ETV Bharat / bharat

ଭୟଙ୍କର ଦୁର୍ଘଟଣା ପରେ ଆଜିଠୁ ପୁଣି ଗଡିବ କରମଣ୍ଡଳ - କରମଣ୍ଡଳ ଏକ୍ସପ୍ରେସ

ଦୁର୍ଘଟଣା ପରେ ଆଜିଠୁ ପୁନଃ ସେବା ଆରମ୍ଭ କରିବ କରମଣ୍ଡଳ । ପୁଣିଥରେ ଶାଲିମାରରୁ ଚେନ୍ନାଇ ଚଳାଚଳ କରିବ କରମଣ୍ଡଳ ଏକ୍ସପ୍ରେସ । ଅଧିକ ପଢନ୍ତୁ

କରମଣ୍ଡଳ ଏକ୍ସପ୍ରେସ ପୁନଃ ସେବା ଆରମ୍ଭ
କରମଣ୍ଡଳ ଏକ୍ସପ୍ରେସ ପୁନଃ ସେବା ଆରମ୍ଭ
author img

By

Published : Jun 7, 2023, 8:00 AM IST

ନୂଆଦିଲ୍ଲୀ: ପୁଣି ଟ୍ରାକରେ ଦୌଡିବ କରମଣ୍ଡଳ । ଭୟଙ୍କର ଦୁର୍ଘଟଣାର ୪ ଦିନ ପରେ ଆଜି (ବୁଧବାର) ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ ପୁନଃ ସେବା ଆରମ୍ଭ କରିବ । ଆଜିଠୁ ପୁଣିଥରେ ଶାଲିମାରରୁ ଚେନ୍ନାଇ ଚଳାଚଳ କରିବ ଏହି ଟ୍ରେନ । ଏନେଇ ରେଲୱେର ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ ଆଦିତ୍ୟ ଚୌଧୁରୀ ସୂଚନା ଦେଇଛନ୍ତି । ଜୁନ ୨ ଅର୍ଥାତ୍ ଗତ ଶୁକ୍ରବାର ସନ୍ଧ୍ୟାରେ ଶାଲିମାରରୁ ଚେନ୍ନାଇ ଅଭିମୁଖେ ଯିବାବେଳେ ବାହାନଗା ବଜାର ଷ୍ଟେସନ ନିକଟରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ସେବେ ଠାରୁ ଏହି ଟ୍ରେନ ଚଳାଚଳ ବନ୍ଦ ଥିଲା ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ୨ ତାରିଖ ଥିଲା ସାରା ଦେଶ ପାଇଁ ଅତ୍ୟନ୍ତ ଅଶୁଭ ଦିନ । ଏହି ଦିନ ସନ୍ଧ୍ୟାରେ ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ ବାହାନଗା ଷ୍ଟେସନ ଠାରେ ପ୍ରଥମେ ଏକ ମାଲବାହୀ ଟ୍ରେନ ସହ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଏକ୍ସପ୍ରେସର ୧୦ରୁ ୧୨ଟି ବଗି ଲାଇନଚ୍ୟୁତ ହୋଇ ଆଉ ଏକ ଟ୍ରାକରେ ପଡିଥିଲା । ଫଳରେ ସେହି ଟ୍ରାକରେ ଯଶୱନ୍ତପୁରରୁ ହାୱଡା ଅଭିମୁଖେ ଦ୍ରୁତଗତିରେ ଆସୁଥିବା ହାୱଡା ଏକ୍ସପ୍ରେସ କରମଣ୍ଡଳର ବଗିକୁ ଧକ୍କା ଦେଇଥିଲା । ଏହାଦ୍ବାରା ହାୱଡା ଏକ୍ସପ୍ରେସ ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଭୟଙ୍କର ଟ୍ରେନ ଦୁର୍ଘଟଣା ସାରା ଦେଶକୁ ଦୋହଲାଇ ଦେଇଥିଲା । ଆଖି ପିଛୁଳାକେ ୨୮୮ ଲୋକଙ୍କ ଜୀବନ ଯାଇଥିବା ବେଳେ ୧୦୦୦ରୁ ଅଧିକ ଆହତ ହୋଇଥିଲେ ।

ଏହାମଧ୍ୟ ପଢନ୍ତୁ : Train Accident: ବାହାନଗା ବଜାର ଷ୍ଟେସନରେ CBI ଟିମର ରାତିରେ ଛାନଭିନ

ସେହି ଛାତିଥରା ଦୁର୍ଘଟଣାର ଦୁଃଖ ସମସ୍ତଙ୍କ ମନରେ ତାଜା ରହିଥିବା ବେଳେ ଆଜିଠୁ ପୁଣିଥରେ କରମଣ୍ଡଳ ଏକ୍ସପ୍ରେସ ଶାଲିମାରରୁ ଚେନ୍ନାଇ ଚଳାଚଳ କରିବାକୁ ଯାଉଛି । ରେଲୱେର ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ ଆଦିତ୍ୟ ଚୌଧୁରୀ ପକ୍ଷରୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି । ଗତ ରବିବାର ଦିନ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଥିଲେ ଯେ, ଇଲେକ୍ଟ୍ରୋନିକ ଇଣ୍ଟରଲକିଂରେ ସମସ୍ୟା ଯୋଗୁଁ ଟ୍ରେନ ଦୁର୍ଘଟଣା ଘଟିଥିଲା । ତେବେ ଏ ଯାଏଁ ଦୁର୍ଘଟଣା ପଛର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିନି । ଏହାର କାରଣ ଖୋଜିବାକୁ ଗତକାଲି (ମଙ୍ଗଳବାର) ସିବିଆଇର ୧୦ ଜଣିଆ ଟିମ୍ ବାହାନଗା ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ : Rescue Efforts In Train Tragedy: ମୁଁ ମୋ ଲୋକଙ୍କ ପାଇଁ ଗର୍ବିତ: ମୁଖ୍ୟମନ୍ତ୍ରୀ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.