ETV Bharat / bharat

ହିନ୍ଦୁ ଧର୍ମକୁ ଫେରିଲେ 80 ଜଣ, 12ବର୍ଷ ପୂର୍ବେ ଆଜମ ଖାନ କରାଇଥିଲେ ବଳପୂର୍ବକ ଧର୍ମ ପରିବର୍ତ୍ତନ ! - ମୁଜାଫରନଗର ଖବର

ଉତ୍ତର ପ୍ରଦେଶ ମୁଜାଫରନଗରରେ ହିନ୍ଦୁ ଧର୍ମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି 80 ଦଳିତ(conversion in muzaffarnagar) । 12ବର୍ଷ ପୂର୍ବେ ବଳ ପ୍ରୟୋଗ କରି ସେମାନଙ୍କୁ ଇସଲାମ ଧର୍ମ ଗ୍ରହଣ କରିବାକୁ ସାମାଜବାଦୀ ପାର୍ଟି ନେତା ଆଜମ ଖାନ ବାଧ୍ୟ କରିଥିବା ଅଭିଯୋଗ । ଶୁଦ୍ଧିକରଣ ଓ ହୋମଯଜ୍ଞରେ ହେଲା ଧର୍ମ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା । ଅଧିକ ପଢନ୍ତୁ

ବିହାରରେ ହନ୍ଦୁ ଧର୍ମକୁ ପ୍ରତ୍ୟାବର୍ତ୍ତନ କଲେ 80 ବ୍ୟକ୍ତି

author img

By

Published : Dec 12, 2022, 9:33 PM IST

ହିନ୍ଦୁ ଧର୍ମକୁ ପ୍ରତ୍ୟାବର୍ତ୍ତନ କଲେ 80 ଦଳିତ, 12 ବର୍ଷ ପୂର୍ବେ ଆଜମ ଖାନ କରାଇଥିଲେ ବଳପୂର୍ବକ ଧର୍ମ ପରିବର୍ତ୍ତନ !

ହାଇଦ୍ରାବାଦ: ଉତ୍ତର ପ୍ରଦେଶ ମୁଜାଫରନଗରର ହିନ୍ଦୁ ଧର୍ମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି 80 ଜଣ (conversion in muzaffarnagar)। ପ୍ରାୟ 12ବର୍ଷ ପୂର୍ବରୁ ଏମାନେ ଇସଲାମ ଧର୍ମରେ ସାମିଲ ହୋଇଥିଲେ । ତେବେ ଏବେ ସେମାନେ ହିନ୍ଦୁ ଧର୍ମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ପାରମ୍ପାରିକ ହିନ୍ଦୁ ଧର୍ମ ଆଧାରରେ ହୋମ ଯଜ୍ଞର ଆୟୋଜନ କରାଯାଇଥିଲା । ସେମାନେ ଏକ ବିସ୍ଫୋରକ ସୂଚନା ମଧ୍ୟ ଦେଇଛନ୍ତି । ସେମାନେ ମୁଳତଃ ହିନ୍ଦୁ । ପ୍ରାୟ 12 ବର୍ଷ ପୂର୍ବରୁ ସମାଜବାଦୀ ପାର୍ଟିର ବିବାଦୀୟ ନେତା ଆଜମ ଖାନ ସେମାନଙ୍କୁ ବଳପୂର୍ବକ ଇସଲାମ ଧର୍ମ ଗ୍ରହଣ କରିବା ପାଇଁ ବାଧ୍ୟ କରିବାରୁ ସେମାନେ ଧର୍ମ ପରିବର୍ତ୍ତନ କରିଥିବା କହିଛନ୍ତି ।

ଏଥି ମଧ୍ୟରେ ଏକାଧିକ ପରିବାରର ପ୍ରାୟ 80ଜଣ ରହିଛନ୍ତି । ସମସ୍ତେ ଧୋବା ସମ୍ପ୍ରଦାୟର ବୋଲି ସୂଚନା ମିଳିଛି । ଏମାନଙ୍କୁ ବଘରା ବ୍ଲକସ୍ଥିତ ସଧାନା ଆଶ୍ରମରେ ଶୁଦ୍ଧିକରଣ କାରଯାଇଥିଲା । ପରେ ହୋମଯଜ୍ଞର ଆୟୋଜନ ମଧ୍ୟ କରାଯାଇଥିଲା । ଏମାନେ ସମସ୍ତେ ରାମପୁର ବାସିନ୍ଦା । ପ୍ରାୟ 12ବର୍ଷ ତଳେ ଏମାନଙ୍କୁ ପ୍ରଲୋଭିତ ଓ ବଳ ପ୍ରୟୋଗ କରି ଇସଲାମ ଧର୍ମକୁ ପରିବର୍ତ୍ତନ କରାଇଥିଲେ ସାମାଜବାଦୀ ପାର୍ଟି ନେତା ଆଜନ ଖାନ । ଏବେ ଦୀର୍ଘ ବର୍ଷ ପରେ ସେମାନେ ସ୍ବଧର୍ମକୁ ପ୍ରତ୍ୟାବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ।

ଏମାନଙ୍କ ଶୁଦ୍ଧିକରଣ କରାଇଥିବା ଯଶବୀର ମହାରାଜ କହିଛନ୍ତି, ଦଳିତ ସମ୍ପ୍ରଦାୟର ସାମାଜିକ ସ୍ଥିତିର ସୁଯୋଗ ନେଇ 80ଦଶକରେ ବହୁ ଦଳିତ ହନ୍ଦୁଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରାଯିବା ସହ ଇସାଲାମ ଧର୍ମରେ ପ୍ରବେଶ କରାଯାଇଥିଲା । ସେମାନଙ୍କୁ ଗରିବିର ସୁଯୋଗ ନେଇ ପ୍ରଲୋଭନ ଦେଖାଇ ବା ବଳ ପ୍ରୟୋଗ କରି ଏପରି କରାଯାଇଥିଲା । ଏବେ ସେମାନେ ସ୍ବଇଚ୍ଛାରେ ସେମାନଙ୍କ ସ୍ବଧର୍ମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେ ବ୍ୟକ୍ତିଗତ ଭାବେ ଗତ କିଛି ବର୍ଷ ମଧ୍ୟରେ ପ୍ରାୟ 5ଶହ ଲୋକଙ୍କୁ ହିନ୍ଦୁ ଧର୍ମକୁ ପ୍ରତ୍ୟାବର୍ତ୍ତନ କରାଇସାରିଥିବା ମଧ୍ୟ ସୂଚନା ଦେଇଛନ୍ତି ଯଶବୀର ମହାରାଜ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.