ETV Bharat / bharat

ଏଣିକି ମହାରାଷ୍ଟ୍ରରେ 5 ଶହରେ ଆରଟିପିସିଆର ଓ 150 ଟଙ୍କାରେ ଆଣ୍ଟିଜେନ ଟେଷ୍ଟ ସୁବିଧା - Maharashtra state govt

ରାଜ୍ୟରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ ଟେଷ୍ଟିଂ ମୂଲ୍ୟ କମ କରିବାକୁ ନିଷ୍ପତ୍ତି ନେଇଛନ୍ତି ମହାରାଷ୍ଟ୍ର ସରକାର । ଅଧିକ ପଢନ୍ତୁ...

ମହାରାଷ୍ଟ୍ରରେ ହ୍ରାସ ହେଲା କୋଭିଡ ଟେଷ୍ଟ ମୂଲ୍ୟ, ଏଣିକି 5 ଶହରେ ଆରଟିପିସିଆର ଓ 150 ଟଙ୍କାରେ ଆଣ୍ଟିଜେନ ଟେଷ୍ଟ ସୁବିଧା

author img

By

Published : Mar 31, 2021, 10:16 PM IST

ମୁମ୍ବାଇ: ରାଜ୍ୟରେ ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ ଟେଷ୍ଟିଂ କ୍ଷମତା ବଢାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏଥିପାଇଁ ଟେଷ୍ଟ ଖର୍ଚ୍ଚ କମ କରିବା ସହ ଏହାକୁ ସୁଲଭ କରିବା ପାଇଁ ନୂଆ ମୂଲ୍ୟ ମଧ୍ୟ ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ହୋଇଛି । ରାଜ୍ୟରେ ଏବେ ଆରଟିପିସିଆର ଟେଷ୍ଟ ମୂଲ୍ୟ 5 ଶହ ଟଙ୍କା ରଖାଯାଇଥିବାବେଳେ ଆଣ୍ଟିଜେନ ଟେଷ୍ଟର ମୂଲ୍ୟ ମାତ୍ର 150 ଟଙ୍କା କରିବାକୁ ସ୍ଥିର କରିଛନ୍ତି ରାଜ୍ୟ ସରକାର । ଏହା ସହ ରାଜ୍ୟରେ ଦୈନିକ 40 ହଜାର ପରୀକ୍ଷା କରାଇବା ପାଇଁ ମଧ୍ୟ ଯୋଜନା କରାଯାଉଥିବା ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 39,544 ସଂକ୍ରମଣ ରିପୋର୍ଟ ପଞ୍ଜିକୃତ ହୋଇଛି । କେବଳ ମୁମ୍ବାଇ ସହରରେ 5399 ସଂକ୍ରମଣ ମାମଲା ରୁଜୁ ହୋଇଛି । ସେହିପରି ପୁଣେରେ 4,502 ମାମଲା ଓ ନାଗପୁରରେ 2,114 ଜଣ ପଜିଟିଭ ଥିବା ଜଣାପଡିଛି । ବର୍ତ୍ତମାନର କୋଭିଡର ସ୍ଥିତି ମହାରାଷ୍ଟ୍ର ସରକାରଙ୍କ ଚିନ୍ତା ବଢାଇଥିବାବେଳେ ବିଭିନ୍ନ କଟକଣା ମଧ୍ୟ ଜାରି କରିଛନ୍ତି ସରକାର । ତେବେ ସେହି କ୍ରମରେ ସରକାର କୋଭିଡ ଟେଷ୍ଟ ମୂଲ୍ୟରେ ହ୍ରାସ କରି ଏହାକୁ ସୁଲଭ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.