ETV Bharat / bharat

ଶ୍ମଶାନଘାଟ କାନ୍ଥରେ ପ୍ରଶାସନର ବ୍ୟାନର, ଫଟୋ ଉଠାଇବା ଦଣ୍ଡନୀୟ ଅପରାଧ - ବ୍ୟାନର

ୟୁପିର ଗୋରଖପୁର ଶ୍ମଶାନ ଘାଟରୁ ଅନେକ ସମୟରେ ଏମିତି କିଛି ଫଟୋ, ଭିଡିଓ ସାମ୍ନାକୁ ଆସୁଛି, ଯେଉଁଥିରେ ଶହଶହ ସଂଖ୍ୟାର ଜୁଇ ଜଳୁଥିବା ଫଟୋ ଭାଇରାଲ ପରେ ଏହାକୁ ଚାପିବାକୁ ପ୍ରଶାସନ ପକ୍ଷରୁ ଚେଷ୍ଟା କରାଯାଇ ବ୍ୟାନର ମରାଯାଉଛି । ଅଧିକ ପଢନ୍ତୁ...

ଶ୍ମଶାନ ଘାଟ କାନ୍ଥରେ ଲାଗିଛି ବ୍ୟାନର,
ଶ୍ମଶାନ ଘାଟ କାନ୍ଥରେ ଲାଗିଛି ବ୍ୟାନର,
author img

By

Published : May 2, 2021, 1:29 PM IST

ଗୋରଖପୁର: ଦେଶରେ କୋରୋନା ସଂକ୍ରମଣ ଗମ୍ଭୀର ସ୍ଥିତିରେ ଥିବାବେଳେ ଉତ୍ତର ପ୍ରଦେଶରେ ବେକାବୁ ହୋଇଛି ମହାମାରୀ । ଏହାରି ଭିତରେ ଶ୍ମଶାନରେ ଜଳୁଥିବା ଶହଶହ ଚିନ୍ତାକୁ ଦେଖିଲେ ୟୁପିରେ କୋରୋନା ସ୍ଥିତି କେତେ ଉଦବେଗଜନକ ଜଣାପଡୁଛି । କେତେବେଳେ ଅକ୍ସିଜେନ ଓ ବେଡର ଅଭାବ ଭିତରେ ପ୍ରତିଦିନ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ରେକର୍ଡ କରୁଛି ।

ଅନ୍ୟପଟେ ନିଜ ରାଜ୍ୟର ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟାକୁ ଲୁଚାଇବାକୁ ଯାଇ ପ୍ରଶାସନ ପକ୍ଷରୁ ଶ୍ମଶାନ ଘାଟ ବାହାରେ ବଡ ବଡ ବ୍ୟାନର ଲଗାଯାଇଛି । ଯେଉଁଥିରେ ଶ୍ମଶାନ ଘାଟର ଫଟୋ ଓ ଭିଡିଓ ଉଠାଇବାକୁ ଦଣ୍ଡନୀୟ ଅପରାଧ ବୋଲି ଉଲ୍ଲେଖ ରହିଛି ।

ୟୁପିର ଗୋରଖପୁର ଶ୍ମଶାନ ଘାଟରୁ ଅନେକ ସମୟରେ ଏମିତି କିଛି ଫଟୋ, ଭିଡିଓ ସାମ୍ନାକୁ ଆସୁଛି, ଯେଉଁଥିରେ ଶହଶହ ସଂଖ୍ୟାର ଚିତା ଜଳୁଥିବା ଫଟୋ ଭାଇରାଲ ପରେ ଏହାକୁ ଚାପିବାକୁ ପ୍ରଶାସନ ପକ୍ଷରୁ ଚେଷ୍ଟା କରାଯାଇ ବ୍ୟାନର ମରାଯାଉଛି ।

ଏଠାକାର ଶ୍ମଶାନ ଘାଟ ବାହାରେ ନଗର ନିଗମ ପକ୍ଷରୁ କାନ୍ଥରେ ଏଭଳି ବ୍ୟାନର ଲଗାଯାଇ ଶ୍ମଶାନର ଫଟୋ ଭିଡିଓ ଉଠାଇବାକୁ ବାରଣ କରାଯାଇଛି । ତେବେ ଏମିତି ପ୍ରଥମଥର ନୁହେଁ, ଏମିତି ଅନେକ ବ୍ୟାନର ଲଗାଯାଇଛି । ଏହି ବ୍ୟାନରରେ ଉଲ୍ଲେଖ ରହିଛି ଯେ, "ଶବଦାହ ଗୃହରେ ପାର୍ଥିବ ଶରୀରର ଦାହ ସଂସ୍କାର ହିନ୍ଦୁ ରୀତିନୀତି ସଂସ୍କାରରେ କରାଯାଉଛି । ଦୟା କରି ଫଟୋଗ୍ରାଫି ଓ ଭିଡିଓଗ୍ରାଫି କରନ୍ତୁ ନାହିଁ । ଏମିତି କରିବା ଦଣ୍ଡନୀୟ ଅପରାଧ" ।

ତେବେ ଏହି ଗୋରଖପୁର ନଗର ନିଗମ ପକ୍ଷରୁ ଲଗାଯାଇଥିବା ଏହି ବ୍ୟାନର ସୋସିଆଲ ମିଡିଆରେ ଭାଇରାଲ ହେବାରୁ ଏହାକୁ ସବୁ ମହଲରୁ ସମାଲୋଚିତ ହୋଇଛି । ପରେ ଏହା ସରକାରଙ୍କ ପାଖକୁ କଥା ଯିବାପରେ, ରାତାରାତି ଏହି ପୋଷ୍ଟର ଶ୍ମଶାନ କାନ୍ଥରୁ ହଟାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.