ମୁମ୍ବାଇ: ମହାରାଷ୍ଟ୍ରରେ ଦିନକୁ ଦିନ କୋରୋନା ସଂକ୍ରମଣ ବୃଦ୍ଧି ପାଇବାରୁ କଟକଣା କଡାକଡି କରାଯାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆ ଗାଇଡଲାଇନ ଜାରି କରାଯାଇଛି । ରାଜ୍ୟରେ ଆଗକୁ ହେବାକୁ ଥିବା ପର୍ବପର୍ବାଣୀ ପାଳନ ଉପରେ ରୋକ ଲଗାଯାଇଛି ।
ତେବେ ମହାରାଷ୍ଟ୍ରର ଶ୍ରୀ ଭିଥାଲ ରୁମିନି ମାତା ମନ୍ଦିର ଆଗାମୀ 2 ଦିନ ପାଇଁ ବନ୍ଦ କରାଯାଇ ଥିବାବେଳେ ମାଗି ପାଳନକୁ ବନ୍ଦ କରାଯାଇଛି । ଏକାଦଶୀ ସମୟରେ ଅର୍ଥାତ ଚଳିତ ବର୍ଷ ଆସନ୍ତାକାଲି(ବୁଧବାର) ଏହି ପର୍ବ ପାଳନ କରାଯାଇଥାନ୍ତା । ମାତ୍ର କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ମନ୍ଦିର ପରିସରରେ କର୍ଫ୍ୟୁ ଲଗାଯାଇଛି । ଅନ୍ୟପଟେ କୋରୋନା କାରଣରୁ ପୂର୍ବରୁ ମଧ୍ୟ ଆଶାଡି ଏବଂ କାର୍ତ୍ତିକେୟତ୍ରା ବନ୍ଦ କରାଯାଇଥିଲା । ଯେଉଁମାନେ କୋଭିଡ ନିୟମ ପାଳନ ନ କରିବେ ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଜିଲ୍ଲା ପ୍ରଶାସନ ସୂଚନା ମିଳିଛି ।
ଅନ୍ୟପଟେ ମହାରାଷ୍ଟ୍ରର ପ୍ରସିଦ୍ଧ ଅମ୍ବାବାଇ ମନ୍ଦିରକୁ ପ୍ରବେଶ ନେଇ କୌଣସି କଟକଣା ଜାରି କରାଯାଇ ନାହିଁ । ପୂର୍ବଭଳି ଭକ୍ତ ମନ୍ଦିର ପ୍ରବେଶ କରିପାରୁଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ