ETV Bharat / bharat

Coonoor Chopper Crash: ଆଜି ପଞ୍ଚଭୂତରେ ବିଲୀନ ହେବେ ବିପିନ ରାୱତ

author img

By

Published : Dec 10, 2021, 6:59 AM IST

ଗତକାଲି(ଗୁରୁବାର) ଦିଲ୍ଲୀରେ ପହଞ୍ଚିଛି ପ୍ରଥମ ସିଡିଏସ୍(CDS) ବିପିନ ରାୱତଙ୍କ ପାର୍ଥିବ ଶରୀର । ଆଜି ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ବ୍ରାର ସ୍କୋୟାରରେ ସମ୍ପନ୍ନ ହେବ ଶେଷକୃତ୍ୟ । ଅଧିକ ପଢନ୍ତୁ

Coonoor chopper crash: ଆଜି ପଞ୍ଚଭୂତରେ ବିଲୀନ ହେବେ ବିପିନ ରାୱତ

ନୂଆଦିଲ୍ଲୀ: ଗତକାଲି(ଗୁରୁବାର) ପ୍ରଥମ ସିଡିଏସ୍(CDS) ବିପିନ ରାୱତଙ୍କ ମରଶରୀର ଦିଲ୍ଲୀରେ ପହଞ୍ଚିଛି । ଜେନେରାଲ ରାୱତଙ୍କ ସମେତ ହେଲିକପ୍ଟର ଦୁର୍ଘଟଣା(chopper crash)ରେ ପ୍ରାଣ ହରାଇଥିବା ୧୩ଜଣଙ୍କ ମରଶରୀର ତାମିଲନାଡୁରୁ ବିମାନ ଯୋଗେ ଗତକାଲି ଦିଲ୍ଲୀ ଅଣାଯାଇଛି । ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ, ସ୍ଥଳସେନା ନୌସେନା ଏବଂ ବାୟୁସେନା ମୁଖ୍ୟ ରାୱତଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଜେନରାଲ ରାୱତ, ମଧୁଲିକା ରାୱତ, ବ୍ରିଗେଡିୟର ଏଲ ଏସ ଲିଦ୍ଦର ଏବଂ ବିବେକ କୁମାରଙ୍କ ପାର୍ଥିବ ଶରୀରର ଚିହ୍ନଟ ହୋଇପାରିଛି । ଆଜି ରାୱତଙ୍କ ପାର୍ଥିବ ଶରୀରକୁ ତାଙ୍କ କରଜ ମାର୍ଗ ସ୍ଥିତ ବାସଭବନକୁ ନିଆଯିବ । ଦିନ ୧୧ଟାରୁ ୧୨ଟା ୩୦ ମିନିଟ ଯାଏଁ ସାଧାରଣ ଲୋକେ ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ପାରିବେ । ମଧ୍ୟାହ୍ନ ୧୨ଟା ୩୦ରୁ ଅପରାହ୍ନ ସାଢେ ୧ଟା ଯାଏଁ ସାମରିକ ଅଧିକାରୀମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ । ଏହାପରେ ଅପରାହ୍ନ ୨ଟା ସମୟରେ ପାର୍ଥିବ ଶରୀରକୁ ଶେଷକୃତ୍ୟ ପାଇଁ ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ବ୍ରାର ସ୍କୋୟାର ନିଆଯିବ । ବ୍ରାର ସ୍କୋୟାର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହେବ ।

ଉଲ୍ଲେଖଯୋଗ୍ୟ, ଦେଶର ପ୍ରଥମ ସିଡିଏସଙ୍କ ବିୟୋଗରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି । କେରଳଠୁ ଆରମ୍ଭ କାଶ୍ମୀର ଯାଏଁ ଜେନେରାଲ ରାୱତଙ୍କ ସମେତ ଦୁର୍ଘଟଣାରେ ଆଖି ବୁଜିଥିବା ସମସ୍ତ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ସେହିପରି ଯେତେବେଳେ ରାୱତଙ୍କ ପାର୍ଥିବ ଶରୀର କୁନ୍ନୁରରୁ ଅଣାଯାଉଥିଲା ସେହି ସମୟରେ ଲୋକେ ପୁଷ୍ପ ବର୍ଷା କରି ନିଜର ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିବାର ଦେଖିବାକୁ ମିଳିଛି । ସେପଟେ କାଶ୍ମୀରର ଲାଲ ଚୌକରେ ମଧ୍ୟ ବୀରମାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.