ୍ରଣଣ କ୍ଷମତା ତଥା ଟ୍ରାନ୍ସମିସିବିଲିଟି ବଢିଯାଇଥିବା ଜଣାପଡିଛି ।

ସ୍ବାସ୍ଥ୍ୟମନ୍ତ୍ରଣାଳୟର ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି, କୋରୋନା ଭାଇରସକୁ ନେଇ ଅନେକ ଦେଶରେ ଚିନ୍ତା ବଢିଯାଇଛି । ୟୁରୋପରେ ଏହି ମାମଲା ଅଧିକ ବଢିଛି । ଅନେକ ଦେଶରେ ଲକଡାଉନ ମଧ୍ୟ ହୋଇସାରିଲାଣି । ଏସବୁକୁ ନଜରରେ ରଖିଲେ ଭାରତ ଭଲ ସ୍ଥିତିରେ ରହିଥିବା କୁହାଯାଇଛି ।

ଏବେ ଭାରତରେ କେବଳ 3 ଲକ୍ଷରୁ କମ ସକ୍ରିୟ ମାମଲା ରହିଛି । ସେପଟେ ସୁସ୍ଥହାର 95 ପ୍ରତିଶତ ଥିବା କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.