ETV Bharat / bharat

ଉତ୍ତରାଖଣ୍ଡରେ ଚାରିଧାମ ଯାତ୍ରା ପାଇଁ କୋଭିଡ ରିପୋର୍ଟ ବାଧ୍ୟତାମୂଳକ

author img

By

Published : Apr 27, 2022, 6:24 PM IST

ଉତ୍ତରାଖଣ୍ଡରେ ଚାରି ଧାମ ଯାତ୍ରା ପାଇଁ କୋଭିଡ ରିପୋର୍ଟ ବାଧ୍ୟତାମୂଳକ କଲେ ଧାମି ସରକାର । ଡେରାଡୁନରେ ମଧ୍ୟ ମାସ୍କ ବାଧ୍ୟତାମୂଳକ କଲା ସ୍ଥାନୀୟ ପ୍ରଶାସନ । ଅଧିକ ପଢନ୍ତୁ

ଉତ୍ତରାଖଣ୍ଡରେ ଚାରି ଧାମ ଯାତ୍ରା ପାଇଁ ବାଧ୍ୟତାମୂଳକ ହେଲା କୋଭିଡ ରିପୋର୍ଟ

ଡେରାଡୁନ: ଦେଶରେ ବଢୁଥିବା କୋଭିଡ ସଂକ୍ରମଣକୁ ଦେଖି ପୁଣି ବିଭିନ୍ନ ସ୍ଥାନରେ କୋଭିଡ କଟକଣା ଜାରି ହେବା ଆରମ୍ଭ ହୋଇଛି । ଉତ୍ତରାଖଣ୍ଡରେ ଚାରି ଧାମ ଯାତ୍ରା ପାଇଁ କୋଭିଡ ଟେଷ୍ଟିଂ ରିପୋର୍ଟକୁ ବାଧ୍ୟତାମୂଳକ କରିଛନ୍ତି ଧାମି ସରକାର । ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଧନ ସିଂ ରାଓ୍ବାତ ଆଜି ଏହି ନୂଆ ଗାଇଡଲାଇନ ସମ୍ପର୍କରେ ଘୋଷଣା କରିଛନ୍ତି । ଯାତ୍ରାରେ ସାମିଲ ହେବାକୁ ଥିବା ଶ୍ରଦ୍ଧାଳୁଙ୍କ ପାଇଁ କୋଭିଡ ମୁକ୍ତ ହେବା ଜରୁରୀ । ଏହି ନୂଆ ନୟମ ଆସନ୍ତାମାସ (ମେ’) 3 ରୁ ଲାଗୁ ହେବା ନେଇ ସ୍ବାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

ୟେମୁନେତ୍ରୀ ଓ ଗଙ୍ଗୋତ୍ରୀ ମେ’ 3 ତାରିଖରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ । ସେହିପରି କେଦାରନାଥ ଧାମକୁ 6 ତାରିଖ ଓ ବଦ୍ରିନାଥ ଧାମକୁ 8 ତାରିଖରେ ଶ୍ରଦ୍ଧାଳୁମାନେ ଯାତ୍ରା କରିପାରିବେ । ତେବେ ଏହି ଯାତ୍ରାରେ ସାମିଲ ହେବାକୁ ଥିବା ଆଗ୍ରହୀ ଶ୍ରଦ୍ଧାଳୁଙ୍କୁ ପୂର୍ବରୁ ପଞ୍ଜୀକରଣ କରିବାକୁ ପଡିବ । ତେବେ ଯାତ୍ରାରେ ସାମିଲ ହେବା ପୂର୍ବରୁ ସେମାନଙ୍କୁ କୋଭିଡ ଟେଷ୍ଟିଂ ରିପୋର୍ଟ ମଧ୍ୟ ସାଙ୍ଗରେ ନେବାକୁ ପଡିବ । ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ଡେରାଡୁନ ଜିଲ୍ଲା ପ୍ରଶାସନ ମଧ୍ୟ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରିଛି । ସର୍ବସାଧାରଣ ସ୍ଥାନରେ ଏହି ନିୟମ ଖିଲାପ କେଲେ 500 ଫାଇନ ମଧ୍ୟ ଜାରି କରିଛନ୍ତି ସ୍ଥାନୀୟ ମାଜିଷ୍ଟ୍ରେଟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.