ETV Bharat / bharat

ଟ୍ରେନରେ ପୁଣିଥରେ ମିଳିବ Cooked meal, ଉପକୃତ ହେବେ 5 ଲକ୍ଷ ଲୋକ

author img

By

Published : Nov 20, 2021, 2:26 PM IST

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର । ଭାରତୀୟ ରେଳବାଇରେ ଯାତ୍ରୀମାନଙ୍କ ପାଇଁ ଖାଦ୍ୟପେୟ ବ୍ୟବସ୍ଥା (Cooked meal) ଶୀଘ୍ର ଆରମ୍ଭ ହେବାକୁ ଯାଉଛି । IRCTC ଏହାର ପ୍ରସ୍ତୁତି ସହିତ ସେବା ଆରମ୍ଭ କରିବ । ଅଧିକ ପଢନ୍ତୁ

ଟ୍ରେନରେ ପୁଣିଥରେ ଆରମ୍ଭ ହେବ କ୍ୟାଟରିଂ ସେବା, ଉପକୃତ ହେବେ 5 ଲକ୍ଷ ଲୋକ

ନୂଆଦିଲ୍ଲୀ: ରେଳଯାତ୍ରୀଙ୍କ ପାଇଁ ଖୁସି ଖବର । ଭାରତୀୟ ରେଳବାଇରେ ଯାତ୍ରୀମାନଙ୍କ ପାଇଁ ଖାଦ୍ୟପେୟ(Cooked meal) ବ୍ୟବସ୍ଥା ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ବର୍ତ୍ତମାନ ଘରୁ ଖାଦ୍ୟ ଆଣିବାରେ ଅସୁବିଧା ଦୂର ହେବ । କାରଣ ଟ୍ରେନରେ ଏବେ ଖାଦ୍ୟ ପ୍ରସ୍ତୁତ କରାଯିବ । IRCTC ଏହାର ପ୍ରସ୍ତୁତି ସହିତ ସେବା ଆରମ୍ଭ କରିବ । କୋଭିଡକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ଏହି ସେବା ବନ୍ଦ କରି ଦେଇଥିଲା । ଯୋଜନା ଅନୁଯାୟୀ ରେଳବାଇ ଏବେ ଧୀରେ ଧୀରେ ସେବା ଆରମ୍ଭ କରିବ।

ଏହି ନିଷ୍ପତ୍ତି ସମ୍ପର୍କରେ ରେଳବାଇ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ରେଳବାଇ ବୋର୍ଡ ଶୁକ୍ରବାର ଏକ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଯାତ୍ରୀଙ୍କ ଆବଶ୍ୟକତା ତଥା ଦେଶର ରେସ୍ତୋରାଁ, ହୋଟେଲ ଏବଂ ଅନ୍ୟାନ୍ୟ ସ୍ଥାନରେ କୋଭିଡ ଲକଡାଉନ ପ୍ରତିବନ୍ଧକରେ କୋହଳକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ଟ୍ରେନରେ ରନ୍ଧା ଖାଦ୍ୟର ସେବାକୁ ପୁନଃ ଆରମ୍ଭ କରିବାକୁ ନିର୍ଦ୍ଦେଶ ଜାରି କରିଛି ।

ଉଲ୍ଲେଖନୀୟ କଥା ହେଉଛି, କ୍ୟାଟରିଂ ସେବା ବନ୍ଦ ହେତୁ ଲକ୍ଷ ଲକ୍ଷ ଲୋକଙ୍କ ରୋଜଗାର ପ୍ରଭାବିତ ହୋଇଥିଲା। ଖବର ଅନୁଯାୟୀ, ପ୍ରାୟ 5 ଲକ୍ଷ ଲୋକ ଏହା ସହିତ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ଜଡ଼ିତ। ଦେଶରେ କୋଭିଡ ସଙ୍କଟ ଥିବାରୁ ଟ୍ରେନରେ ଖାଦ୍ୟପେୟ ବ୍ୟବସ୍ଥା ଗତ 18 ମାସ ଧରି ବନ୍ଦ ପଡ଼ିଥିଲା ​​। ବର୍ତ୍ତମାନ ଭାରତୀୟ ରେଳବାଇର ଟ୍ରେନରେ କେବଳ ଚା, କଫି, ସ୍ନାକ୍ସ ଇତ୍ୟାଦି ଉପଲବ୍ଧ ହେଉଛି । ତେବେ କ୍ୟାଟରିଂ ସେବା ପୁନଃ ଆରମ୍ଭ କରିବା ଦ୍ବାରା, ଏହା ସହିତ ଜଡିତ ଲୋକ ଏବଂ ପରିବାରକୁ ବହୁତ ସୁବିଧା ମିଳିବ । ତେବେ ଏହି ସେବା ଆରମ୍ଭ ହେଲେ IRCTC ଅଧିକ ଲାଭବାନ ହେବ ବୋଲି ବିଶ୍ବାସ କରାଯାଉଛି । ଯାହା ଏହି ସେବା ବନ୍ଦ ହେତୁ ଏକ ବଡ କ୍ଷତି ସହୁଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.