ETV Bharat / bharat

ଏବେ ପରିଚୟ ପତ୍ର ନଥିଲେ ବି ନେଇ ପାରିବେ କୋଭିଡ୍ ଟିକା

author img

By

Published : May 8, 2021, 7:04 PM IST

ଏବେ ପରିଚୟ ପତ୍ର ନଥିବା ଲୋକେ ମଧ୍ୟ ନେଇ ପାରିବେ କୋରୋନା ଟିକା । ଏବେ ଜିଲ୍ଲା ପ୍ରଶାସନ ଏମିତି ଲୋକଙ୍କୁ ଖୋଜି ସେମାନଙ୍କର ପଞ୍ଜିକରଣ କରେଇବ ଏବଂ ତାଙ୍କର ପାଇଁ ଅଲଗା ଟୀକାକରଣ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଅଧିକ ପଢନ୍ତୁ...

ଏବେ ପରିଚୟ ପତ୍ର ନଥିଲେ ବି ନେଇ ପାରିବେ କୋଭିଡ୍ ଟିକା
ଏବେ ପରିଚୟ ପତ୍ର ନଥିଲେ ବି ନେଇ ପାରିବେ କୋଭିଡ୍ ଟିକା

ନୂଆଦିଲ୍ଲୀ: ଏବେ ପରିଚୟ ପତ୍ର ନଥିବା ଲୋକେ ମଧ୍ୟ ନେଇ ପାରିବେ କୋରୋନା ଟିକା । ଏବେ ଜିଲ୍ଲା ପ୍ରଶାସନ ଏମିତି ଲୋକଙ୍କୁ ଖୋଜି ସେମାନଙ୍କର ପଞ୍ଜିକରଣ କରେଇବ ଏବଂ ତାଙ୍କର ପାଇଁ ଅଲଗା ଟୀକାକରଣ କାର୍ଯ୍ୟକ୍ରମର ଆୟୋଜନ କରାଯିବ। ଏହି ବର୍ଗରେ ବୟସ୍କ, ସାଧୁସନ୍ଥ, କଏଦୀ, ମାନସିକ ଡାକ୍ତରଖାନାରେ ଭର୍ତ୍ତି ରୋଗୀ, ବୃଦ୍ଧାଶ୍ରମର ଲୋକ, ଭିକାରୀ, ପୁନର୍ବାସ କେନ୍ଦ୍ରରେ ରହୁଥିବା ରୋଗୀ ଅନ୍ତର୍ଭୁକ୍ତ ହେବେ। ଯେଉଁମାନଙ୍କର କୌଣସି ପରିଚୟ ପତ୍ର ନାହିଁ, ସେମାନଙ୍କୁ ଟୀକାକରଣ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶାବଳୀ ଜାରି କରିଛି ।

ଏଭଳି ଲୋକଙ୍କୁ ଖୋଜିବା ପାଇଁ ଜିଲ୍ଲାର ଟାସ୍କଫୋର୍ସ କାର୍ଯ୍ୟ କରିବ। ସଂଖ୍ୟାଲଘୁ ବିଭାଗ, ସାମାଜିକ ନ୍ୟାୟ ବିଭାଗ ଏବଂ ସାମାଜିକ କଲ୍ୟାଣ ବିଭାଗ ସହଯୋଗରେ ସେ ଏପରି ଲୋକଙ୍କୁ ଚିହ୍ନଟ କରିବେ । ଏହି ଲୋକଙ୍କର କୋଭିଡ୍‌ ପୋର୍ଟାଲରେ ପଞ୍ଜିକରଣ କରାଯିବ, ଯେଉଁଥିରେ ଲୋକଙ୍କ ନାମ, ଜନ୍ମ ବର୍ଷ ଓ ଲିଙ୍ଗ ରେକର୍ଡ କରାଯିବ । ମୋବାଇଲ୍‌ ନମ୍ୱର ଓ ପରିଚୟ ପତ୍ର ବାଧ୍ୟତାମୂଳକ ହେବ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.