ETV Bharat / bharat

କର୍ଣ୍ଣାଟକରେ ପ୍ରବେଶ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ - karnatak govt news guideline

କୋଭିଡ ସଂକ୍ରମଣ ପୁଣି ଦେଶରେ ଚିନ୍ତା ବଢାଉଥିବାବେଳେ ଏହାକୁ ଦୃଷ୍ଟିରେ ରଖି କଟକଣା କଡାକଡି କରିଛନ୍ତି କର୍ଣ୍ଣାଟକ ସରକାର । ଅଧିକ ପଢନ୍ତୁ....

କର୍ଣ୍ଣାଟକରେ ପ୍ରବେଶ ପାଇଁ କୋଭିଡ ନେଗେଟିଭ ପ୍ରମାଣପତ୍ର ବାଧ୍ୟତାମୂଳକ

author img

By

Published : Feb 22, 2021, 6:45 PM IST

ବେଙ୍ଗାଲୁରୁ: ଦେଶରେ କୋଭିଡ ସଂକ୍ରମଣ ପୁଣି ଚିନ୍ତା ବଢାଉଥିବାବେଳେ ଏହାକୁ ଦୃଷ୍ଟିରେ ରଖି କଟକଣା କଡାକଡି କରିଛନ୍ତି କର୍ଣ୍ଣାଟକ ସରକାର । ଜାରି ହୋଇଥିବା ନୂଆ ନିର୍ଦ୍ଦେଶାବଳୀ ଅନୁସାରେ ବାହାର ରାଜ୍ୟରୁ କର୍ଣ୍ଣାଟକକୁ ଆସୁଥିବା ବ୍ୟକ୍ତିଙ୍କୁ କୋଭିଡ ନେଗେଟିଭ ପ୍ରମାଣପତ୍ର ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ଦେଶର ବିଭିନ୍ନ ରାଜ୍ୟରେ ପୁଣି ଥରେ କୋଭିଡ ସଂକ୍ରମଣର ଦ୍ବିତୀୟ ଲହର ଆରମ୍ଭ ହୋଇଛି । କର୍ଣ୍ଣାଟକର ଦୁଇ ପଡୋଶୀ ରାଜ୍ୟ ମହାରାଷ୍ଟ୍ର ଓ କେରଳରେ ସ୍ଥିତି ଜଟିଳ ଥିବାଯୋଗୁ କର୍ଣ୍ଣାଟକ ସରକାର ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି ।

କର୍ଣ୍ଣାଟକ ଓ କେରଳ ସୀମା ସିଲ କରିବା ସହ କେରଳରୁ ଆସୁଥିବା ଯାତ୍ରୀଙ୍କ ପାଇଁ ମାଙ୍ଗାଲୋର ଠାରେ ଆରଟିପିସିଆର ଟେଷ୍ଟ ରିପୋର୍ଟ ଯାଞ୍ଚ କରୁଛି କର୍ଣ୍ଣାଟକ ପ୍ରଶାସନ । ସମାନ ବ୍ୟବସ୍ଥା ମଧ୍ୟ କର୍ଣ୍ଣାଟକ ଓ ମହାରାଷ୍ଟ୍ର ସୀମାର ବେଲଗାଭିରେ ଦେଖିବାକୁ ମିଳଛି । କିଛି ସ୍ଥାନରେ କର୍ଣ୍ଣାଟକ ସରକାରଙ୍କ ଏପରି ନିଷ୍ପତ୍ତିକୁ ବିରୋଧ କରାଯାଉଥିବା ମଧ୍ୟ ଦେଖିବାକୁ ମିଳିଛି ।

କିନ୍ତୁ ଏହା ସତ୍ତ୍ବେ ଏହି କଟକଣା ଜାରି ରହିବା ନେଇ ସ୍ପଷ୍ଟ କରିଛନ୍ତି କର୍ଣ୍ଣାଟକ ସରକାର । ରାଜ୍ୟ ସୀମାକୁ ଲାଗିଥିବା ପଡୋଶୀ ରାଜ୍ୟ ସୀମାରେ ମୋଟ 5 ଟି ଚେକ ପଏଣ୍ଟ କରାଯାଇଛି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଓ ପ୍ରଶାସନ କଟକଣା ଏହି କଡାକଡି ପାଳନ କରିବା ଦିଗରେ ମଧ୍ୟ ତପ୍ତରତା ପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.