ETV Bharat / bharat

୧୧ ବର୍ଷ ପରେ ନ୍ୟାୟ, ସର୍କଲ ଇନ୍‌ସ୍ପେକ୍ଟର ହତ୍ୟାକାଣ୍ଡରେ ୩୦ଜଣଙ୍କୁ ଆଜୀବନ କାରାଦଣ୍ଡ - ରାଜସ୍ଥାନରେ ସର୍କଲ ଇନ୍‌ସ୍ପେକ୍ଟରଙ୍କ ହତ୍ୟାକାଣ୍ଡ

ବାଇମାଧୋପୁରରେ ସର୍କଲ ଇନ୍‌ସ୍ପେକ୍ଟରଙ୍କ ହତ୍ୟାକାଣ୍ଡରେ ୩୦ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ଅଧିକ ପଢ଼ନ୍ତୁ

convicts sentenced life imprisonment in circle inspector murder case in Rajasthan
୧୧ ବର୍ଷ ପରେ ନ୍ୟାୟ, ସର୍କଲ ଇନ୍‌ସ୍ପେକ୍ଟର ହତ୍ୟାକାଣ୍ଡରେ ୩୦ ଜଣଙ୍କୁ ଆଜୀବନ କାରାଦଣ୍ଡ
author img

By

Published : Nov 18, 2022, 10:50 PM IST

ଜୟପୁର: ଦୀର୍ଘ୧୧ ବର୍ଷ ୮ ମାସ ପରେ ପୋଲିସ ଇନ୍‌ସ୍ପେକ୍ଟରଙ୍କ ପରିବାରକୁ ମିଳିଲା ନ୍ୟାୟ । ରାଜସ୍ଥାନରେ ସବାଇମାଧୋପୁରରେ ସର୍କଲ ଇନ୍‌ସ୍ପେକ୍ଟରଙ୍କ ହତ୍ୟାକାଣ୍ଡରେ ୩୦ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ୨୦୧୧ ମସିହାରେ ମାର୍ଚ୍ଚ ୧୭ ତାରିଖରରେ ସର୍କଲ ଇନ୍‌ସ୍ପେକ୍ଟର ଫୁଲ ମହମ୍ମଦଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିଲା ।

ଏହି ହତ୍ୟାକାଣ୍ଡରେ ମୋଟ ୮୯ଜଣଙ୍କୁ ଅଭିଯୁକ୍ତ କରିଥିଲା ସିବିଆଇ । ତେବେ ଗତ ନଭେମ୍ବର ୧୬ ତାରିଖରେ ୪୯ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଶରେ ଖଲାସ କରିଥିଲେ କୋର୍ଟ । ସେପଟେ ଏହି ହତ୍ୟାକାଣ୍ଡରେ ଅଭିଯୁକ୍ତ ଥିବା ଅନ୍ୟ ୫ ଜଣଙ୍କ ମୃତ୍ୟୁ ହୋଇଛି । ସେପଟେ ଦୁଇ ଜଣ ନାବାଳକ ଅଭିଯୁକ୍ତ ମଧ୍ୟ ରହିଛନ୍ତି । ସେମାନଙ୍କ ଟ୍ରାଏଲ ଜାରି ରହିଛି ।

ନଭେମ୍ବର ୧୮ ତାରିଖରେ ଫୁଲ ମୋହମ୍ମଦଙ୍କ ହତ୍ୟାକାଣ୍ଡର ଶୁଣାଣି କରି କୋର୍ଟ ୩୦ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ୮ ବର୍ଷ ପୂର୍ବରେ ଫୁଲ ମୋହମ୍ମଦଙ୍କୁ ସରକାରୀ ଜିପ୍‌ ଭିତରେ ଜିଅନ୍ତା ଜାଳି ଦିଆଯାଇଥିଲା । ଏହି ହତ୍ୟାକାଣ୍ଡରେ ସମସ୍ତ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ଏହି କ୍ରମରେ ତତ୍କାଳୀନ ଡିଏସ୍‌ପି ମହେନ୍ଦ୍ର ସିଂହଙ୍କୁ ୧ ଲକ୍ଷ ୬୭ ହଜାର ଟଙ୍କା ଜୋରିମାନା କରିଛନ୍ତି କୋର୍ଟ । ତା ସହିତ ଅଧିକ ଦୋଷୀଙ୍କୁ ୧ ଲକ୍ଷ ୮୭ ହଜାର ଟଙ୍କା ଜୋରିମାନା କରିଛନ୍ତି । ଆଦାୟ ହେବାକୁଥିବା ଜୋରିମାନା ରାଶିରୁ ୪୦ ଲକ୍ଷ ଟଙ୍କା ମୃତକଙ୍କ ପରିବାରକୁ ପ୍ରଦାନ କରାଯିବ ।

ଏହି ଜଘନ୍ୟ କାଣ୍ଡ ବେଳେ ଯେଉଁମାନେ ଆହତ ହୋଇଥିଲେ ସେମାନଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରାଯିବ । ୨୦୧୧ ଫେବ୍ରୁଆରୀ ୨୬ ତାରିଖରେ କିଛି ଅପରାଧୀ ଦାଖା ଦେବୀ ନାମକ ମହିଳାଙ୍କୁ ଆକ୍ରମଣ କରି ତାଙ୍କଠାରୁ ରୂପାର କଙ୍କଣ ଚୋରି କରି ନେଇଥିଲେ । ପରବର୍ତ୍ତୀ ସମୟରେ ଦାଖା ଦେବୀଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ମାର୍ଚ୍ଚ ୧୪ରେ ମାଧୋପୁର ଅନ୍ତର୍ଗତ ସୁରବାଲ ଗ୍ରାମବାସୀ ବିରୋଧ ପ୍ରଦର୍ଶନ କରିଥିଲେ । ମାର୍ଚ୍ଚ ୧୭ରେ ଦୋଷୀଙ୍କୁ ଗିରଫ କରିବା ଦାବିରେ ପୋଲିସ ଉପରକୁ ପଥର ଫୋପାଡ଼ିଥିଲେ ଉତ୍ତେଜିତ ଲୋକେ । ଏହି ସମୟରେ ଆହତ ହୋଇ ଗାଡ଼ି ବସିଥିଲ ସର୍କଲ ଇନ୍‌ସ୍ପେକ୍ଟର ଫୁଲ ମୋହମ୍ମଦ । ଏହି ପୋଲିସ ଗାଡ଼ିରେ ଉତ୍ତେଜିତ ଲୋକେ ନିଆଁ ଲଗାଇ ଦେଇଥିଲେ । ଜୀବନ ଦଗ୍ଧ ହୋଇଥିଲେ ଫୁଲ ମୋହମ୍ମଦ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.