ETV Bharat / bharat

ବିବାଦୀୟ ବୟାନର ବାଦଶାହ ତୀରଥ ସିଂ ରାୱତ, ଜାଣନ୍ତୁ - ମୁଖ୍ୟମନ୍ତ୍ରୀ ତିରଥ ସିଂହ ରାୱତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା

ଉତ୍ତରାଖଣ୍ଡରେ ମାତ୍ର ୪ ମାସ ଭିତରେ ପୁଣି ମୁଖ୍ୟମନ୍ତ୍ରୀ ବଦଳିବାକୁ ଯାଉଛନ୍ତି । ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । କିନ୍ତୁ ତାଙ୍କ କାର୍ଯ୍ୟକାଳରେ ଏମିଛି କିଛି ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ଥିଲେ ତୀରଥ ସିଂ ଜାଣନ୍ତୁ...

ତିରଥଙ୍କ ବିବାଦୀୟ ବୟାନ...
ତିରଥଙ୍କ ବିବାଦୀୟ ବୟାନ...
author img

By

Published : Jul 3, 2021, 5:17 PM IST

ଡେରାଡୁନ: ଛଅ ମାସ ମଧ୍ୟରେ ଉତ୍ତରାଖଣ୍ଡରେ ଦ୍ବିତୀୟ ଥର ପାଇଁ ନୂତନ ମୁଖ୍ୟମନ୍ତ୍ରୀ ନିର୍ବାଚିତ ହେବାକୁ ଯାଉଛନ୍ତି। ତ୍ରିବେନ୍ଦ୍ର ସିଂଙ୍କୁ ହଟାଇ ମାର୍ଚ୍ଚ ୧୦ ତାରିଖରେ ତୀରଥ ସିଂହ ରାୱତଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା ବିଜେପି । କିନ୍ତୁ ମୋଟ 114 ଦିନ ମୁଖ୍ୟମନ୍ତ୍ରୀ ହେବା ପରେ ତୀରଥ ସିଂ ରାୱତ ରାଜ୍ୟପାଳ ବେବିରାନୀ ମୌର୍ଯ୍ୟଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ତେବେ ସେ ସାମ୍ବିଧାନିକ ସଙ୍କଟ ଦର୍ଶାଇ ଇସ୍ତଫା ଦେଇଥିବା କହିଛନ୍ତି। ଏପଟେ ନିଜର ବିବାଦୀୟ ବିବୃତ୍ତି ପାଇଁ ସେ ମୁଖ୍ୟମନ୍ତ୍ରୀ ହେବା ମାତ୍ରେ ଲୋକଲୋଚନକୁ ଆସିଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ଏତେ ବିବାଦୀୟ ବୟାନ ଦେଇଥିଲେ ଯେ, ସୋସିଆଲ ମିଡିଆରେ ତାଙ୍କୁ ଏଥିପାଇଁ ସମାଲୋଚନାର ସାମନା କରିବାକୁ ପଡିଥିଲା। ତୀରଥ ସିଂ ରାୱତଙ୍କ ବକ୍ତବ୍ୟକୁ ନେଇ ସାରା ଦେଶରେ ରାଜନୀତି ତୀବ୍ର ହୋଇଥିଲା।

ତିରଥଙ୍କ ବିବାଦୀୟ ବୟାନ...

କାର୍ଯ୍ୟକାଳ ମଧ୍ୟରେ ତୀରଥ ସିଂହ ରାୱତଙ୍କ ବିବାଦୀୟ ବୟାନ...

  1. ମାତା ଗଙ୍ଗାଙ୍କ କୃପାରୁ କୋରୋନା ହେବ ନାହିଁ...

କୋରୋନାର ଦ୍ବିତୀୟ ୱେଭ ସମୟରେ ଉତ୍ତରାଖଣ୍ଡରେ କୁମ୍ଭ ମେଳାକୁ ନେଇ ଅନେକ ବିବାଦ ଦେଖାଦେଇଥିଲା। ଏହି ସମୟରେ ତୀରଥ ସିଂ ରାୱତଙ୍କ ଆଶ୍ଚର୍ଯ୍ୟଜନକ ବୟାନ ଆସିଥିଲା। କୁମ୍ଭରେ ମାତା ଗଙ୍ଗାଙ୍କ କୃପା ହେତୁ କୋରୋନା ସଂକ୍ରମଣ ବଢିବ ନାହିଁ ବୋଲି ସେ କହିଥିଲେ। ଏହା ସହିତ ରାୱତ କହିଥିଲେ ଯେ, କୁମ୍ଭ ସହ ମର୍କଜଙ୍କୁ ତୁଳନା କରିବା ଭୁଲ ଅଟେ। ମର୍କଜରୁ ଯେଉଁ କୋରୋନା ବ୍ୟାପିଥିଲା, ତାହା ଏକ ବନ୍ଦ କୋଠରୀରୁ ହୋଇଥିଲା । କାରଣ ସେହି ସମସ୍ତ ଲୋକ ଏକ ବନ୍ଦ କୋଠରୀରେ ରହିଲେ | ଯେଉଁଠାରେ ହରିଦ୍ବାରରେ ଘଟୁଥିବା କୁମ୍ଭର ପରିସର ନୀଳକଣ୍ଠ ଏବଂ ଦେବପ୍ରୟାଗ ପର୍ଯ୍ୟନ୍ତ ଥିଲା |

2. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାମ-କୃଷ୍ଣଙ୍କ ଅବତାର ବୋଲି କହିଥିଲେ...

ନେତ୍ର କୁମ୍ଭ ଉଦ୍ଘାଟନ ପାଇଁ ତୀରଥ ସିଂ ରାୱତ ମାର୍ଚ୍ଚରେ ହରିଦ୍ବାରରେ ପହଞ୍ଚିଥିଲେ। ଏଠାରେ ଜନସାଧାରଣଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଭୁ ରାମଙ୍କ ଅବତାର ବୋଲି କହିଥିଲେ। ସେ କହିଥିଲେ ଯେ, ତ୍ରେତୟା ଓ ଦ୍ବାପରରେ ଯେପରି ରାମ, କୃଷ୍ଣଙ୍କୁ ପୂଜା କରାଯାଉଥିଲା, ସେହିପରି ଭବିଷ୍ୟତରେ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ପୂଜା କରାଯିବ। ଆଗାମୀ ସମୟରେ ଦେଶବାସୀ ନରେନ୍ଦ୍ର ମୋଦିଙ୍କୁ ସେହି ରୂପରେ ମାନିବାକୁ ଆରମ୍ଭ କରିବେ। ଭଗବାନ ରାମ ଏବଂ କୃଷ୍ଣ ସମାଜର ଉନ୍ନତି ପାଇଁ କାର୍ଯ୍ୟ କରିଥିଲେ । ସେଥିପାଇଁ ଆମେ ସେମାନଙ୍କୁ ଭଗବାନ ବୋଲି ଭାବିବା ଆରମ୍ଭ କଲୁ । ସେହିଭଳି ନରେନ୍ଦ୍ର ମୋଦି ମଧ୍ୟ ତାଙ୍କ ଭଳି କାମ କରୁଛନ୍ତି।

3. ମହିଳାଙ୍କ ଫଟା ଜିନ୍ସକୁ ନେଇ ମନ୍ତବ୍ୟ...

ଏହାର ଦୁଇ ଦିନ ପରେ ତୀରଥ ସିଂ ରାୱତ ମହିଳାଙ୍କ ପୋଷାକ ବିଷୟରେ ଏକ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ଯେ ମହିଳାମାନଙ୍କ, ଚିରିଯାଇଥିବା ଜିନ୍ସ ଦେଖି ମୋତେ ଆଶ୍ଚର୍ଯ୍ୟ ଲାଗେ। ମନରେ ପ୍ରଶ୍ନ ଉଠେ ଯେ, ଏହା ସମାଜକୁ କେଉଁ ବାର୍ତ୍ତା ଦେବ । ସେ କହିଥିଲେ ଯେ, ଆଜିକାଲିର ଯୁବକମାନେ ଆଣ୍ଠୁରେ ଚିରିଯାଇଥିବା ପ୍ୟାଣ୍ଟ ପିନ୍ଧି ନିଜକୁ ବଡ଼ ଲୋକର ପୁଅ ବୋଲି ଭାବନ୍ତି । ଝିଅ ମାନେ ମଧ୍ୟ ଏହିପରି ଢଙ୍ଗରେ ପଛରେ ନାହାଁନ୍ତି । ତେବେ ଏନେଇ ବିବାଦ ବୃଦ୍ଧି ପାଇବା ପରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାଓ୍ବତ କ୍ଷମା ମଧ୍ୟ ମାଗିଥିଲେ । ସେ କହିଥିଲେ ଯେ, ମୋର ଉଦ୍ଦେଶ୍ୟ କାହାକୁ ଅପମାନ କରିବା ନଥିଲା । ମାତୃଶକ୍ତିର ସମ୍ମାନ ମୋ ପାଇଁ ସର୍ବଦା ଅତୁଟ ହୋଇ ରହିଛି । ଯଦି ତାଙ୍କ ମନ୍ତବ୍ୟରେ କାହାର ଭାବନାକୁ ଆହତ ଦେଇଛି ତେବେ ସେ ସେମାନଙ୍କୁ କ୍ଷମା ମାଗୁଛନ୍ତି । ପ୍ରତ୍ୟେକ ବ୍ୟକ୍ତି ନିଜ ଇଛା ଅନୁସାରେ ପରିଧାନ କରିବାର ସ୍ବାଧିନତା ରହିଛି ।

4. ଯଦି 20 ପିଲା ଜନ୍ମ ହୋଇଥାନ୍ତେ, ତେବେ ଅଧିକ ରାସନ ପାଇଥା’ନ୍ତେ....

ମହିଳାଙ୍କ ଚିରା ଜିନ୍ସ ମନ୍ତବ୍ୟ ଦେବା ପରେ ତୀରଥ ସିଂ ରାୱତ ଏକ ବିବୃତ୍ତିରେ କହିଥିଲେ ଯେ ‘ଯଦି ଜଣେ 20 ପିଲା ଜନ୍ମ କରନ୍ତି, ତେବେ ଅଧିକ ରାସନ ଦିଆଯାଇଥାନ୍ତା। ରାମନଗରରେ ଅନ୍ତର୍ଜାତୀୟ ଜଙ୍ଗଲ ଦିବସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାୱତ କହିଥିଲେ ଯେ, ଦୁଇ ସଦସ୍ୟଙ୍କ ପରିବାରକୁ 10 କିଲୋଗ୍ରାମ ରାସନ ଏବଂ 20 ସଦସ୍ୟଙ୍କ ପରିବାରକୁ ଏକ କ୍ବିଣ୍ଟାଲ ରାସନ ଦିଆଯାଉଥିବାରୁ ଲୋକମାନେ ଈର୍ଷା କରୁଛନ୍ତି। ବର୍ତ୍ତମାନ ଏଠାରେ ଦୋଷ କାହାର ? ଯେତେବେଳେ ଜନ୍ମ କରିବା ସମୟ ଆସିଲା ସେ 20 ପିଲା ଜନ୍ମ କଲେ ଏବଂ ତୁମେ ଦୁଇଟି କଲ .. ବର୍ତ୍ତମାନ ଈର୍ଷା କାହିଁକି? ତୁମେ 20 ଜନ୍ମ କରିଥାନ୍ତ, ତୁମେ ଅଧିକ ରାସନ ପାଇଥାନ୍ତ ।’

5. ଆମେରିକା 200 ବର୍ଷ ପର୍ଯ୍ୟନ୍ତ ଭାରତକୁ ଦାସ କରି ରଖିଥିଲା...

ରାୱତ ଭାରତକୁ ଆମେରିକାର ଦାସ ବୋଲି କହିଥିଲେ। କୋରୋନା ମ୍ୟାନେଜମେଣ୍ଟ ଉପରେ ଭାରତକୁ ପ୍ରଶଂସା କରି ତୀରଥ ସିଂ ରାୱତ କହିଥିଲେ ଯେ, "ଅନ୍ୟ ଦେଶ ଅପେକ୍ଷା କୋରୋନା ସଙ୍କଟର ମୁକାବିଲା କରିବାରେ ଭାରତ ବହୁତ ଭଲ କାମ କରିଛି। ଯେଉଁଠି ଆମକୁ 200 ବର୍ଷ ଦାସ କରି ବିଶ୍ବକୁ ଶାସନ କରୁଥିବା ଆମେରିକା, ଆଜି ସଂଘର୍ଷ କରୁଛି।" ତାଙ୍କର ଏହି ବିବୃତ୍ତି ଉପରେ ସମସ୍ତେ ବହୁତ ଉପହାସ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.