ETV Bharat / bharat

30 କୋଟି ଲୋକଙ୍କ ପାଇଁ କୋରୋନା ଟୀକା ଉପଲବ୍ଧ ହେବ: ରାଜେଶ ଭୁଷଣ

author img

By

Published : Dec 8, 2020, 9:06 PM IST

ପ୍ରଥମ ପର୍ଯ୍ୟାୟରେ 30 କୋଟି ଲୋକଙ୍କ ପାଇଁ କୋରୋନା ଟିକା ଉପଲବ୍ଧ ହେବ। ଏଥିରେ 3 କୋଟି ସ୍ବାସ୍ଥ୍ୟକର୍ମୀଙ୍କ ସହ ବରିଷ୍ଠ ନାଗରିକ ତଥା ଅତି ଗୁରୁତର କୋରୋନା ରୋଗୀ ବରିଷ୍ଠ ନାଗରିକ ସାମିଲ ହେବେ। ଅଧିକ ପଢ଼ନ୍ତୁ...

Corona vaccine will be available for 30 crore people says health secretary Rajesh Bhushan
30 କୋଟି ଲୋକଙ୍କ ପାଇଁ କୋରୋନା ଟିକା ଉପଲବ୍ଧ ହେବ: ରାଜେଶ ଭୁଷଣ

ନୂଆଦିଲ୍ଲୀ: ପ୍ରଥମ ପର୍ଯ୍ୟାୟରେ 30 କୋଟି ଲୋକଙ୍କ ପାଇଁ କୋରୋନା ଭ୍ଯାକ୍ସିନ ଉପଲବ୍ଧ ହେବ। ଏଥିରେ 3 କୋଟି ସ୍ବାସ୍ଥ୍ୟକର୍ମୀଙ୍କ ସହ ବରିଷ୍ଠ ନାଗରିକ ତଥା ଅତି ଗୁରୁତର କୋରୋନା ରୋଗୀ ସାମିଲ ହେବେ। ଦେଶରେ କୋରୋନା ସ୍ଥିତିକୁ ନେଇ ଆଜି(ମଙ୍ଗଳବାର) କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର ମନ୍ତ୍ରାଳୟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଏହି ସମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୁଷଣ କୋରୋନା ଭ୍ୟାକ୍ସିନକୁ ଏହି ନେଇ ସୂଚନା ଦେଇଛନ୍ତି।

ଭାରତ ସେରମ ସଂସ୍ଥା ପକ୍ଷରୁ କୋଭାସିଲ଼୍ଡ ନାମକ କୋରନା ଟିକା ପ୍ରସ୍ତୁତ କରାଯାଉଛି। ପୁଣେରେ ଥିବା ଏହି କୋରନା ଟିକାକୁ ଜରୁରୀକାଳିୀନ ପରିସ୍ଥିତି ବ୍ୟବହାର କରିବା ପାଇଁ ଅନୁମତି ଦେବାକୁ ଆବେଦନ କରାଯାଇଛି। ଦ୍ବିତୀୟ କୋରୋନା ଟିକା ହାଇଦ୍ରାବାଦ ଭାରତ ବାୟୋଟେକ ପକ୍ଷରୁ କୋଭାକ୍ସିନ ନାମରେ ବିକଶିତ କରାଯାଇଛି। ବର୍ତ୍ତମାନ ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଜାରି ରହିଛି। ଏହାପରେ ଏହି ଟିକା ମଧ୍ୟ ଜରୁରୀକାଳୀନ ପରିସ୍ଥିତିରେ ଏହାକୁ ମଧ୍ୟ ବ୍ୟବହାର କରିବାକୁ ଅନୁମତି ଦିଆଯାଇ ପାରିବ। ତୃତୀୟ କୋରୋନା ଟିକା ହେଉଛି ଜାଇକୋ-ଡି। ଏହି ଟିକା ଡିଏନଏ ଚିକିତ୍ସା ଉପରେ ଆଧାରିତ ହୋଇଛି। ବର୍ତ୍ତମାନ ଏହାର ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷଣ ଜାରି ରହିଛି। ଏହିଭଳି ଭାବରେ 5ଟି କୋରୋନା ଟିକା ଜରୁରୀ କାଳୀନ ବ୍ୟବହାର ଜାତୀୟ ଔଷଧ ମାନ ନିର୍ଦ୍ଧାରଣ କମିଟି ସୌଧ ନିକଟରେ ଆବେଦନ କରିଛନ୍ତି।

ପ୍ରଥମ ପର୍ଯ୍ୟାୟରେ ଦେଶରେ 30 କୋଟି ଲୋକଙ୍କୁ ଏହି ଟିକା ଦିଆଯିବାକୁ ସ୍ଥିର କରାଯାଇଛି। ଏଥିରେ 3 କୋଟି ସ୍ବାସ୍ଥ୍ୟକର୍ମୀ ସାମିଲ ହୋଇଥିବା ବେଳେ 2 କୋଟି ସୁରକ୍ଷାକର୍ମୀଙ୍କୁ ସାମିଲ କରାଯାଇଛି। ସେହିଭଳି ପୌର କର୍ମଚାରୀ, ଜରୁରୀ ସେବା ପ୍ରଦାନକାରୀ ସଂସ୍ଥାର କର୍ମଚାରୀ ବିପର୍ଯ୍ୟୟ ବିଭାଗର କର୍ମଚାରୀ ଏଥିରେ ସାମିଲ ହୋଇଛନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ତାଲିକାରେ ବହୁ ବରିଷ୍ଠ ଲୋକଙ୍କୁ ସ୍ଥାନ ଦିଆଯାଇଛି। କୋରୋନା ଟିକାର ସମସ୍ତ ପର୍ଯ୍ଯାୟ ପରୀକ୍ଷଣ ଶେଷ ହେବା ପରେ ଖୁବଶୀଘ୍ର ଏହା ଉପଲବ୍ଧ ହେବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ।

କୋରୋନା ଟିକା ଓ ଦେଶରେ କୋରୋନା ସ୍ଥିତିକୁ ନେଇ ଏହି ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଦେଶରେ ବର୍ତ୍ତମାନ 4 ଲକ୍ଷରୁ କମ ସକ୍ରିୟ କୋରୋନା ଆକ୍ରାନ୍ତ ରହିଛନ୍ତି। ଗତ ସେପ୍ଟେମ୍ବର ମାସରେ ଏହି ସଂଖ୍ୟା 10 ଲକ୍ଷରୁ ଅଧିକ ରହିଥିଲା। ଏହାସହ ଦେଶରେ କୋରୋନା ମୃତ୍ୟୁ ହାର ବର୍ତ୍ତମାନ 3 ପ୍ରତିଶତରୁ କମ ରହିଛି।

@ani

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.