ETV Bharat / bharat

ବିବାଦରେ କଂଗ୍ରେସ ନେତାଙ୍କ ଟ୍ବିଟ, କୌଣସି ଦେଶକୁ ନମିଳୁ ମୁର୍ମୁଙ୍କ ପରି ରାଷ୍ଟ୍ରପତି

author img

By

Published : Oct 6, 2022, 11:40 AM IST

ଅଧିର ରଞ୍ଜନ ଚୌଧୁରୀଙ୍କ ପରେ ପୁଣି ଜଣେ କଂଗ୍ରେସ ନେତାଙ୍କ ରାଷ୍ଟ୍ରପତିଙ୍କୁ ନେଇ ବିବାଦୀୟ ମନ୍ତବ୍ୟ । କଂଗ୍ରେସ ନେତା ଉଦିତ ରାଜ କହିଲେ କୌଣସି ରାଷ୍ଟ୍ରକୁ ନମିଳନ୍ତୁ ମୁର୍ମୁଙ୍କ ପରି ରାଷ୍ଟ୍ରପତି (congress leader udit raj on president murmu)। ଅଧିକ ପଢନ୍ତୁ

ରାଷ୍ଟ୍ରପତିଙ୍କୁ ନେଇ କଂଗ୍ରେସ ନେତାଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କୁ ନେଇ ପୁଣି ବିବାଦୀୟ ମନ୍ତବ୍ୟ ଦେଲେ ଆଉ ଜଣେ କଂଗ୍ରେସ ନେତା । ବରିଷ୍ଠ କଂଗ୍ରେସ ନେତା ଉଦିତ ରାଜ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏକ ବିବାଦୀୟ ଟ୍ବିଟ କରିଛନ୍ତି (congress leader udit raj on president murmu)। ରାଜ କରିଥିବା ଟ୍ବିଟରେ ଲେଖିଛନ୍ତି କୌଣସି ଦେଶକୁ ଦ୍ରୌପଦୀ ମୁର୍ମୁଙ୍କ ପରି ରାଷ୍ଟ୍ରପତି ନମିଳୁ । ଗୁଜୁରାଟରେ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ନିଜ ସମ୍ବୋଧନରେ ଦେଶର 70 ପ୍ରତିଶତ ନାଗରିକ ଗୁଜୁରାଟର ଲୁଣ ଖାଉଥିବା ମନ୍ତବ୍ୟକୁ ସେ ନିନ୍ଦା କରି ଏପରି ଟ୍ବିଟ କରିଛନ୍ତି । ଉଦିତ ରାଜ କହିଛନ୍ତି ରାଷ୍ଟ୍ରପତିଙ୍କ ଏପରି ମନ୍ତବ୍ୟ ଆଦୌ ଗ୍ରହଣୀୟ ନୁହେଁ ।

  • द्रौपदी मुर्मू जी जैसा राष्ट्रपति किसी देश को न मिले। चमचागिरी की भी हद्द है । कहती हैं 70% लोग गुजरात का नमक खाते हैं । खुद नमक खाकर ज़िंदगी जिएँ तो पता लगेगा।

    — Dr. Udit Raj (@Dr_Uditraj) October 5, 2022 " class="align-text-top noRightClick twitterSection" data=" ">

କଂଗ୍ରେସ ନେତାଙ୍କ ଏପରି ବୟାନ ଆସିବା ପରେ ଭାରତୀୟ ଜନତା ପାର୍ଟି ତୀବ୍ର ଅସନ୍ତୋଷ ପ୍ରକାଶ କରିଛି । ଭାରତୀୟ ଜନତା ପାର୍ଟିର ପ୍ରବକ୍ତା ସେହଜାଦ ପୁନାଓ୍ବାଲା ଏପରି ମନ୍ତବ୍ୟକୁ ନିନ୍ଦା କରିଛନ୍ତି । ପୂର୍ବରୁ ମଧ୍ୟ ବରିଷ୍ଠ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ସଂସଦରେ ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ ବୋଲି କହି ବିବାଦକୁ ଆସିଥିଲେ (congress insults murmu)। ପରେ ସେ ଏପରି ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କରିବା ସହ ଉଦ୍ଦେଶ୍ୟମୂଳକ ନୁହେଁ ବରଂ ଭୁଲବଶତଃ ତାଙ୍କ ପାଟିରୁ ବାହାରି ଯାଇଥିବା ସଫେଇ ଦେଇଥିଲେ । ଆବଶ୍ୟକ ପଡିଲେ ସେ ରାଷ୍ଟ୍ରପତିଙ୍କୁ ଭେଟି ବ୍ୟକ୍ତିଗତ ଭାବେ କ୍ଷମା ପ୍ରାର୍ଥନା ମଧ୍ୟ କରିବା ନେଇ ସୂଚନା ଦେଇଥିଲେ । ବିଜେପି ଏହି ଘଟଣାରେ ଅଧିର ରଞ୍ଜନଙ୍କ ସମେତ କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀଙ୍କ କ୍ଷମା ପ୍ରାର୍ଥନା ମଧ୍ୟ ଦାବି କରିଥିଲା ।

  • After Ajoy Kumar called President Draupadi Murmu as evil & then Adhir Ranjan Chaudhary used the term “Rashtrapatni” now Congress stoops to a new low! Udit Raj uses unacceptable language for the 1st woman Adivasi President!

    Does the Congress endorse this insult of Adviasi samaj pic.twitter.com/W0owoqxYHu

    — Shehzad Jai Hind (@Shehzad_Ind) October 6, 2022 " class="align-text-top noRightClick twitterSection" data=" ">

ଏହାର ମାତ୍ର କିଛି ଦିନ ପରେ ପୁଣି ଜଣେ କଂଗ୍ରେସ ନେତା ରାଷ୍ଟ୍ରପତିଙ୍କୁ ନେଇ ଏପରି ମନ୍ତବ୍ୟ ଦେବାକୁ ନେଇ ବିବାଦ ସୃଷ୍ଟି ହୋଇଛି । ରାଷ୍ଟ୍ରପତି ମୁର୍ମୁ ନିକଟରେ ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଯାଇଥିଲେ । ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହେବା ସହ କିଛି କାର୍ଯ୍ୟକ୍ରମକୁ ସମ୍ବୋଧିତ ମଧ୍ୟ କରିଥିଲେ । ଲୁଣ ଉତ୍ପାଦନରେ ଦେଶରେ ସବୁଠୁ ଆଗରେ ଥିବା ଗୁଜୁରାଟ ସମ୍ପର୍କରେ ସେ ନିଜ ସମ୍ବୋଧନରେ କହିଥିଲେ ଯେ, ଦେଶର 70 ପ୍ରତିଶତ ଲୋକ ଗୁଜୁରାଟର ଲୁଣ ଖାଆନ୍ତି । ଏହାକୁ ନେଇ କଂଗ୍ରେସ ନେତା ଉଦିତ ରାଜ ଏପରି ବିବାଦୀୟ ଟ୍ବିଟ କରିଥିବା ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.