ଚଣ୍ଡିଗଡ: ଆତ୍ମଗୋପନ କରିଥିବା ପଳାତକ ଆତଙ୍କବାଦୀ ଅମ୍ରିତପାଲ ସିଂ ପୋଲିସକୁ ଧୋକ୍କା ଦେଇ ବର୍ତ୍ତିବା ପାଇଁ ନିଜର ଚେହେରା ଓ ବେଶବୁଷାକୁ ବଦଳାଇ ଦେଇଥାଇପାରେ । ସବୁବେଳେ ପାରମ୍ପାରିକ ଶିଖ୍ ବେଶ ପୋଷାକରେ ନଜର ଆସୁଥିବା ଅମ୍ରିତପାଲ ଏବେ ନିଜକୁ ବଦଳାଇ ସମ୍ପୂର୍ଣ୍ଣ ଦେଇଥାଇପାରେ । ତାର ପରିବର୍ତ୍ତିତ ସମ୍ଭାବ୍ୟ ଚେହେରା ନେଇ ପୋଲିସ ଏକାଧିକ ଫଟୋ ଜାରି କରିଛି ।
ଗତ 4 ଦିନ ଧରି ଜାରି ରହିଥିବା ପୋଲିସ କାର୍ଯ୍ୟାନୁଷ୍ଠାନ ପରେ ମଧ୍ୟ ଫେରାର ରହିବାରେ ସଫଳ ହୋଇଛି ଏମ୍ରିତପାଲ ସିଂ । ତାକୁ ପ୍ରାୟତଃ ସର୍ବଦା ପାରମ୍ପାରିକ ଶିଖ୍ ପୋଷାକ ଓ ହାତରେ ଅସ୍ତ୍ର ସହ ଦେଖିବାକୁ ମିଳିଥାଏ, ଯାହା ତାକୁ ସହଜରେ ଧରା ପକାଇପାରେ । ଏବେ ଦେଶବ୍ୟାପି ଗଣମାଧ୍ୟମରେ ଚର୍ଚ୍ଚା ପରେ ତାକୁ ସାଧାରଣରେ ମଧ୍ୟ ଚିହ୍ନିବା ବହୁତ ସହଜ । ତେଣୁ ବର୍ତ୍ତମାନ ସମୟରେ ସେ ଅତି ସହଜରେ ଧରା ନପଡିବା ପାଇଁ ପ୍ରଥମେ ନିଜ ହୁଲିଆ ବଦଳାଇ ଥାଏପାରେ ବୋଲି ପୋଲିସ ସନ୍ଦେହ କରୁଛି ।
ପୋଲିସ ଜାରି କଲା 7 ଫଟୋ:- ପୋଲିସ ଅମ୍ରିତପାଲ ସିଂର 7 ସମ୍ଭାବ୍ୟ ଫଟୋ ଜାରି କରିଛି । ଅମ୍ରିତପାଲ ସିଂ ହୁଲିଆ ବଦଳାଇ ଦେଇଥିଲେ କପରି ଦେଖାଯାଇ ପାରେ ସେ ନେଇ ପୋଲିସ ଏହି ଫଟୋ ଜାରି କରିଛି । ଏହି 7ଟି ଫଟୋରେ ଅମ୍ରିତପାଲ ସିଂକୁ ଭିନ୍ନ ଭିନ୍ନ ଅବସ୍ଥାରେ ଦର୍ଶାଯାଇଛି । ଅନ୍ୟପଟେ ପଞ୍ଜାବ ଏକ ସୀମାନ୍ତ ରାଜ୍ୟ ହୋଇଥିବା କାରଣରୁ ସେ ପାକିସ୍ତାନ ପଳାଇ ଯାଇନାହିଁ ତ ? ଏ ପ୍ରଶ୍ନ ମଧ୍ୟ ସୃଷ୍ଟି ହୋଇଛି । ଅମ୍ରିତ ପାଲ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ଠାରୁ ମଧ୍ୟ ନିୟମିତ ସହଯୋଗ ପାଉଥିବା ନେଇ ସନ୍ଦେହ କରାଯାଉଛି ।
ବାଇକରେ ହୋଇଛି ଫେରରା:- ଅନ୍ୟପଟେ କିଛି ବାଟ କାରରେ ଯିବା ପରେ ଏକ ବାଇକରେ ଫେରାର ମାରିଛି ଅମ୍ରିତପାଲ । ଏକ ବାଇକରେ ସେ ଯାଉଥିବା ବେଳର ଫଟୋ ଏବେ ଭାଇରାଲ ହେଉଛି । ଜଣେ ସହଯୋଗୀ ଏକ ବାଇକ ଚଳାଉଥିବା ବେଳେ ଅମ୍ରିତପାଲ ମୁହଁରେ କପଡା ଢାଙ୍କି ପଛରେ ବସିଥିବା ଦେଖିବାକୁ ମିଳୁଛି । ସେ ବ୍ୟବହାର କରୁଥିବା କାରରୁ ପୋଲିସ ଜବତ ମଧ୍ୟ କରିସାରିଛି । ତାର ଦାଦା ଓ ଡ୍ରାଇଭର ମଧ୍ୟ ପୋଲିସ ନିକଟରେ ଆତ୍ମସମର୍ପଣ କରିସାରିଛନ୍ତି । ଅମ୍ରିତପାଲ ସିଂର ସ୍ତ୍ରୀ ଏବେ ତଦନ୍ତକାରୀ ସଂସ୍ଥାର ରାଡାରକୁ ଆସିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ